photo: ani
ଗୁଜୁରାଟର ପ୍ରସିଦ୍ଧ ତୀର୍ଥସ୍ଥଳ ଏବଂ କୃଷ୍ଣ ନଗରୀ ଦ୍ୱାରକାରେ ଅହିର ସମ୍ପ୍ରଦାୟର ମହିଳାମାନେ ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଅହିର ସମ୍ପ୍ରଦାୟର ୩୭,୦୦୦ରୁ ଅଧିକ ମହିଳା ଏକତ୍ରିତ ହୋଇ ମହାରାସରେ ଅଂଶଗ୍ରହଣ କରି ବିଶ୍ୱ ରେକର୍ଡ କରିଛନ୍ତି । ଏହି ସମାରୋହରେ ସମସ୍ତ ମହିଳାମାନେ ଲାଲ ରଙ୍ଗର ପୋଷାକ ପିନ୍ଧି ଗରବା ଡ୍ୟାନ୍ସ କରିଥିବା ଦେଖାଯାଇଛି । ଯାହାର ସୁନ୍ଦର ଦୃଶ୍ୟ ଡ୍ରୋନ କ୍ୟାମେରାରେ କଏଦ ହୋଇଛି । ଏଭଳି ଆଶ୍ଚର୍ଯ୍ୟ ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଇଁଛି । ସବୁଠାରୁ ବଡ଼ କଥା ହେଉଛି ୩୭ ହଜାର ମହିଳାଙ୍କ ଦ୍ୱାରା କରାଯାଇଥିବା ଏହି ଗରବା ଡ୍ୟାନ୍ସ ବିଶ୍ୱ ରେକର୍ଡ କରିଛି ।
୩୭,୦୦୦ ମହିଳାଙ୍କ ମହାରାସ ବା ଗରବା ଡ୍ୟାନ୍ସର ଡ୍ରୋନ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ମହାରାସର ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରବିବାର ସକାଳେ ପ୍ରାୟ ୩୭,୦୦୦ ଅହିର ମହିଳା କୃଷ୍ଣ ନଗରୀ ଦ୍ୱାରିକାରେ ଏକାଠି ରାସ ବା ଗରବା ଖେଳି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଅଖିଳ ଭାରତୀୟ ମହାରାସ ସଂଗଠନର ଅଧିକାରୀଙ୍କ କହିବା ଅନୁଯାୟୀ ୩୭ ହଜାରରୁ ଅଧିକ ମହିଳା ପାରମ୍ପରିକ ପୋଷାକ ପରିଧାନ କରି ‘ଅହିରାଣୀ ମହାରାସ’ ପ୍ରଦର୍ଶନ କରିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ଏବଂ ବିଦେଶରୁ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ । ଏହାକୁ ଦେଖିବା ପାଇଁ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଦୁବାଇର ଲୋକମାନେ ଦ୍ୱାରକାରେ ପହଞ୍ଚିଥିଲେ ।
କେବଳ ଏତିକି ନୁହେଁ ଶନିବାର ସନ୍ଧ୍ୟାରେ ଦ୍ୱାରକାସ୍ଥିତ ରୁକମଣି ମନ୍ଦିର ନିକଟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ସମ୍ମାନ ସମାରୋହ, ପୂଜାଅର୍ଚ୍ଚନା, ସାମୁହିକ ପ୍ରସାଦ ଏବଂ କଳାକାରମାନଙ୍କର ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ ଥିଲା । ଏହି ସମାରୋହରେ ସାମିଲ ହେବା ପାଇଁ ସମଗ୍ର ଗୁଜୁରାଟରୁ ମହିଳାମାନେ ପହଞ୍ଚିଥିଲେ । ଦ୍ୱାରକାର ପବିତ୍ର ଭୂମିରେ ଅହିର ସମ୍ପ୍ରଦାୟରେ ମହାରାସ ଆୟୋଜିତ ହୋଇଥିଲା ଯେଉଁଥିରେ ଗତ ୯ ମାସ ଧରି ଅହିର ସମାଜର ମହିଳାମାନଙ୍କର ଅନଲାଇନ୍ ରେଜିଷ୍ଟ୍ରେସନ କରାଯାଇଥିଲା । ଏଥିରେ ୩୭ ହଜାରରୁ ଅଧିକ ମହିଳା ରବିବାର ସକାଳେ ଗରବା ଖେଳି ଇତିହାସ ସୃଷ୍ଟି କରିଥିଲେ । ଏଥିରେ ମହିଳାମାନେ ସେମାନଙ୍କର ପାରମ୍ପରିକ ପୋଷାକ ପିନ୍ଧି ଉତ୍ସାହର ସହିତ ସାମିଲ ହୋଇଥିଲେ ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…