ସ୍ପେଶାଲ

ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଗଙ୍ଗଶିଉଳୀ ଫୁଲ, ମିଳିବ ଶୀଘ୍ର ଫାଇଦା ଓ ପୂରଣ ହେବ ଆପଣଙ୍କର ସବୁ ମନୋକାମନା

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଧନ ଲାଭ ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି। ମାତା ଲକ୍ଷ୍ମୀ ଥରେ ପ୍ରସନ୍ନ ହୋଇଗଲେ ନିଜ ଭକ୍ତଙ୍କ ପାଖରେ କେବେ ବି ଧନର ଅଭାବ କରିନଥାନ୍ତି। ପ୍ରତ୍ୟେକ ଦେବଦେବୀଙ୍କର ପ୍ରିୟ ଫୁଲ, ଭୋଗ ରହିଛି । ଯାହାକୁ ଆମେ ନେଇ ସେହି ଭଗବାନଙ୍କ ନିମିତ୍ତ ପୂଜା କରିଥାଏ। ଆପଣ ମନ ଇଚ୍ଛା କିଛି ବି ଭୋଗ ସମସ୍ତ ଦେବଦେବୀଙ୍କ ପାଖରେ ପୂଜା କରିପାରିବେ ନାହିଁ। ସେହିପରି ଆପଣ ଜାଣିଥିବେ ସବୁ ଫୁଲକୁ ସବୁ ଭଗବାନଙ୍କ ଉପରେ ଚଢ଼ାଯାଏ ନାହିଁ।

ଏମିିତି ବିଶ୍ୱାସ ରହିଛି ଯେ ପ୍ରତ୍ୟେକ ଦେବଦେବୀଙ୍କ ପାଇଁ ସ୍ୱତନ୍ତ୍ର ଭୋଗ, ଫୁଲ ଚଢ଼ାଇବା ଦ୍ୱାରା ମନୋକାମନା ଶୀଘ୍ର ପୂର୍ଣ୍ଣ ହୋଇଥାଏ। ପ୍ରିୟ ଫୁଲ ତଥା ଭୋଗରେ ଦେବଦେବୀ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି। ଆଜି ହେଉଛି ଶୁକ୍ରବାର । ମାତା ଲକ୍ଷ୍ମୀଙ୍କ ପ୍ରିୟ ଦିନ ମାନଙ୍କ ମଧ୍ୟରୁ ଗୋଟିଏ। ଆଜି ଦିନରେ ଆମେ ଆପଣଙ୍କୁ କହିବୁ ଯେ ମାତାଙ୍କୁ କେଉଁ ଫୁଲ ଅର୍ପଣ କରିବା ଦ୍ୱାରା ମାତା ଶୀଘ୍ର ଖୁସି ହେବେ ।

ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ ରହିଛି ଯାହାକୁ ମାନିଲେ ମାତା ଙ୍କର କୃପା ଶୀଘ୍ର ମିଳିଥାଏ। ଯଦି ଆପଣଙ୍କ ପାଖରେ ଧନର ଆଗମନ ପର୍ଯ୍ୟାପ୍ତ ପରିମାଣରେ ହେଉଛି କିନ୍ତୁ ତାହା ପାଖରେ ରହୁନାହିଁ ତେବେ ଗଙ୍ଗଶିଉଳୀର ୫ଟି ଫୁଲ ନେଇ ତାକୁ ସୁଖାଇ ଦିଅନ୍ତୁ। ପରେ ହଳଦିଆ କପଡ଼ାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏହାପରେ ଆପଣଙ୍କ ପାଖରୁ କେବେ ବି ଧନର ଅଭାବ ରହିବ ନାହିଁ।

ମନୋକାମନା ପୂର୍ତ୍ତି ତଥା ନିଜ ଘରର ସୁଖ ସମୃଦ୍ଧି ପାଇଁ ଘର ଅଗଣାରେ ଗଙ୍ଗଶିଉଳୀ ର ଗଛ ଲଗାନ୍ତୁ। ଏହାସହ ସେହି ଗଛରୁ ଫୁଲ ଆଣି ମାଆଙ୍କର ପୂଜା କରନ୍ତୁ।

pc: twitter

 

ଯଦି ଆପଣଙ୍କ ଘରେ କୌଣସି ସଦସ୍ୟ ବହୁତ ଦିନରୁ ରୋଗରେ ପୀଡ଼ିତ ଅଛନ୍ତି , ତେବେ ଘର ପାଖରେ ଥିବା ଗଙ୍ଗଶିଉଳୀ ଗଛକୁ ଲଗାନ୍ତୁ। ଏହାଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ଘର ଭିତରକୁ ପ୍ରବେଶ କରିବ। ସେମିତିରେ ଥଣ୍ଡା କାଶ ହୋଇଥିଲେ ମଧ୍ୟ ଗଙ୍ଗ ଶିଉଳୀର ପତ୍ରକୁ ବାଟି ଏହାର ରସକୁ ମହୁ ସହ ପିଇଲେ ଆରାମ ମିଳିଥାଏ। ଯାହାପରେ ଘରର ପ୍ରତ୍ୟେକ ସଦସ୍ୟ ସୁସ୍ଥ ରହିବେ।

ଯଦି ଆପଣ ଭଲ ଚାକିରି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଗଙ୍ଗଶିଉଳୀ ର ଫୁଲ ଗୁଚ୍ଛାକୁ ନେଇ ନାଲି ରଙ୍ଗର କପଡ଼ାରେ ବାନ୍ଧି ଏହାକୁ ମାତା ଲକ୍ଷ୍ମୀଙ୍କ ପାଖରେ ରଖି ଦିଅନ୍ତୁ। ଏହାକଲେ କର୍ମକୁ େ ନଇ ଥିବା ସମସ୍ୟା ଦୂର ହୋଇଯିବ।

ଯଦି ଆପର କରଜ କୁ ଚିନ୍ତାରେ ଅଛନ୍ତି ତେବେ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଗଙ୍ଗଶିଉଳୀର ମୂଳ କୁ ନେଇ ଏହାକୁ ନିଜ ତିଜୋରୀରେ ରଖିଦିଅନ୍ତୁ। ଏହାକୁ ଆପଣ ନିଜ ପର୍ସରେ ରଖିପାରିବେ। ଏହାକଲେ କରଜରୁ ମୁକ୍ତି ମିଳିଥାଏ।

ସେହିପରି କାହାର ଯଦି ବିବାହ ସମସ୍ୟା ଅଛି , ବାହାଘର ହେଉନାହିଁ ତେବେ ଏହି ଗଛର ୭ଟି ଫୁଲକୁ ନେଇ ନାରଙ୍ଗୀ କପଡ଼ାରେ ବାନ୍ଧି ଦିଅନ୍ତୁ। ତାକୁ ନେଇ ମାତା ଲକ୍ଷ୍ମୀଙ୍କ ପାଖରେ ରଖି ଦିଅନ୍ତୁ। ଏହାକଲେ ଶୀଘ୍ର ଫାଇଦା ହେବ।

D Sonali

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

56 seconds ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

26 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

30 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

33 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

38 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

50 mins ago