କାର୍ତ୍ତିକ ମାସରେ ବିଧିବିଧାନରେ କରନ୍ତୁ ତୁଳସୀଙ୍କ ପୂଜା, ପରିବାର ଉପରେ କୃପା ବର୍ଷାଇବେ ଲକ୍ଷ୍ମୀ ନାରାୟଣ

କାର୍ତ୍ତିକ ମାସ ଅକ୍ଟୋବର ୧୦ ସୋମବାରରୁ ଆରମ୍ଭ ହୋଇଗଲାଣି। ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ କାର୍ତ୍ତିକ ମାସ। ଏହି ମାସରେ ଗୋବର୍ଦ୍ଧନ ପୂଜା, ଦୀପାବଳି, ଭାଇଦୁଜ ଭଳି ବଡ ବଡ ଉତ୍ସବ ପାଳନ କରାଯାଏ। କୁହାଯାଏ ତୁଳସୀ ଗଛରେ ମା’ ଲକ୍ଷ୍ମୀ ବାସ କରନ୍ତି। ତେଣୁ ଯେଉଁମାନେ କାର୍ତ୍ତିକ ମାସରେ ଶ୍ରଦ୍ଧାର ସହ ତୁଳସୀଙ୍କୁ ପୂଜା କରନ୍ତି, ସେମାନଙ୍କ ଉପରେ ଲକ୍ଷ୍ମୀ-ନାରାୟଣଙ୍କ କୃପା ବର୍ଷିଥାଏ । ଏହି ମାସରେ ତୁଳସୀଙ୍କୁ ପୂଜା କରିବା ପାଇଁ କିଛି ବିଶେଷ ଉପାୟ ରହିଛି, ଯାହା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ…

କେଉଁଦିନ ଛିଣ୍ଡାଇବେ ନାହିଁ ତୁଳସୀ ପତ୍ର :

ବାୟୁ ପୁରାଣ ଅନୁଯାୟୀ, ରାତିରେ କେବେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ। ଏହା ସହିତ ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ରବିବାର ଏବଂ ସଙ୍କ୍ରାନ୍ତିରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ। ଯଦି ଆପଣ ଶରୀରରେ ତେଲ ଲଗାଇଛନ୍ତି, ସେହି ସମୟରେ ତୁଳସୀ ପତ୍ର ମଧ୍ୟ ଛିଣ୍ଡାନ୍ତୁ ନାହିଁ। ଏହାଛଡା କାର୍ତ୍ତିକ ମାସରେ ଯଦି କାହାର ମୃତ୍ୟୁ କିମ୍ବା ଜନ୍ମ ହୋଇଥାଏ, ତେବେ ସେହିଦିନ ତୁଳସୀ ପତ୍ର ଛିଣ୍ଡାଇବା ମନା କରାଯାଇଛି।

ପଶ୍ଚିମ ଦିଗକୁ ମୁହଁ କରି ତୋଳନ୍ତୁ ନାହିଁ ତୁଳସୀ ପତ୍ର :

ଧର୍ମ ପୁରାଣ ଅନୁଯାୟୀ, କେବେ ବି ପଶ୍ଚିମ ଦିଗକୁ ମୁହଁ କରି ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରନ୍ତୁ। ଏହା ସହିତ, ସକାଳେ ତୁଳସୀଙ୍କୁ ପୂଜା କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ।

କେବେ ବି ନ ଗାଧୋଇ ପୂଜା କରନ୍ତୁ ନାହିଁ :

କେବେ ବି ନ ଗାଧୋଇ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ କିମ୍ବା ପୂଜା କରନ୍ତୁ ନାହିଁ । ଯଦି ଆପଣ ନ ଗାଧୋଇ ଏମିତି କରନ୍ତି, ତେବେ ପୂଜାର ନିଷ୍ଫଳ ମିଳିଥାଏ। କାର୍ତ୍ତିମ ମାସରେ ଖାଇ ସାରିବା ପରେ ତୁଳସୀ ଗଛ ମୂଳେ ଛିଣ୍ଡିଥିବା ପତ୍ରକୁ ଗୋଟେଇ ଖାଇପାରିବେ। ଏହା ବହୁତ ଶୁଭ ହୋଇଥାଏ। ଏହି ମାସରେ ବିଧିବିଧାନରେ ତୁଳସୀ ପୂଜା କଲେ ଆଶୀର୍ବାଦ ସହିତ ମା’ ଲକ୍ଷ୍ମୀ ମଧ୍ୟ ଘରେ ବାସ କରନ୍ତି।

Also Read : ଶୁକ୍ରଦେବ ଏହି ରାଶି ଉପରେ କରନ୍ତି ବିଶେଷ କୃପା, ଫିଲ୍ମ ଏବଂ ମିଡିଆ କ୍ଷେତ୍ରରେ କମାଇଥାନ୍ତି ବେଶ୍‌ ନାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.