ମା’ କନକଦୁର୍ଗାଙ୍କ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ବାରୁଣୀ ଯାତ୍ରା, ମାନସିକ ପୂର୍ଣ୍ଣ ପାଇଁ ଯୋଗ ଦେଇଛନ୍ତି ଅନେକ ଭକ୍ତ

ଜଗତସିଂହପୁର ଜ଼ିଲ୍ଲା ସଦର ବ୍ଲକ ପିତେଇପୁର ଠାରେ ଅବସ୍ଥିତ ମା’ କନକଦୁର୍ଗାଙ୍କ ପୀଠ। ଏଠାରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଏହି ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଦୀର୍ଘ ୭ ଦିନ ଧରି ମାଆଙ୍କର ଏହି ପ୍ରସିଦ୍ଧ ଯାତ୍ରା ଚାଲିବ। ମାଆ ଙ୍କୁ ଦର୍ଶନ ଲାଗି ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ଼ ଲାଇନ ଅନୁସାରେ ଭକ୍ତ ମାନେ ମାଆଙ୍କ ଦର୍ଶନ କରୁଛନ୍ତି। ।

ଏହି ପୀଠରେ ମାଆ ଙ୍କ ଦାଣ୍ଡପହଁରା କଲେ ଓ ମାନସିକ ଧାରୀମାନେ ମାଆଙ୍କ ସମୁଖରେ ମାନସିକ ଧାରୀ ମୁଣ୍ଡ ଉପରେ କୁକୁଡ଼ା ଉଡ଼ାଇଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବହୁ ପ୍ରାଚୀନ ଦିନରୁ ଲୋକକଥା ରହିଆସିଛି । ଦୀର୍ଘ ୫୦୦ ବର୍ଷରୁ ଏହି ପରମ୍ପରା ଚାଲିଆସୁଛି। ପର୍ବରେ ହିନ୍ଦୁ ଓ ମୁସଲିମ ଉଭୟ ସାମିଲ ହୋଇଥାନ୍ତି

ଛୋଟ ପିଲାମାନଙ୍କ ଦେହ ଖରାପ ସର୍ପାଘାତ ଆଦି ସମସ୍ୟାରୁ ରକ୍ଷା ପାଇଁ ମାନସିକ ରଖି ଲୋକମାନେ ଏହି ପିଠକୁ ଧାଇଁଆସନ୍ତି । ଦାଣ୍ଡ ପହରନ୍ତି କୁକୁଡ଼ା ଉଡାନ୍ତି ଓ ବାଉଁଶିଆ ମାନସିକ କରିଥାନ୍ତି । ଯଦି ପିଲା ର ପାଟି ଫିଟୁ ନଥାଏ ମାନସିକ କଲେ ପାଟି ଫିଟି ଥାଏ । ଭକ୍ତ ମାନେ ଆସି ପୂଜାର୍ଚନା ସହିତ ଭୋଗ ରାଗ କରିଥାନ୍ତି । ଜ଼ିଲ୍ଲା ତଥା ଜ଼ିଲ୍ଲା ବହାରରୁ ଶତାଧିକ ଭକ୍ତଙ୍କର ଏହି ପିଠକୁ ସୁଅ ଛୁଟିଥାଏ । ପାଲା ,ସଙ୍କ ର୍ତ୍ତନ ,ଯାତ୍ରା ,ଓ ଅନ୍ୟାନ୍ୟ ସାଂସ୍କୃତିକକାର୍ଯ୍ୟ କ୍ରମ ମଧ୍ୟ କରାଯାଇଥାଏ

ଏହା ପ୍ରସିଦ୍ଧ ସର୍ପ ଭୟ ନିବାରିଣୀ କ୍ଷେତ୍ର ନାମରେ ବେଶ ପରିଚିତ ମା କନକଦୁର୍ଗା ସର୍ପ ଭୟ ନିବାରିଣୀ ନାମରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ଯେ କୌଣସି ବିଷାକ୍ତ ସର୍ପ ଦଂଶନ କଲେ ମା କନକ ଦୁର୍ଗାଙ୍କୁ ସ୍ମରଣ କରି ପାଦୁକ ସେବନ କଲେ ସର୍ପ ବିଷ ହରଣ ହୋଇଯାଏ ବୋଲି ଅଗଣିତ ଭକ୍ତ ଙ୍କ ଆଗାଢ଼ ବିଶ୍ୱାସ ରହିଛି । ସେଥିପାଇଁ ବାରୁଣୀ ଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇ ମା ଙ୍କ ଆଶ୍ରିବାଦ ଲାଭ କରିଥାନ୍ତି ।  ସାତଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ରେ ବିଭିନ୍ନ ଦୋକାନ ବଜାର ସହିତ ପିଲାମଙ୍କ ପାଇଁ ଖେଳନା ସାମଗ୍ରୀ ଦୋକାନର ମଜା ନେଇଥାନ୍ତି ଭକ୍ତ ।

ମା’ କନକଦୁର୍ଗାଙ୍କ ପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ପବିତ୍ର ବାତାବରଣ ମଧ୍ୟରେ ଶତାଧିକ ଭକ୍ତ ଯୋଗଦେଇ ମା’ ଙ୍କ କୃପା ଲାଭ କରିବା ସହିତ ମନସ୍କIମନା ପୁରଣ କରିଥାନ୍ତି ଓ ମାନସିକ ଧାରୀ ମାନେ ମା’ ଙ୍କ ଦର୍ଶନ ଲାଗି ଏହି ପୀଠକୁ ଧାଇଁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.