ଶାରଦୀୟ ନବରାତ୍ରି ୨୦୨୨ : ମା’ କୁଷ୍ମାଣ୍ଡାଙ୍କୁ ଦର୍ଶନ କଲେ ଦୂର ହୁଏ ରୋଗ, ଦୁଃଖ

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ଆଜି ନବରାତ୍ରିର ଚତୁର୍ଥ ଦିନ। ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା। ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି।  ଦେବୀ କୁଷ୍ମାଣ୍ଡାଙ୍କ ସ୍ୱରୂପ ଦର୍ଶନ କରି ପୂଜା କରିବା ଦ୍ୱାରା ରୋଗ, ଦୁଃଖ ଦୂର ହୁଏ। ଯଶ, ବଳ ଏବଂ ଧନରେ ମଧ୍ୟ ବୃଦ୍ଧି ହୋଇଥାଏ।

ମା କୁଷ୍ମାଣ୍ଡାଙ୍କ ୮ଟି ହାତ। ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ। ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ। ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ।

ଶାରଦୀୟ ନବରାତ୍ରିର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି। ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ ଦଶଦିଗ ଉଦଭାସିତ ହୋଇଥାଏ। ମାଆ ଙ୍କର ଭୁଜ ସଂଖ୍ୟା ଆଠ, ମା ଅଷ୍ଟଭୁଜା ଅଟନ୍ତି। କମଣ୍ଡଳୁ, ଧନୁ ବାଣ, କମଳ ପୁଷ୍ପ, ଅମୃତ ପୂର୍ଣ୍ଣ କଳସ, ଚକ୍ର, ଗଦା ଆଦିରେ ପରିଶୋଭିତ ହୋଇଥାନ୍ତି ମା। ଏହିଦିନ ମା ସାଧକମାନଙ୍କର ମନ ଅନାହତ ଚକ୍ରରେ ସ୍ଥିତ ହୋଇଥାଏ। ମା ଙ୍କୁ ଭକ୍ତି କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ।

ଜାଣନ୍ତୁ ପୂଜା ବିଧି :

ସକାଳେ ଉଠି ସ୍ନାନ ସାରି ପୂଜା ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରିବେ। ପରିସ୍କାର ଏବଂ ସଫା ପୋଷାକ ପିନ୍ଧିବେ। ଏହାପରେ ପୂଜା ସ୍ଥାନରେ ଦୀପ ପ୍ରଜ୍ବଳିତ କରିବେ। ମା’ ଦୁର୍ଗାଙ୍କୁ ଗଙ୍ଗାଜଳରେ ଅଭିଷେକ କରିବେ। ମା’ଙ୍କୁ ଅକ୍ଷତ, ସିନ୍ଦୁର, ଲାଲ ଫୁଲ ଅର୍ପଣ କରିବେ। ମା’ଙ୍କ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ। ପୂଜା ସମୟରେ ଗୁଜରାତି, ପାନମଧୁରୀ ଅର୍ପିତ କରିବା ଉଚିତ।  ପ୍ରସାଦରେ ଫଳ ଓ ମିଠା ଭୋଗ କରିବେ। ଧୂପ ଓ ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା’ଙ୍କ ଆଳତୀ କରିବେ।

ମା’ କୁଷ୍ମାଣ୍ଡାଙ୍କୁ ପ୍ରସନନ କରିବା ପାଇଁ ମାଲପୁଆ ଭୋଗ ଲଗାନ୍ତୁ।

କୁଷ୍ମାଣ୍ଡାଙ୍କ ପୂଜାର ଶୁଭ ମୁହୂର୍ତ୍ତ :

ମା’ଙ୍କୁ ପୂଜା କରିବା ବ୍ରହ୍ମ ମୁହୂର୍ତ୍ତ ଭୋର ୪.୩୭ ରୁ ୫.୨୫ ପର୍ଯ୍ୟନ୍ତ।
ଅଭିଜିତ ମୁହୂର୍ତ୍ତ : ୧୧.୪୭ରୁ ୧୨.୩୫
ବିଜୟ ମୁହୂର୍ତ୍ତି : ୨.୧୧ରୁ ୨.୫୮
ଗୋଧୂଳି ମୁହୂର୍ତ୍ତ: ୫.୫୮ ରୁ ୬.୨୨
ଅମୃତ କାଳ : ୮.୩୯ରୁ ୧୦.୧୩

ମା’ କୁଷ୍ମାଣ୍ଡାଙ୍କ ମନ୍ତ୍ର :

ଯାଦେବୀ ସର୍ବଭୁତେଷୁ ମା’ କୁଷ୍ମାଣ୍ଡା ରୁପେଣ ସଂସ୍ଥିତା।
ନମଃସ୍ତସୈ ନମଃସ୍ତସୈ ନମଃସ୍ତସୈ ନମୋ ନମଃ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.