ମାଘ ମାସରେ କରନ୍ତୁ ଏହି କାର୍ଯ୍ୟ, ଦୂର ହେବ ଦୁର୍ଭାଗ୍ୟ ଖୋଲିଯିବ ଭାଗ୍ୟ

ସ୍ୱାସ୍ଥ୍ୟ ଲାଭ ଏବଂ ପୂର୍ଣ୍ଣ୍ୟ ପ୍ରାପ୍ତି ପାଇଁ ମାଘ ମାସ ବହୁତ ଭଲ ବୋଲି ବିଶ୍ୱାସ କରାଯାଏ । ଏହି ପବିତ୍ର ମାସରେ ଦେବାଦେବୀଙ୍କର ପୂଜା ପାଠ ପାଇଁ ସର୍ବୋତ୍ତମ ଅଟେ। ଏହି ମାସରେ ସନାତନ ଧର୍ମର ଲୋକମାନେ ପ୍ରୟାଗରାଜରେ ଏକ ମାସର କଳ୍ପବାସ କରନ୍ତି । ଶାସ୍ତ୍ରରେ ଏହି ମାସରେ କିଛି ବିଶେଷ କାର୍ଯ୍ୟ କରାଯିବାର କୁହାଯାଇଛି । ମାନ୍ୟତା ଅଛି ଯେ ଏହି କାର୍ଯ୍ୟ କରିବା ଦ୍ୱାରା ଦେବୀ-ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି ଏବଂ ଅନେକ କଷ୍ଟରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ପବିତ୍ର ମାସରେ ଜୀବନକୁ ସୁଖୀ ଏବଂ ସମୃଦ୍ଧ କରିବା ପାଇଁ କେଉଁ କେଉଁ କାର୍ଯ୍ୟ କରାଯିବା ଉଚିତ?

ସୂର୍ଯ୍ୟ ପୂଜା: ପଦ୍ମ ପୁରାଣ ଅନୁଯାୟୀ ପୂଜା ,ତପସ୍ୟା, ଯଜ୍ଞ ଆଦି କରିବା ଦ୍ୱାରା ଭଗବାନ ବିଷ୍ଣୁ ଏତେ ପ୍ରସନ୍ନ ହୁଅନ୍ତି ନାହିଁ ଯେତିକି ମାଘ ମାସରେ ପ୍ରାତଃ ସ୍ନାନ କରି ସୂର୍ଯ୍ୟ ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ମିଳିଥାଏ । ଏଥିପାଇଁ ସମସ୍ତ ପାପରୁ ମୁକ୍ତି ପାଇବା ପାଇଁ ଏବଂ ଭଗବାନ ଜଗଦୀଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାଘ ସ୍ନାନ କରି ସୂର୍ଯ୍ୟଙ୍କର ମନ୍ତ୍ର ଜପକରି ଅର୍ଘ୍ୟ ଅର୍ପଣ କରିବା ଆବଶ୍ୟକ ।ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟଙ୍କର ମାନସିକ ଉପାସନା କରେ ତେବେ ସେ ସମସ୍ତ ରୋଗରୁ ମୁକ୍ତ ହୋଇ ସୁଖମୟ ଜୀବନ ଯାପନ କରିଥାଏ ।

puja

ସ୍ନାନ: ନାରଦ ପୁରାଣ ଅନୁଯାୟୀ ମାଘ ମାସର ବ୍ରହ୍ମମୁହୂର୍ତ୍ତରେ ସ୍ନାନ କରିବା ଦ୍ୱାରା ପ୍ରାଣୀଙ୍କର ସମସ୍ତ ବିପର୍ଯୟ ଦୂର ହୋଇଯାଏ ଏବଂ ପ୍ରଜାପତ୍ୟ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ । ଏଥିସହ ମାଘ ମାସରେ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ସେତେବେଳେ ସମସ୍ତେ ତୀର୍ଥଯାତ୍ରାର ରାଜା ପ୍ରୟୋଗର ପାୱନ ସଂଗମ ତଟରେ ଆସନ୍ତି । ଦେବତା, ଦିତ୍ୟ, କିନ୍ନର ଏବଂ ମନୁଷ୍ୟ ସମସ୍ତେ ସମ୍ମାନର ସହ ତ୍ରିବେଣୀରେ ସ୍ନାନ କରିଥାନ୍ତି । ଏହି ମାସରେ କୌଣସି ତୀର୍ଥ, ନଦୀ ଏବଂ ସମୁଦ୍ରରେ ସ୍ନାନ କରିବା ଦ୍ୱାରା ଅନନ୍ତ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ।

shiv

ଶିବଲିଙ୍ଗ ଅଭିଷେକ : ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ବ୍ୟତୀତ ଶିବଙ୍କର ଉପାସନା ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ରୋଗରୁ ମୁକ୍ତି ପାଇବା ପାଇଁ ମାଘ ମାସରେ ଦୈନିକ ପାଣିରେ କିଛି ବୁନ୍ଦା ଗଙ୍ଗାଜଳ ମିଶାଇ ଶିବଲିଙ୍ଗରେ ଜଳଅଭିଷେକ କରିବା ଦ୍ୱାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ବିଶେଷ ଇଚ୍ଛା ପୂରଣ ପାଇଁ ଏହି ମାସରେ ରୁଦ୍ରାଭିଷେକ କରିବା ଲାଭଦାୟକ ଅଟେ । ଏହି ସମୟରେ ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରିବା ଦ୍ୱାରା ବିଷ୍ଣୁ ଭକ୍ତି ପ୍ରାପ୍ତ ହୋଇଥାଏବ ଏବଂ ଶ୍ରୀ ସୁକ୍ତଙ୍କର ବିଧିବିଧାନ ସହ ପୂଜା , ଯଜ୍ଞ କରିବା ଦ୍ୱାରା ଧନ ପ୍ରାପ୍ତ ହେବା ସହ ଘରେ ସୁଖ, ଶାନ୍ତି ଆସିଥାଏ ।

ଦାନ: ଏହି ମାସରେ ରାଶି ତେଲ,ଗୁଡ ଏବଂ କମ୍ବଳ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏପରି କରିବା ଦ୍ୱାରା ରୋଗ ନାଶ ହୋଇଥାଏ । ମତ୍ସ୍ୟ ପୁରାଣ ଅନୁଯାୟୀ ମାଘ ମାସରେ ଯେଉଁ ବ୍ୟକ୍ତି ବ୍ରହ୍ମବେବର୍ତ ପୁରାଣ ଦାନ କରିଥାଏ, ସେ ବ୍ରହ୍ମଲୋକ ପ୍ରାପ୍ତ କରିଥାଏ । ପ୍ରତିଦିନ ଅନ୍ନ ଦାନ କରିବା ଦ୍ୱାରା କେବେ ଅର୍ଥର ଅଭାବ ହୁଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.