ନବରାତ୍ରିର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ କରନ୍ତୁ ପୂଜା, ଦୂର ହେବ ସବୁ ବଡ କଷ୍ଟ

ଆଜି ନବରାତ୍ରର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି। ଆସନ୍ତୁ ଜାଣିବା ମାଙ୍କ ଚତୁର୍ଥ ସ୍ବରୂପ ମା କୁଷ୍ମାଣ୍ଡାଙ୍କ ମହିମା, ସ୍ବରୂପ, ପୂଜା ବିଧି ଏବଂ ମନ୍ତ୍ର ବିଷୟରେ…..

ମା କୁଷ୍ମାଣ୍ଡାଙ୍କ ୮ଟି ହାତ। ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ। ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ। ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ।

kusmanda

ମା’ଙ୍କୁ ଉପାସନା କରିବାର ବିଧି:

ମା’ଙ୍କ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ। ପୂଜା ସମୟରେ ଗୁଜରାତି, ପାନମଧୁରୀ ଅର୍ପିତ କରିବା ଉଚିତ। ଏହା ପରେ ମୁଖ୍ୟ ମନ୍ତ୍ର ‘ଓଁ କୁଷ୍ମାଣ୍ଡା ଦୈବ ନମଃ’ ୧୦୮ ଥର ଜପ କରିବା ଉଚିତ। ଆପଣ ଯଦି ଚାହିଁବେ ତେବେ ସିଦ୍ଧ କୁଞ୍ଜିବା ସ୍ତ୍ରାତ ମଧ୍ୟ ଗାଇପାରିବେ।

ନବରାତ୍ରିରେ ଚତୁର୍ଥ ଦିନ ସର୍ବପ୍ରଥମ କଳସ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପ୍ରଣାମ କରନ୍ତୁ। ମାତା କୁଷ୍ମାଣ୍ଡାଙ୍କ ସବୁଜ ରଙ୍ଗ ଅତ୍ୟନ୍ତ ପ୍ରିୟ। ଏଥିପାଇଁ ଏହି ଦିନ ପୂଜାରେ ବସିବା ପାଇଁ ସବୁଜ ରଙ୍ଗର ଆସନ ପ୍ରୟୋଗ କରିବା ଉଚିତ୍ ହୋଇଥାଏ। ମାଆ କୁଷ୍ମାଣ୍ଡାଙ୍କୁ ଏହି ନିବେଦନ ସହ ଜଳ ପୁଷ୍ପ ଅର୍ପଣ କରି ମାଙ୍କ ଧ୍ୟାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.