କଳାହାଣ୍ଡି ଜିଲ୍ଲାର ମାଁ ଯୋଗମାୟା ଶକ୍ତିପୀଠ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ଶ୍ରଦ୍ଧାଳୁଙ୍କ ମନ ମୋହୁଛି

କଳାହାଣ୍ଡି: ଓଡିଶାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଯାହା ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ତେବେ ଏମିତି ଏକ ସ୍ଥାନ ହେଉଛି ରହିଛି କଳାହାଣ୍ଡି ଜିଲ୍ଲାରେ । ଯାହା ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ । ଏହା ହେଉଛି ଗୁର୍ଜିମୁଣ୍ଡା ଗ୍ରାମ ଠାରେ ଥିବା ମାଁ ଯୋଗମାୟା ପୀଠ । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଏହି ପୀଠକୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ । ଜିଲ୍ଲାର କେସିଁଗାଁ ବ୍ଲକ ଠାରୁ ମାତ୍ର ୧୫ କିମି ଦୂରତା ରେ ଅବସ୍ଥିତ ଗୁର୍ଜିମୁଣ୍ଡା ଗ୍ରାମ ଯେଉଠି ରହିଛି ମାଁ ଯୋଗମାୟା ଦେବୀଙ୍କ ଶକ୍ତିପୀଠ । ଏଠାରେ ଅନେକ କିର୍ତିରାଜି ରହିଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଓ ଉଚ୍ଚକୋଟିର କାରୁକାର୍ଯ୍ୟରେ ଭରା ଏହି ମନ୍ଦିର ଶ୍ରଦ୍ଧାଳୁଙ୍କୁ ବେଶ ଆକୃଷ୍ଟ କରିପାରୁଥିବା ବେଳେ ଏଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ। ମାଁ ଯୋଗମାୟାଙ୍କ ପୀଠକୁ ଆସି ଯିଏଯାହା ମାନସିକ କରେ ତାହା ମାଁ ପୂରଣ କରନ୍ତି ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି। ତେଣୁ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

jogamaya maaଗୁର୍ଜିମୁଣ୍ଡା ମାଁ ଯୋଗମାୟା ଦେବୀଙ୍କ ପୀଠ ମଧ୍ୟରେ ଦେଖିବାକୁ ମିଳେ ବହୁ ଉଚ୍ଚକୋଟିର କାରୁକାର୍ଯ୍ୟ। ଯାହା ଦେଖିଲେ ମନ ଭରିଯାଏ ।ମନ୍ଦିର ର ମୁଖ୍ୟ ଦ୍ୱାର ଦେଇ ଗଲେ ପ୍ରଥମେ ମାଁ ଯୋଗମାୟା ଦେବୀଙ୍କ ମନ୍ଦିର ପଡେ । ମନ୍ଦିରର ପୁର୍ବଦିଗ ରେ ରହିଛି ଯଜ୍ଞ ମଣ୍ଡପ। ପଶ୍ଚିମରେ ଅଗ୍ରପୂଜ୍ଯ ଗଣେଷ ଙ୍କ ମନ୍ଦିର, ଉତ୍ତର ଦିଗରେ ପ୍ରାକ୍ରୁତିକ ସୌନ୍ଦର୍ଯ୍ୟ ଭରା ବିରି ପୁରା ପାହାଡ ଓ ଦକ୍ଷିଣ ଦିଗରେ ରହିଛନ୍ତି ବଜରଙ୍ଗବଲି । ମନ୍ଦିର ମଝିରେ ରହିଛି ବର୍ଷ ବର୍ଷ ଧରି ଅଖଣ୍ଡ ଜଳିବାପାଇଁ ଏକ ଅଖଣ୍ଡ ଦ୍ୱିପ ଗୃହ । ସୁନ୍ଦର କାରୁକାର୍ଯ୍ୟ ସହିତ ମନୋରମ ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଟ କରିପାରୁଥିବା ବେଳେ ସତରେ ନଦେଖିଲେ ଏହି ସୁନ୍ଦରତାକୁ ବିଶ୍ୱାସ କରିହେବ ନାହିଁ ।

pithaଏହି ବିରି ପୁରା ପାହାଡର ବହୁ କିର୍ତିରାଜି ରହିଛି । ଲୋକ ମତ ଅନୁସାରେ ପୂର୍ବକାଳରେ ଏହି ବିରି ପୁରାପାହାଡ ଗୁମ୍ଫା ମଧ୍ୟରେ ୩ ଜଣ ମୁନିରୁଷି ତପଶ୍ୟା କରୁଥିଲେ । ପାହାଡ ଉପରେ ସାତଟି କୁଅ ରହିଛି ଯାହା ବର୍ଷ ତମାମ ସୁଖେନାହିଁ ଏବଂ ସାତ ଭଉଣି ଦେବୀଙ୍କ ପୀଠ କୁଆଡେ ଏଠାରେ ରହିଛି ବୋଲି ଲୋକେ ମତବ୍ୟକ୍ତ କରୁଥିବା ବେଳେ ଏହି ପାହାଡକୁ ଦେବଗୁମ୍ଫା ବୋଲି କୁହାଯାଏ। ଏଠାରେ ଧବଳେଶ୍ୱର ଓ କପିଳେଶ୍ୱରଙ୍କ ଆଭିର୍ବାଭ ହୋଇଥିବା ବେଳେ ଏଠାରେ ପୂର୍ବକାଳରେ ମୁନିରୁଷି ମାନେ ଏଠାରେ ପୂଜା କରିଆସୁଥିଲେ ପରବର୍ତି ସମୟରେ ଏଠାରେ ଏବେ ଜଣେ କୁମ୍ଭାର ସଂପ୍ରଦାୟ ର ପୂଜକ ପାହାଡର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀଙ୍କୁ ପୂଜା କରିଆସୁଛନ୍ତି ।
jagamayaaତେବେ ଏହି ମାଁ ଯୋଗମାୟା ଦେବୀ ପୀଠକୁ ଯିବା ଆସିବା ପାଇଁ ଆବଡ ଖାବଡ ମାଟିରାସ୍ତା ଟିଏ ରହିଛି । ଫଳରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ , ଏଠାରେ ବିଜୁଳି ର ବହୁ ସମସ୍ୟା ବି ରହିଛି । ପୀଠ ମଧ୍ୟରେ ଜେନେରେଟର ବ୍ୟବହାର କର‌ାଯାଉଥିବାବେଳେ ଆବଶ୍ଯକ ମୁତାବକ ବିଜୁଳି ଯୋଗାଇବାରେ ଏଠାକାର ମନ୍ଦିର ପରିଚାଳନା କମିଟି ଅସମର୍ଥ ହେଉଛନ୍ତିା ଏଠାରେ ବିଜୁଳି ସଂଯୋଗ ପାଇଁ ଦିର୍ଘଦିନରୁ ମନ୍ଦିର ପରିଚାଳନା କମିଟି ତଥା ଗ୍ରାମବାସୀ ବିଜୁଳି ବିଭାଗ କୁ ଗୁହାରି କରିଆସୁଥିବା ବେଳେ ତାହା ଏଯାଇ ହୋଇପାରିଲାନାହିଁ। ଅପର ପଟେ ବହୁ ଶ୍ରଦ୍ଧାଳୁ ଏଠାକୁ ଆସୁଥିବା ବେଳେ ପାନୀୟଜଳର ମଧ୍ୟ ବହୁ ସମସ୍ୟା ରହିଛି ।
jagamaya saktiତେଣୁ ରାଜ୍ୟସରକାର ଏହି କିର୍ତିରାଜି ବହନ କରିଥିବା ଗୁର୍ଜିମୁଣ୍ଡା ଶକ୍ତି ପୀଠ ପ୍ରତି ଦୃଷ୍ଟି ଦେଇ ଆତ୍ୟାବଶ୍ଯକ ରସ୍ତା, ବିଜୁଳି ଓ ପାନୀୟ ଜଳର ବ୍ୟବସ୍ଥା କଲେ ଏଠାରେ ଆହୁରି ମଧ୍ୟ ଶ୍ରଦ୍ଧାଳୁ ଦେଶ ତଥା ଦେଶ ବାହାରୁ ଆସି ଦେବୀଙ୍କ ଦର୍ଶନ ଲାଭ କରି ପାରିବା ସହ ଏଠାକାର ପ୍ରକ୍ରୁତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.