ନିଃସନ୍ତାନଙ୍କ କୋଳ ଭରିଦିଅନ୍ତି ମା’ ସ୍କନ୍ଦମାତା, ଜାଣନ୍ତୁ କେମିତି କରିବେ ପୂଜା

ନବରାତ୍ରିର ପଞ୍ଚମ ଦିନ ମା ସ୍କନ୍ଦମାତାଙ୍କୁ ସମର୍ପିତ। ମାନ୍ୟତା ଅନୁସାରେ ମା’ ଦୁର୍ଗାଙ୍କ ପଞ୍ଚମ ସ୍ୱରୂପ ଦେବୀ ସ୍କନ୍ଦମାତା। ମା’ଙ୍କୁ ଉପାସନା କରିବା ଦ୍ୱାରା ମହିଳାଙ୍କ କୋଳ ଭରିଯାଏ। ଜୀବନରେ ହସଖୁସି ପରିପୂର୍ଣ୍ଣ ରହିଥାଏ। ପାହାଡ ଉପରେ ରହି ମା’ ସାଂସାରିକ ଜୀବନରେ ନବଚେତନା ଜାଗ୍ରତ କରିଥାନ୍ତି। ମା ସ୍କନ୍ଦମାତାଙ୍କ ମହିମା, ମନ୍ତ୍ର ଏବଂ ଉପାସନା କଲେ ଅନେକ ଲାଭ ମିଳିଥାଏ।

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ। ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା। ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମା ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବଧ କରିଥିଲେ। ମା’ ସ୍କନ୍ଦମାତା ପାହାଡରେ ରୁହନ୍ତି। ମା’ ସିଂହ ଉପରେ ବସି କୋଳରେ ଭଗବାନ କାର୍ତ୍ତିକେୟଙ୍କୁ ଧରିଥାନ୍ତି। ଦେବୀଙ୍କର ଚାରି ଭୁଜାରେ ପଦ୍ମଫୁଲ ଶୋଭିତ ହୋଇଥାଏ। ଦେବୀ ସ୍କନ୍ଦମାତା ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ। ତେଣୁ ତାଙ୍କ ଚାରି ପାଖରେ ସୂର୍ଯ୍ୟ ରଶ୍ମୀ ଦେଖାଯାଇଥାଏ। ମା’ ସ୍କନ୍ଦମାତାଙ୍କୁ ପଦ୍ମାସନ ଦେବୀ ବୋଲି କୁହାଯାଏ।

ନବରାତ୍ରିରେ ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ମା’ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ। ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା’ ଦୂର କରିଥାନ୍ତି। ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ।

ମା’ଙ୍କ ପୂଜା :
ମା’ଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ନୀଳ ରଙ୍ଗର ବସ୍ତ୍ର ପିନ୍ଧି ଏବଂ ଦେବୀଙ୍କୁ ନୀଳ ଚୁଡି, ନୀଳ ଶାଢି, ମେହେନ୍ଦୀ, ସିନ୍ଦୁର, ରୋଲି, ଅକ୍ଷୟ ଅର୍ପଣ କରନ୍ତୁ। ଏହି ନିଦ ନୀଳ ଓଢଣୀରେ ନଡିଆ ରଖି ୧୦୮ ଥର ମନ୍ତ୍ର ଜପ କରନ୍ତୁ। ମାନ୍ୟତା ଅନୁସାରେ ଖୁବଶୀଘ୍ର ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି ହେବ।

ମା’ଙ୍କୁ ଭୋଗ :

ମା’ ସ୍କନ୍ଦମାତାଙ୍କ ଭୋଗ ଅତି ପ୍ରିୟ। ମାନ୍ୟତା ଅନୁସାରେ ଦେବୀଙ୍କ ପୂଜାରେ କଦଳୀ ଭୋଗ ଲଗାଇଲେ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ। ଓଁ ସ୍କନ୍ଦମାତା ନମଃ ମନ୍ତ୍ର କହି ମା’ଙ୍କୁ ଭୋଗ ଲଗାନ୍ତୁ। ମା’ ଜଲଦି ଆପଣଙ୍କ ମନସ୍କମନା ପୂର୍ଣ୍ଣ କରିବେ।

ମା’ଙ୍କ ମନ୍ତ୍ର :

ବୀଜ ମନ୍ତ୍ର : ହ୍ରଁ କ୍ଲିଂ ସ୍ୱୀମିନୟୈ ନମଃ

ଧ୍ୟାନ ମନ୍ତ୍ର : ସିଂହାସନା ଗତା ନିତ୍ୟ ପଦ୍ମାଶ୍ରୀ ତରକଦ୍ୱୟା। ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ୟଶସ୍ୱିନୀ ।

ପୂଜା ମନ୍ତ୍ର : ଯା ଦେବୀ ସର୍ବଭୁତେଷୁ ମା’ ସ୍କନ୍ଦମାତା ରୁପେଣ ସଂସ୍ଥିତା। ନମସ୍ତସୈ ନମସ୍ତସୈ ନମୋ ନମଃ ।

ମା’ଙ୍କ ଫୁଲ :

ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ପସନ୍ଦ ଆସିଥାଏ। ଦେବୀ ପୂଜା କରିବା ଦ୍ୱାରା ଭଗବାନ କାର୍ତ୍ତିକେୟଙ୍କ ଉପାସନା ମଧ୍ୟ କରାଯାଏ। ଭଗବାନ କାର୍ତ୍ତିକେୟ ସ୍କନ୍ଦ ଦେବୀଙ୍କ ସେନାପତି। ତେଣୁ ପୂଜାରେ ବ୍ରତୀହେବା ଦ୍ମାରା ମନ ମୁତାବକ ଫଳ ମିଳିଥାଏ।

ମା’ଙ୍କ ଶୁଭ ରଙ୍ଗ :

ମା’ ସ୍କନ୍ଦମାତାଙ୍କ ଉପାସନାରେ ନୀଳ ରଙ୍ଗର ପ୍ରୟୋଗ କରନ୍ତୁ। ମାନ୍ୟତା ଅନୁସାରେ ଦେବୀ ପ୍ରସନ୍ନ ହୁଅନ୍ତୁ। ନୀଳ ରଙ୍ଗ ଜୀବନରେ କିଛି ନୂଆ କରିବାକୁ ପ୍ରେରଣା ଯୋଗାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.