ଆଜିର ଦିନରେ ସର୍ବପ୍ରଥମେ ପୃଥିବୀ ପୃଷ୍ଠକୁ ଆସିଥିଲା ଗଣେଶଙ୍କ ତରଙ୍ଗ, ଜାଣନ୍ତୁ ପୂଜା କରିବାର ବିଧି ଏବଂ ଶୁଭ ମୁହୂର୍ତ୍ତ

ମାଘ ମାସରେ ପଡୁଥିବା ଗଣେଶ ଚତୁର୍ଥୀକୁ ମାଘୀ ଗଣେଶ ଚତୁର୍ଥୀ ବା ମାଘୀ ଗଣେଶ ଜୟନ୍ତୀ କୁହାଯାଏ। ଏହି ବର୍ଷ ମାଘୀ ଗଣେଶ ଜୟନ୍ତୀ ଆଜି ପଡୁଛି। ହିନ୍ଦୁ ଧର୍ମ ମାନ୍ଯତା ଅନୁସାରେ, ମାଘ ଶୁଳ୍କ ପକ୍ଷର ଚତୁର୍ଥୀ ଦିନ ସର୍ବପ୍ରଥମେ ଗଣେଶଙ୍କ ତରଙ୍ଗ ପୃଥିବୀ ପୃଷ୍ଠକୁ ଆସିଥିଲା। ଲମ୍ବୋଦରଙ୍କୁ ସମର୍ପିତ ଗଣେଶ ଜୟନ୍ତୀରେ ଉପବାସ କରିବା ଦ୍ବାରା ଜୀବନରେ ସୁଖ, ସମୃଦ୍ଧି ଏବଂ ସୁଖଶାନ୍ତି ଆସିଥାଏ।

ଗଣେଶ ଜୟନ୍ତୀ ବା ବିନାୟକ ଚୁର୍ଥୀ ଦିନ ଲାଲ ରଙ୍ଗର ବସ୍ତ୍ର, ଲାଲ ଫୁଲ ଏବଂ ଲାଲ ଚନ୍ଦନକୁ ପୂଜାରେ ଜରୁରୀ ସାମିଲ କରନ୍ତୁ। ଏହି ଦିନ ସଠିକ୍ ବିଧି ବିଧାନ ଏବଂ ନିୟମ ସହିତ ଭଗବାନ ଗଣେଶଙ୍କ ପୂଜା କରିବା ଦ୍ବାରା ବିଘ୍ନହର୍ତ୍ତା ନିଜର ଭକ୍ତଙ୍କ ସମସ୍ତ କଷ୍ଟ ଏବଂ ଦୁଃଖ ଦୂର କରିଥାନ୍ତି।

ପୂଜା କରିବାର ସମୟ:

ବିନାୟକଙ୍କ ପୂଜା କରିବାର ମୂହୁର୍ତ୍ତ ଦିନ ଆଜି ଦିନ ୨ଟାରୁ ଆରମ୍ଭ ହୋଇ ଆସନ୍ତାକାଲି ଦିନ ୩ଟା ୩୫ ମିନିଟରେ ଶେଷ ହେବ।

puja

ପୂଜା କରିବାର ବିଧି:

ଗଣେଶ ଜୟନ୍ତୀ ଦି ସକାଳୁ ଉଠି ନିତ୍ଯକର୍ମ ସାରି ସଫା ବସ୍ତ୍ର ଧାରଣ କରନ୍ତି। ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ସ୍ଥାପନା କରି ପୂଜା ଆରମ୍ଭ କରନ୍ତୁ। ପ୍ରଥମେ ବ୍ରତ ସଂକଳ୍ପ ନିଅନ୍ତୁ, ଏହା ପରେ ଭଗବାନ ଗଣେଶଙ୍କ ବିଧି ବିଧାନ ହିସାବରେ ପୂଜା କରନ୍ତୁ। ଏହିଦିନ ବହୁତ ଲୋକ ବ୍ରତ ରଖି କେବେଳ ଫଳାହାର କରନ୍ତି।

ସେହିପରି ସନ୍ଧ୍ଯା ସମୟରେ ସୂର୍ଯ୍ଯାସ୍ତ ହେବା ପୂର୍ବରୁ ସ୍ନାନ କରି ଗଣେଶଙ୍କ ପୂଜା କରିବା ଆରମ୍ଭ କରିଦିଅନ୍ତୁ। ଏହା ପରେ ରାତିରେ ଚନ୍ଦ୍ରଙ୍କୁ ଦର୍ଶନ କରି ଚନ୍ଦ୍ର ଦେବଙ୍କୁ ଅର୍ଘ୍ଯ ଦିଅନ୍ତୁ। ତା’ ପରେ ହିଁ ଭୋଜନ ଗ୍ରହଣ କରନ୍ତୁ। ଭଗବାନ ଗଣେଶଙ୍କୁ ମୋଦକ ଏବଂ ଲଡୁ ବହୁତ ପ୍ରିୟ ହୋଇଥାଏ। ତେବେ ଗଣେଶ ଜୟନ୍ତୀ ଦିନ ପୂଜାରେ ଏହୀସବୁ ଜିନିଷ ସାମିଲ କରନ୍ତୁ।

Leave A Reply

Your email address will not be published.