ମାଘ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ବ, ଜାଣନ୍ତୁ ପୂଜା କରିବାର ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଥାଏ। ପ୍ରତି ମାସ ଶୁକ୍ଳ ପକ୍ଷ ଅନ୍ତିମ ତିଥିକୁ ପୂର୍ଣ୍ଣିମା କୁହାଯାଏ। ଏହି ତିଥିରୁ ନୂଆ ମାସ ଆରମ୍ଭ ହୋଇଥାଏ। ବର୍ଷକୁ ୧୨ଟି ପୂର୍ଣ୍ଣିମା ପଡେ କିନ୍ତୁ ମାଘ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃଆରୀ ୨୭ ତାରିଖ ଶନିବାର ଦିନ ପଡୁଛି। ମାଘ ପୂର୍ଣ୍ଣିମାରେ ଶୁଭ ମୁହୂର୍ତ୍ତରେ ଈଶ୍ୱରଙ୍କୁ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶୁଭ ମୁହୂର୍ତ୍ତ :

ମାଘ ପୂର୍ଣ୍ଣିମା ଆରମ୍ଭ – ୨୬ ତାରିଖ ଶୁକ୍ରବାର ଅପରାହ୍ନ ୩ଟା ୪୯ ମିନିଟ
ପୂର୍ଣ୍ଣିମା ଶେଷ – ୨୭ ତାରିଖ ଶନିବାର ଅପରାହ୍ନ ଦ୍ବିପ୍ରହର ୧ ଟା ୪୬ ମିନିଟ୍

purnima

ମାଘ ପୂର୍ଣ୍ଣିମାରେ କ’ଣ କରିବେ :

ମାଘ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବାର ଭିନ୍ନ ମହତ୍ତ୍ୱ ରହିଛି। ଦାନ ପୁଣ୍ୟ କଲେ ଓ ଗଙ୍ଗା ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ମାଘ ପୂର୍ଣ୍ଣିମା ଦିନ କାଶୀ, ପ୍ରୟାଗରାଜ, ହରିଦ୍ୱାର ଭଳି ତୀର୍ଥ ସ୍ଥାନରେ ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ଗଙ୍ଗା ସ୍ନାନ ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିବା ସହ ସୁଖ ସୌଭାଗ୍ୟ, ଧନ ଓ ସନ୍ତାନ ପ୍ରାପ୍ତି ସହ ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ।

ମାଘ ପୂର୍ଣ୍ଣିମାରେ ଚନ୍ଦ୍ରମା ନିଜର ସମ୍ପୂର୍ଣ୍ଣ କଳାରେ ଭାରି ହୋଇଥାଏ। ସେଥିପାଇଁ ଏହି ଦିନ ଚନ୍ଦ୍ରମା ପୂଜା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ମାଘ ପୂର୍ଣ୍ଣିମାରେ ବିଶେଷକରି ଭୋକିଲା ଓ ଗରିବଙ୍କୁ ଭୋଜନ କରାଇବା ଉଚିତ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ମାଘ ପୂର୍ଣ୍ଣିମାରେ ଚନ୍ଦ୍ରମା ମାଘ ନକ୍ଷତ୍ର ଓ ସିଂହ ରାଶିରେ ଥାଆନ୍ତି। ଏହି ତିଥିରେ ଭଗବାନ ବିଷ୍ଣୁ ନଦୀରେ ବାସ କରନ୍ତି ବୋଲି କୁହାଯାଏ। ସେଥିପାଇଁ ଗଙ୍ଗା ସ୍ନାନ ଦ୍ୱାରା ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.