ମହାନବମୀରେ ମିଥୁନ ରାଶିର ବ୍ୟକ୍ତି ଏମିତି କରନ୍ତୁ ମା’ଙ୍କୁ ପୂଜା, ମିଳିବ ଅଷ୍ଟସିଦ୍ଧି ଏବଂ ନଅ ନିଧି

ଶାରଦୀୟ ନବରାତ୍ରିର ନବମୀତିଥି ଆଜି ପାଳନ କରାଯାଉଛି। ନବ ଦୁର୍ଗାଙ୍କ ମଧ୍ୟରେ ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ନବମୀ ଦିନର ସ୍ୱରୂପ। ଅନ୍ୟ ଆଠ ଦୁର୍ଗାଙ୍କ ପୂଜା ଏବଂ ଆରାଧନା ଶାସ୍ତ୍ରୀୟ ବିଧି ବିଧାନ ଅନୁସାରେ କରି ଭକ୍ତ ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରନ୍ତି। ମାର୍କଣ୍ଡେୟ ପୁରାଣ ଅନୁସାରେ ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଇଶିତ୍ୱ ଏବଂ ବିଶିତ୍ୱ ଦେଉଛି ଆଠଟି ସିଦ୍ଧି।

ମା’ ସିଦ୍ଧିଦାତ୍ରୀ ଭକ୍ତ ଏବଂ ସାଧକଙ୍କୁ ଏହି ସମସ୍ତ ସିଦ୍ଧି ପ୍ରଦାନ କରନ୍ତି । ଦେବୀପୁରାଣ ଅନୁସାରେ ଭଗବାନ ଶିବ ମା’ଙ୍କ କୃପାରୁ ଏହିସବୁ ଆଠଟି ସିଦ୍ଧି ପ୍ରାପ୍ତ କରିଥିଲେ। ମା ଙ୍କ ଅନୁକମ୍ପାରୁ ଭଗବାନ ଶିବଙ୍କ ଅଧା ଶରୀର ଦେବୀଙ୍କର ହୋଇଥିଲା। ଏହି କାରଣରୁ ଭୋଳାଶଙ୍କରଙ୍କୁ ଅର୍ଦ୍ଧନାରୀଶ୍ୱର ଭାବେ ଜଣାଯାଏ। ସିଦ୍ଧିଦାତ୍ରୀ ମା’ ଭକ୍ତଙ୍କ ଭିତରେ ଥିବା ସବୁ କାମନାଙ୍କୁ ପୂରଣ କରିଥାନ୍ତି।

ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଅବତାର ନେଇଥିଲେ। ପ୍ରତିପଦା ତିଥିରେ ମା’ ନବମୀ ତିଥିରେ ମା ଦୁର୍ଗା ବିଭିନ୍ନ ରୂପ ନେଇ ଅସୁରକୁ ବଧ କରନ୍ତି।

sidhhidatri
Photo credit: Times Now

ତେବେ ଆଜି ମିଥୁନ ରାଶି ପାଇଁ ବେଶ୍‌ ଶୁଭ ସମୟ ଏବଂ ମୁହୂର୍ତ୍ତ ରହିଛି। ଆଜିର ଦିନ ଅନ୍ୟ ସବୁ ରାଶି ପାଇଁ ମଧ୍ୟ ଶୁଭ ରହିଛି। କିନ୍ତୁ ବିଶେଷ କରି ମିଥୁନ ରାଶି ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ରହିଛି। ମିଥୁନ ରାଶିର ଲୋକ ମା’ ସିଦ୍ଧିଦାତ୍ରୀଙ୍କ ପୂଜା କଳା ରଙ୍ଗ ଛାଡି ଯେକୌଣସି ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିପାରିବେ।

ମା’ ସିଦ୍ଧିଦାତ୍ରୀ ମିଥୁନ ରାଶିର ବ୍ୟକ୍ତିଙ୍କୁ ଅଷ୍ଟ ସିଦ୍ଧି ଏବଂ ନଅ ନିଧି ପ୍ରଦାନ କରନ୍ତି। ଏହା ପୂଜାର ପୂର୍ଣ୍ଣ ଫଳ ପ୍ରଦାନ କରିଥାଏ।

ପୂଜା ବିଧି: ନବରାତ୍ରିର ନବମ ତିଥିରେ ମା’ଙ୍କୁ ବିଦାୟ ଦିଆଯାଏ। ଏହି ଦିନ ସକାଳୁ ସ୍ନାନ କରି ମା’ଙ୍କୁ ପ୍ରତିଷ୍ଠା କରି ସ୍ଥାପିତ କରିବ। ତା’ ପରେ ମା’ଙ୍କୁ ଫୁଲ ଅର୍ପଣ କରନ୍ତୁ। ଡାଳିମ୍ବ ଫଳ ଭୋଗ ଦିଅନ୍ତୁ। ନୈବେଦ ଚଢାନ୍ତୁ, ମିଷ୍ଠାନ, ପଂଚାମୃତ ଏବଂ ଘରେ ଏହ ଭୋଗ ଲଗାନ୍ତୁ। ଏହି ଦିନ ହୋମ କରନ୍ତୁ। ନବମୀ ଦିନରେ କନ୍ଯା ପୂଜନର ମଧ୍ୟ ବିଶେଷ ମହତ୍ତ୍ବ ରହିଥାଏ।

ପୂଜାର ମହତ୍ତ୍ୱ :

ଆଜି ଦିନରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କଲେ ସମସ୍ତ ସିଦ୍ଧି ମିଳିଥାଏ। ମା’ ସିଦ୍ଧିଦାତ୍ରୀ ପୂଜା କରିବା ଦ୍ୱାରା ସମସ୍ତ ମନବାଞ୍ଛା ପୂର୍ଣ୍ଣ ହୁଏ। ଶାନ୍ତ ଏବଂ ପଦ୍ମାସୀନ ମା’ ମନକୁ ଶାନ୍ତି ପ୍ରଦାନ କରନ୍ତି।  ସିଦ୍ଧିଦାତ୍ରୀ ଶବ୍ଦର ଦୁଇଟି ଅର୍ଥ ରହିଛି। ପ୍ରଥ ସିଦ୍ଧିର ଅର୍ଥ ଧ୍ୟାନ ଏବଂ ଧାତ୍ରୀ ଅର୍ଥ ଯିଏ ପ୍ରଦାନ କରେ। ମା’ ପଦ୍ମଫୁଲ କିମ୍ବା ସିଂହ ଉପରେ ବସିଥାନ୍ତି। ଚର୍ତୁଭୁଜା ଶଙ୍ଖ, ପଦ୍ମ ଧରି ଧରାବତରଣ କରନ୍ତି।

Also Read : ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି, ଦୂର ହେବ ଆର୍ଥିକ ସ୍ଥିତି: ଗୋଲାପ ଫୁଲରେ କରନ୍ତୁ ଏମିତି ଉପାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.