ମାର୍ଗଶିର ଅମାବାସ୍ୟା : ଏହି ଦିନ କରାଯାଏ ପୂର୍ବଜଙ୍କ ପୂଜା, ଜାଣନ୍ତୁ ଏହାର ମହତ୍ବ ଏବଂ ପୂଜା ବିଦ୍ଧି

ମାର୍ଗଶିର ମାସକୁ ‘ଅଗହନ ଅମାବାସ୍ୟା’ ନାମରେ ମଧ୍ୟ ଜଣାଯାଇଥାଏ। ଏହି ଅମାବାସ୍ୟା ମାର୍ଗଶିର ମାସରେ ପଡିଥାଏ। ଏହି ଅମାବାସ୍ୟା କାର୍ତ୍ତିକ ଅମାବାସ୍ୟା ଠାରୁ ମଧ୍ୟ ଅଧିକ ହୋଇଥାଏ। ଯେଉଁପରି ଭାବରେ କାର୍ତ୍ତିକ ମାସ ଅମାବାସ୍ୟାରେ ମାତା ଲକ୍ଷ୍ମୀଙ୍କୁ ପୂଜା କରି ଦୀପାବଳି ପାଳନ କରାଯାଇଥାଏ, ସେହିପରି ଭାବେ ଏହି ଦିନରେ ମଧ୍ୟ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଶୁଭ ବୋଲି ଧରାଯାଏ। ଅମାବାସ୍ୟା ହୋଇଥିବା କାରଣରୁ ଏହି ଦିନରେ ସ୍ନାନ, ଦାନ ଏବଂ ଧାର୍ମିକ କାର‌୍ୟ୍ୟ ଆଦି କରାଯାଇଥାଏ। ମାର୍ଗଶୀର ଅମାବାସ୍ୟାରେ ପିତ୍ରୁପକ୍ଷ କାର‌୍ୟ୍ୟ ବିଶେଷ ରୂପରେ କରାଯାଇଥାଏ ତଥା ଦିନରେ ପୂର୍ବଜ ମାନଙ୍କର ଦିନ ବୋଲି କୁହାଯାଏ।

amabasyaa

ବ୍ରତର ବିଦ୍ଧି ଏବଂ ତାର ମହତ୍ତ୍ବ

ଧାର୍ମିକ କାର‌୍ୟ୍ୟରେ ମିଳିଥାଏ ଅକ୍ଷୟ ଫଳ

sharad poornimaଏମିତି କୁହାଯାଏ ଯେ ସତ୍ୟ ଯୁଗରେ ଦେବତା ମାନେ ମାର୍ଗଶିର ମାସର ପ୍ରଥମ ତିଥିକୁ ବର୍ଷ ଆରମ୍ଭ କରିଥିଲେ। ମାର୍ଗଶିର ଅମାବାସ୍ୟା ଦିନ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି ବୋଲି କୁହାଯାଏ।

-ମାର୍ଗଶିର ଅମାବାସ୍ୟା ତିଥି ପ୍ରତ୍ୟେକ ଧର୍ମ କାର‌୍ୟ୍ୟ ପାଇଁ ଅକ୍ଷୟ ଫଳ ମିଳିଥାଏ ବୋଲି କୁହାଯାଏ। କିନ୍ତୁ ପିତ୍ରୁପୁରୁଷଙ୍କ ଶାନ୍ତି ପାଇଁ ଅମାବାସ୍ୟା ପୂଜାର ବିଶେଷ ମହତ୍ତ୍ବ ରହିଛି।

ଆହୁରି ପଢ଼ନ୍ତୁ : ଏମିତି ଏକ ମନ୍ଦିର ଯେଉଁଠାରେ ପୂଜା ହୁଏ ମହିଳାଙ୍କ ଅନ୍ତଃବସ୍ତ୍ର, ପଛରେ ରହିଛି ବଡ଼ ରହସ୍ୟ

-ବିଷ୍ଣୁପୁରାଣ ଅନୁଯାୟୀ ଅମାବାସ୍ୟାରେ ଉପବାସ ରଖି କେବଳ ପିତ୍ରୁଗଣଙ୍କୁ ତ୍ରୁପ୍ତି ଦିଆଯାଇନଥାଏ ବରଂ ବ୍ରହ୍ମା, ଇନ୍ଦ୍ର, ସୂର‌୍ୟ୍ୟ, ଅଗ୍ନି, ପଶୁ-ପକ୍ଷୀ ଏବଂ ସମସ୍ତ ଭୂତ ପ୍ରାଣୀ ମଧ୍ୟ ତ୍ରୁପ୍ତ ହୋଇ ପ୍ରସନ୍ନ ହୋଇଥାନ୍ତି।

crows

-ଯେଉଁ ଲୋକ ପିତ୍ରୁପୁରୁଷଙ୍କର ମୋକ୍ଷ ପ୍ରାପ୍ତି, ସତଗତି ପାଇଁ କିଛି କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏହି ମାସର ଅମାବାସ୍ୟା ଦିନ ଉପବାସ ରଖି ପୂଜା କରିବା ଆବଶ୍ୟକ।

-ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ପିତ୍ରୁ ଦୋଷ ରହିଛି, ସନ୍ତାନହୀନ ଯୋଗ ରହୁଛି ସେହି ବ୍ୟକ୍ତିଙ୍କୁ ଏହି ଉପବାସ ଅବଶ୍ୟ କରିବା ଆବଶ୍ୟକ।

ଭଗବାନ କ୍ରୁଷ୍ଣ ଏହି ମାସରେ ଦେଇଥିଲେ ଗୀତାର ସନ୍ଦେଶ

amavasya puja

ମାର୍ଗଶିର ମାସ ବିଷୟରେ ସ୍ବୟଂ ଭଗବାନ ଶ୍ରୀକ୍ରୁଷ୍ଣ ଏହି ମାସରେ ବିଶେଷ ମହତ୍ତ୍ବ ରହିଛି ବୋଲି କହନ୍ତି।

-ଭଗବାନ ଶ୍ରୀକ୍ରୁଷ୍ଣ ଏହି ମାସରେ ଅଗହନ ମାସରେ ଗୀତାର ଦିବ୍ୟ ଜ୍ଞାନରୂପୀ ସନ୍ଦେଶ ଦେଇଥିଲେ। ଏହି କାରଣରୁ ଏହି ମାସକୁ ଅମାବାସ୍ୟା ତିଥିକୁ ଆଧ୍ୟାତ୍ମିକ ଲାଭକାରୀ ଏବଂ ପୂଣ୍ଣ୍ୟ ଫଳଦାୟୀ ବୋଲି କୁହାଯାଏ।

ବ୍ରତର ମହତ୍ତ୍ବ

pitruଯେଉଁ ଭଳି ଭାବେ ପିତ୍ରୁପକ୍ଷ ଅମାବାସ୍ୟାକୁ ସର୍ବପିତ୍ରୁ ସର୍ବପିତ୍ରୁ ଅମାବାସ୍ୟା ରୂପରେ ଜଣାଯାଏ, ଠିକ ସେହିଭଳି ଭାବେ ମାର୍ଗଶିର ମାସ ଅମାବାସ୍ୟା ଦିନରେ ପିତ୍ରୁପୁରୁଷଙ୍କ ପାଇଁ ବ୍ରତ ରଖି ଜଳ ଦ୍ବାରା ତର୍ପଣ କରି ସମସ୍ତ ପିତ୍ରୁ ପୁରୁଷଙ୍କୁ ପ୍ରସନ୍ନ କରାଯାଇପାରେ।

-ଏହିଭଳି ଭାବେ ବ୍ରତ କରିବା ଦ୍ବାରା କୁଣ୍ଡଳୀର ପିତ୍ରୁ ଦୋଷ ସମାପ୍ତ ହୋଇଯାଇଥାଏ। ନିସନ୍ତାନକୁ ସନ୍ତାନ ପ୍ରାପ୍ତିର ଯୋଗ ହୋଇଯାଇଥାଏ। ଯଦି କୌଣସି ଭାଗ୍ୟ ସ୍ଥାନରେ ରାହୁ ତଳେ ରହି ସମସ୍ୟା କରୁଥାଏ ତେବେ ତାହା ମଧ୍ୟ ଦୂର ହୋଇଯାଇଥାଏ।

ଏହା ସହ ପଢ଼ନ୍ତୁ : ମା’ଙ୍କର ଅଦ୍ଭୁତ ମନ୍ଦିର, ଯେଉଁଠି ଭକ୍ତଙ୍କର ଚକ୍ଷୁକୁ ନେଇ ସବୁ ସମସ୍ୟାର ନିବାରଣ ନିଜେ କରିଥାନ୍ତି ଦେବୀ ମା’

-ଅଗହନ ମାସର ଏହି ଅମାବାସ୍ୟା ନା କେବଳ ପିତ୍ରୁଗଣଙ୍କୁ ତ୍ରୁପ୍ତ କରିଥାଏ ବରଂ ବ୍ରହ୍ମା, ଇନ୍ଦ୍ର, ରୂଦ୍ର, ଅଶ୍ବିନୀକୁମାର, ସୂର‌୍ୟ୍ୟ, ଅଗ୍ନି, ପଶୁ-ପକ୍ଷୀ ଏବଂ ଭୂତପ୍ରେତ-ପ୍ରାଣୀଙ୍କୁ ମଧ୍ୟ ତ୍ରୁପ୍ତ କରିଥାଏ।

surya pooja

ପୂଜା ବିଦ୍ଧି

କୁହାଯାଏ ଯେ ମାର୍ଗଶିର ଅମାବାସ୍ୟା ଦିନ ଭଗବାନ ଶ୍ରକ୍ରୁଷ୍ଣଙ୍କ ପ୍ରୀୟ ଯମୁନା ନଦୀରେ ସ୍ନାନ କରିବା ଦ୍ବାରା ମହା ପୁଣ୍ଣ୍ୟକାଳ ପ୍ରାପ୍ତି ହେବା ସହିତ ଜୀବନରେ ଦଃଖ ମଧ୍ୟ ଦୂର ହୋଇଥାଏ।

-ଏହି ଅମାବାସ୍ୟା ଦିନ ଉପବାସ ରଖି ଭଗବାନ ଶ୍ରୀ ସତ୍ୟନାରାୟଣଙ୍କର କଥାର ପାଠ କରିବା ମଧ୍ୟ ଆବଶ୍ୟକ।

-ଏହି ଦିନରେ ଯେଉଁ ବ୍ୟକ୍ତି ପୂରା ବିଦ୍ଧି ବିଧାନ ସହିତ ପୂଜା କରି ବ୍ରତ ରଖି ଦାନ ଦକ୍ଷିଣା ଦେଇଥାଏ, ତାଙ୍କର ସବୁ ପାପ କର୍ମ ଦୂର ହୋଇଯାଇଥାଏ। ସେ ଭଗବାନଙ୍କର କ୍ରୁପାର ଅଧିକାର ହୋଇଯାଏ।

amawasya

ମାର୍ଗଶିର ଅମାବାସ୍ୟା ତିଥି

ମାର୍ଗଶିର ଅମାବାସ୍ୟା ତିଥି – ୭ ଡିସେମ୍ବର ୨୦୧୮

-ମାର୍ଗଶିର ଅମାବାସ୍ୟା ତିଥିର ଆରମ୍ଭ – ୬ ଡିସେମ୍ବର ୧୨ଟା ବାଜି ୧୨ ମିନିଟରେ ହେବ।

-ମାର୍ଗଶିର ଅମାବାସ୍ୟା ସମାପ୍ତର ସମାପନ – ୭ ଡିସେମ୍ବର ୧୨ଟା ବାଜି ୫୦ ମିନିଟ ପର‌୍ୟ୍ୟନ୍ତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.