Categories: ସ୍ପେଶାଲ

ଜାଣିଛନ୍ତି ଅସରପା କ୍ଷୀରର ଅନେକ ଫାଇଦା, ସୁନ୍ଦରତା ବଢ଼ାଇବା ସହ କରିବ ରୋଗଦୂର

ଆମେ ସାଧାରଣତଃ ଗାଇ, ମଇଁଷି ଆଦିର କ୍ଷୀର ବିଷୟରେ ଶୁଣିଛୁ। କିନ୍ତୁ କଣ କେବେ ଆପଣ ଅସରପା କ୍ଷୀର ବିଷୟରେ ଶୁଣିଛନ୍ତି। ଆଜ୍ଞା ହଁ, ନିକଟରେ ବୈଜ୍ଞାନିକମାନେ ଅସରପା କ୍ଷୀରର ପୌଷ୍ଟିକ ତତ୍ଵ ବିଷୟରେ ଦୁନିଆକୁ ଜଣାଇଛନ୍ତି। ଖାଲି ତାହା ନୁହଁ, ଏହାକୁ ଏକ ସୁପର ଫୁଡ ବୋଲି କୁହାଯାଇଛି।

ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ , ଅନ୍ୟ ପ୍ରଜାତିର ଜୀବଙ୍କ ଅପେକ୍ଷା ଅସରପାର କ୍ଷୀର ଅଧିକ ଲାଭକାରୀ ହୋଇଥାଏ। ତେବେ ଆଗାମୀ ଭବିଷ୍ୟତରେ ଏହାର ଖୁବ ଚାହିଦା ରହିବ ବୋଲି ମଧ୍ୟ କୁହାଯାଇଛି।

ଗବେଷଣାରୁ ଜଣାଯାଏ ଯେ, ଅସରପା ଅଣ୍ଡା ଦବା ପରିବର୍ତ୍ତେ ଛୁଆ ଜନ୍ମ କରିଥାଏ ଓ ଏହି ସମୟରେ ତା ଦେହରୁ କିଛି ପୁଷ୍ଟିକର ଅଣୁ ନିର୍ଗତ ହୋଇ ଥାଏ। ଯାହା ଗୋଟେ ସମ୍ପୂର୍ଣ ଖାଦ୍ୟ ଜ୍ଝ ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ , ଫ୍ୟାଟ ଓ କାର୍ବୋହାଇଡ୍ରେଟ ମିଳିଥାଏ ଜ୍ଝ ଏଥିର ଥିବା ପୋଷକ ଗୋଟିଏ ମଇଁଷି, ଗାଇ କ୍ଷୀର ଠାରୁ ୩ ଗୁଣ ଅଧିକ ଲାଭଦାୟକ ହୋଇଥାଏ।

 

ଏଥିରେ ପ୍ରୋଟିନ୍, ଚର୍ବି ଓ ସୁଗାର ଥିବାରୁ ଉକ୍ତ ସ୍ଫଟିକ ସବୁ ପୂର୍ଣ୍ଣାଙ୍ଗ ଖାଦ୍ୟ ଅଟେ। କିନ୍ତୁ ଅସରପା ଠାରୁ କ୍ଷୀର ଦୁହିଁ ବଡ଼ ଦୂରୁହ ବ୍ୟାପାର। ତେଣୁ କେତେକ କହନ୍ତି ଭବିଷ୍ୟତରେ ଏହା କ୍ୟାପ୍ସୁଲ୍ ଭାବେ ମିଳିବ। କିନ୍ତୁ ଏହି ଗୋଟିଏ ବଟିକା ପ୍ରସ୍ତୁତ କରିବାକୁ ବୋଧହୁଏ ୧୦୦ ଅସରପା ଆବଶ୍ୟକ ହେବ।

ନିଶ୍ଚିତ ପଢ଼ନ୍ତୁ: ଆଇସ୍କ୍ରିମ ପାଇଁ ଗଲା ୯ ବର୍ଷ ଝିଅର ଜୀବନ, କାରଣ ଜାଣି ହେବ ନାହିଁ ବିଶ୍ବାସ

-ଏହି ଅସରପା କ୍ଷୀରରେ ଥିବା ପୋଷକତତ୍ତ୍ୱ ଏବଂ ହରମୋନ୍ ବୃଦ୍ଧି କରିଥାଏ। ଖାଲି ହରମୋନ ନୁହଁ ଏହାର ସେବନ ସୁନ୍ଦରତା ମଧ୍ୟ ବଢ଼ାଇଥାଏ। ଏହା ଦ୍ବାରା ମୁହଁର ବ୍ରଣ କମ କରିଥାଏ। ଏଥିସହ ଚର୍ମ ଏବଂ ଚେହେରାରେ ଥିବା ବିଭିନ୍ନ ସଂକ୍ରମଣ ଆଦିକୁ ମଧ୍ୟ ଏହା କମ କରାଇଥାଏ।

-ଏଥିରେ ଅଧିକ ପରିମାଣରେ ଶର୍କରା ଥିବାରୁ ଏହା ଚର୍ମ ଓ ସୌନ୍ଦର‌୍ୟ୍ୟ ପାଇଁ ଅନୁକୂଳ। କିନ୍ତୁ ଏଥିରେ ଥିବା ପୁଷ୍ଟିସାର ଏବଂ ଚର୍ବି କେଶ ଓ ନଖ ପାଇଁ ଉତ୍ତମ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago