ଆସନ୍ତା କାଲି ମାଘ ପୂର୍ଣ୍ଣିମାରେ ଏହି ଉପାୟ କରନ୍ତୁ , ମିଳିବ ସୌଭାଗ୍ୟ ସହ ଭାଗ୍ୟର ହେବ ଶୀଘ୍ର ଉନ୍ନତି

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଥାଏ। ପ୍ରତି ମାସ ଶୁକ୍ଳ ପକ୍ଷ ଅନ୍ତିମ ତିଥିକୁ ପୂର୍ଣ୍ଣିମା କୁହାଯାଏ। ଏହି ତିଥିରୁ ନୂଆ ମାସ ଆରମ୍ଭ ହୋଇଥାଏ। ବର୍ଷକୁ ୧୨ଟି ପୂର୍ଣ୍ଣିମା ପଡେ କିନ୍ତୁ ମାଘ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ।

ମାଘ ମାସର ଶେଷ ଦିନକୁ ମାଘ ପୂର୍ଣ୍ଣିମା କୁହାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ରାତି ମାନେ ୪ ଫେବୃଆରୀ ରାତି ୯ଟାରୁ ଆରମ୍ଭ ହୋଇଯିବ। ଏହି ତିଥି ଆସନ୍ତା କାଲି ମାନେ ରବିବାର ୫ ଫେବୃଆରୀ ସନ୍ଧ୍ୟା ଯାଏ ରହିବ। v ତେଣୁ ଅନେକ ଆସନ୍ତା କାଲି ୫ ଫେବୃଆରୀ ପୂର୍ଣ୍ଣିମାକୁ ପାଳନ କରିବେ। ଚନ୍ଦ୍ରଦେବଙ୍କ ଉପାସନା ସହିତ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱାସ କରାଯାଏ ଯେ ଏହି ଦିନ ଚନ୍ଦ୍ର ନିଜର ଷୋହଳ କଳାରେ ସୌଭାୟମାନ ହୋଇ ଅମୃତ ବର୍ଷା କରିଥାନ୍ତି ।ବୈଦିକ ଜ୍ୟୋତିଷ ଅନୁଯାୟୀ ମାଘ ପୂର୍ଣ୍ଣିମାରେ ସ୍ନାନ, ଦାନ କରିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରମା ଯୁକ୍ତ ଦୋଷରୁ ମୁକ୍ତି ମିଳିଥାଏ ।

ହିନ୍ଦୁ ଧର୍ମରେ ମାଘ ପୂର୍ଣ୍ଣିମା ବ୍ରତର ବିଶେଷ ମହତ୍ତ୍ବ ରହିଥାଏ। କର୍କଟ ରାଶିରେ ଚନ୍ଦ୍ର ଓ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କଲେ ମାଘ ପୂର୍ଣ୍ଣମାର ପବିତ୍ର ଯୋଗ ପଡ଼େ। ଚଳିତବର୍ଷ ଫେବ୍ରୁଆରୀ ୨୭ ତାରିଖରେ ଏହି ଯୋଗ ବନୁଛି। ବ୍ରହ୍ମବୈବର୍ତ୍ତ ପୁରାଣ, ପଦ୍ମ ପୁରାଣ ଓ ନିର୍ଣ୍ଣୟାସିନ୍ଧୁରେ କୁହାଯାଇଛି ଯେ ମାଘ ପୂର୍ଣ୍ଣିମା ଦିନ ସ୍ୱୟଂ ଭଗବାନ ବିଷ୍ଣୁ ଗଙ୍ଗାଜଳରେ ନିବାସ କରିଥାନ୍ତି। ଏଣୁ ଏହି ଦିନ ଗଙ୍ଗାଜଳକୁ ସ୍ପର୍ଶ କଲେ ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ମାନ୍ୟତା ରହିଛି।

ମାଘ ପୂର୍ଣ୍ଣିମାରେ ପବିତ୍ର ପ୍ରୟାଗରାଜରେ ସ୍ନାନ କଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ଏମିତିରେ ଆପଣଙକର ସବୁ ପାପ କ୍ଷ ୟ ହୋଇଯାଏ। ମୁକ୍ତି ମିଳେ। ଯଦି ସଙ୍ଗମ ସ୍ଥଳରେ ଆପଣ ସ୍ନାନ କରିବା ସମ୍ଭବ ହେଉନାହିଁ ତେବେ ଗଙ୍ଗା, ଯମୁନା, କାବେରୀ, କୃଷ୍ଣା, ସିନ୍ଧୁ, ବ୍ରହ୍ମପୁତ୍ର ଆଦି ପବିତ୍ର ନଦୀରେ ସ୍ନାନ କରିପାରିବେ।

ଜ୍ୟୋତିଷଙ୍କ ମତରେ, ଏହି ଯୋଗରେ ସ୍ନାନ କରିବା ଦ୍ୱାରା ସୂର୍ଯ୍ୟ ଓ ଚନ୍ଦ୍ରମାଯୁକ୍ତ ଦୋଷରୁ ମୁକ୍ତି ମିଳିଥାଏ। ଏଣୁ ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମାଘ ପୂର୍ଣ୍ଣିମାରେ ସ୍ନାନ ଖୁବ୍‌ ଫଳଦାୟୀ ହୋଇଥାଏ। ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଦ୍ୱାରା ସମସ୍ତ ରୋଗ ଓ ଶୋକରୁ ମୁକ୍ତି ମିଳିଥାଏ।

ଶାସ୍ତ୍ର ମୁତାବକ, ଯେଉଁମାନେ ମାଘ ପୂର୍ଣ୍ଣିମାରେ ପବିତ୍ର ଜଳରେ ସ୍ନାନ କରିଥାନ୍ତି, ସେମାନେ ସ୍ୱର୍ଗଲୋକରେ ସ୍ଥାନ ପାଇଥାନ୍ତି। ଏହି ଦିନ ସ୍ନାନ ଓ ଦାନ କରିବା ସମୟରେ ‘ଓଁ ନମୋ ଭଗବତେ ବାସୁଦେବାୟ ନମଃ’ ଜପ କରିବା ଉଚିତ। ବିଶ୍ୱାସ ରହିଛି ଯେ ଏହି ଦିନ ସମସ୍ତ ଦେବାଦେବୀ ପୃଥିବୀକୁ ଆସି ପ୍ରୟାଗରେ ସ୍ନାନ, ଦାନ କରିବା ସହ ମନୁଷ୍ୟ ବେଶ ଧାରଣ କରି ଭଜନ, ସତ୍‌ସଙ୍ଗରେ ଭାଗ ନେଇଥାନ୍ତି। ମାଘ ପୂର୍ଣ୍ଣିମାରେ ସମସ୍ତ ଦେବାଦେବୀ ଶେଷ ଥର ସ୍ନାନ କରି ନିଜ ଲୋକକୁ ପ୍ରସ୍ଥାନ କରିଥାନ୍ତି।

ପୂର୍ଣ୍ଣିମା ବ୍ରତ କରୁଥିବା ଲୋକ ସଂପୂର୍ଣ୍ଣ ବିଧିବିଧାନ ସହିତ ଭଗବାନ ସତ୍ଯନାରାୟଣଙ୍କ ପୂଜା କରିଥାନ୍ତି। ଆସନ୍ତାକାଲି ମାଘ ପୂର୍ଣ୍ଣମୀ ପଡୁଥିବାରୁ କିଛି ଲୋକ ଏହି ଦିନ ମଧ୍ୟ ବ୍ରତ ରଖନ୍ତି। ଏହିଦିନ ସୂର୍ଯ୍ଯ ଉଦୟ ପୂର୍ବରୁ ସ୍ନାନ, ଦାନ ଏବଂ ଜପ କରିବା ଦ୍ବାରା ବହୁତ ପୂଣ୍ଯ ମିଳିଥାଏ।

ମାଘ ପୂର୍ଣ୍ଣିମାର ବ୍ରତ ଓ ପୂଜା ବିଧି :

ଏହି ଦିନ ଭଗବାନ ଶ୍ରୀ ସତ୍ଯନାରାୟଣଙ୍କ ପୂଜା କରାଯାଏ। ଶ୍ରୀ ସତ୍ଯନାରାୟଣ ଭଗବାନ ବିଷ୍ଣୁଙ୍କ ରୂପ। ସତ୍ଯ ନାରାୟଣଙ୍କ ପୂଜାରେ କଦଳୀ ପତ୍ର, ପଞ୍ଚାମୃ‌ତ, ପାନ, ମହୁ, ମିଠା, ରାଶି, ସିନ୍ଦୁର, ଦୁବ ଇତ୍ଯାଦି ବ୍ଯବହାର କରାଯାଏ। ଏମିତି କଲେ ହରିଙ୍କ ଆଶୀର୍ବାଦ ମିଳିଥାଏ। ମାଘ ପୂର୍ଣ୍ଣିମା ଦିନ ସତ୍ଯନାରାୟଣ ପୂଜା କରିବା ଦ୍ବାରା ସୌଭାଗ୍ଯ ବରଦାନ ମିଳିଥାଏ ଏବଂ ଘରେ ସୁଖ ସମୃଦ୍ଧି ଭରି ରହିଥାଏ। ମାନ୍ଯତା ରହିଛି, ପୂର୍ଣ୍ଣିମା ଦିନ ବ୍ରତ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.