କେନ୍ଦୁଝରର ପ୍ରସିଦ୍ଧ ମାଁ ଗଡଚଣ୍ଡୀଙ୍କ ମନ୍ଦିର, ଗୁଆ ବସାଇଲେ ପୂର୍ଣ୍ଣ ହୁଏ ମନସ୍କାମନା

କେନ୍ଦୁଝର(କେନ୍ୟୁଜ୍): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ଯ ଓଡିଶା। ପ୍ରକୃତି ରାଣୀର ଅନେକ ଅପୂର୍ବ ସୃଷ୍ଟି ଏଠାରେ ଦେଖିବାକୁ ମିଳେ । ଯେଉଁଥିପାଇଁ ରାଜ୍ଯ ତଥା ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଛୁଟିଆସନ୍ତି ଏଠାକୁ, ଆଉ ଉପଭୋଗ କରନ୍ତି ପରିବେଶର ଅପରୂପ ସୁନ୍ଦରତାକୁ । ଏହିସବୁ ଭିତରେ ରାଜ୍ଯରେ ଅନେକ ପର୍ଯ୍ଯଟନ ସ୍ଥଳୀ ରହିଛି ଯେଉଁଠାରେ ସବୁଜ ପରିବେଶ ଭରପୂର ମାତ୍ରାରେ ଭରି ହୋଇରହିଛି । ତା ସାଙ୍ଗକୁ କୂଳୁ କୂଳୁ ଝରଣାର ଶବ୍ଦ ମନକୁ ପ୍ରଫୁଲ୍ଲିତ କରୁଛି । ଏମିତି ଏକ ସ୍ଥାନ ରହିଛି କେନ୍ଦୁଝର ଜିଲ୍ଲାରେ ।

Gadachandiଜିଲ୍ଲାର ଆନନ୍ଦପୁର ସଦର ମହକୁମା ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ପ୍ରସିଦ୍ଧ ଗଡଚଣ୍ଡୀ ମନ୍ଦିର। ବଉଳା ପାହାଡ଼ ପାଦଦେଶରେ ସୁନାଘାଇ ଝରଣା କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶରେ ଅବସ୍ଥିତ ଏହି ମନ୍ଦିର। ଏହି ମନ୍ଦିରରେ ଅଷ୍ଟଭୁଜା ଦେବୀ ଦୁର୍ଗା ମୂର୍ତ୍ତି, ମା ଗଡଚଣ୍ଡୀ ରୂପେ ପୂଜା ପାଇ ଆସୁଛନ୍ତି।  ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ପୀଠକୁ ନିଜେ ନଦେଖଇଲେ ବିଶ୍ବାସ କରିହେବନାହିଁ।

Gadachandi+Boulaପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗଡଚଣ୍ଡୀ ପୀଠ କାହିଁ କେଉଁ ଆବହମାନ କାଳରୁ ଏହି ପାହାଡ ରେ ପ୍ରତିଷ୍ଠିତ ହୋଇଛି। ଏହି ପୀଠରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଛଡା କାର୍ତ୍ତିକ, ଗଣେଶ, ଶିବଲିଙ୍ଗ, ବୌଦ୍ଧ ଓ ଜୈନ ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ। ପୂର୍ବରୁ ଏହି ଅଂଚଳରୁ ଅନେକ ଜୈନ ଓ ବୌଦ୍ଧ ମୂର୍ତ୍ତି ଉଦ୍ଧାର ହୋଇ ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି। ତେଣୁ ଅନୁମାନ କରାଯାଏ ଏଠାରେ ଏକ ପୁରାତନ ସଭ୍ୟତା ଥିଲା।

pahadaଏହି ପୀଠରେ ମା ଦୁର୍ଗାଙ୍କ ନିକଟରେ ମାନସିକକରି ଗୁଆ ବସାଇଲେ ତାହା ପୂରଣ ହୁଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି। ମା ଙ୍କ ପଛପଟେ ଥିବା ଗୁମ୍ଫା ଭିତରକୁ ଆଜି ଯାଏଁ କେହି ସାହସ କରି ଯାଇନଥିବା କହିଛନ୍ତି ଏଠାକାର ପୂଜକ । ୧୯୯୮ ମସିହାରୁ ପର୍ଯ୍ୟଟନ ମାନ୍ୟତା ପାଇଥିବା ଏହି କ୍ଷେତ୍ରଟି ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ବୋହୁଳ ଭାବେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୁଏ । ବିଶେଷକରି ଶୀତ ଦିନରେ ରାଜ୍ୟର ବିଭିନ୍ନ କ୍ଷେତ୍ରରୁ ପର୍ଯ୍ୟଟକ ମାନେ ଏଠାକୁ ବୁଲିବାକୁ ଆସିଥାନ୍ତି।

maa-gadachandiରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ମାନ୍ୟତା ପାଇସାରିଥିବା ଏହି ପୀଠରେ ପାନୀୟ ଜଳ ଓ ବିଦ୍ୟୁତ ହେଉଛି ମୁଖ୍ୟ ସମସ୍ୟା। ରାଜା ରାଜୁଡା ଅମଳରୁ ପ୍ରତିଷ୍ଠିତ ଏହି ପୀଠ ପ୍ରତି ସରକାର ଧ୍ୟାନ ଦେବାପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ମା ଗଡଚଣ୍ଡୀ ପୀଠ ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ମଧ୍ୟ ଗମନାଗମନର ଅସୁବିଧା ଓ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଏହି କ୍ଷେତ୍ର ର ବିକାଶ ଅଟକି ରହିଛି।

ଆନନ୍ଦପୁରରୁ ସ୍ଵପ୍ନେଶ୍ଵର ପଣ୍ଡାଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.