ଚୁମ୍ବକୀୟ ପାହାଡ଼ ନା ଦୈବୀ ଶକ୍ତି, ଉଠାଣିରେ ଗାଡ଼ି ଗଡୁଛି କେମିତି ? ଲେହ ଲଦାଖର ଏହି ପାର୍ବତ୍ୟାଞ୍ଚଳ ଏବେ ବି ରହସ୍ୟମୟ

ସୃଷ୍ଟିରଏକ ବିରଳ ବୈଚିତ୍ର୍ୟ, ଯେଉଁଠି ଅଟକି ଯାଇଛି ବିଜ୍ଞାନ। କାରଣ,ଏପର୍ଯ୍ୟନ୍ତ କେହିବି ଏହାର ରହସ୍ୟ ଭେଦ କରିପାରି ନାହାନ୍ତି । ଆମେ କହୁଛୁ ସେହି ମ୍ୟାଗନେଟିକ ହିଲ ବା ଚୁମ୍ବକୀୟ ପାହାଡ଼ କଥା ।
ଶ୍ରୀନଗରରୁ ଲେହ-କାରଗିଲ ରାଜପଥରେ ଗଳା ବେଳେ ଲଦାଖ ନିକଟରେ ରହିଛି ଏହି ମ୍ୟାଗନେଟ୍‌ ହିଲ୍‌ ବା ଚୁମ୍ବକ ପାହାଡ଼ । ଯାହା ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ । କାରଣ ଯେତେବେଳେ ଆପଣ କାର୍‌ରେ ଏହି ମ୍ୟାଗନେଟିକ ହିଲ ନିକଟକୁ ଯିବେ ସେତେବେଳେ ଦେଖିବାକୁ ପାଇବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଠିକ୍‌ ଯେମିତି ଗଡ଼ାଣିରେ କାର୍‌ ଷ୍ଟାର୍ଟ ବନ୍ଦ କରିଦେଲେ ଏହା ଗଡ଼ିଯାଏ ଠିକ୍‌ ସେମିତି ନିଉଟ୍ରାଲରେ ଛିଡ଼ା କଲେ ମଧ୍ୟ କାର୍‌ଟି ୨୦ରୁ ୩୦ ସ୍ପିଡରେ ଆପେ ଆପେ ଚାଲିବ । ଏଥିପାଇଁ ଅନେକ ଏହାକୁ ଦୈବୀ ଶକ୍ତି ବୋଲି କୁହନ୍ତି । ହେଲେ ବାସ୍ତବରେ ଏହା କୌଣସି ଦୈବୀ ଶକ୍ତି ନୁହେଁ ବରଂ ମ୍ୟାଗନେଟିକ ହିଲ୍‌ର କରାମତି ।

TOURIST-1ଆମ ପୃଥିବୀରେ ଏମିତି କିଛି ଜାଗା ଅଛି ଯାହା ଆଜି ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି । କିନ୍ତୁ ଏଭଳି ରହସ୍ୟମୟ ପାହାଡ଼ ଦୁନିଆରେ ଅଦ୍ବିତୀୟ । ଆଉ ପର୍ଯ୍ୟଟକଙ୍କ ପାଇଁ ଏକ ମନୋରଞ୍ଜନର ମାଧ୍ୟମ ପାଲଟିଛି । ବିଶେଷ କରି ଗ୍ରୀଷ୍ଣ ଋତୁରେ ଏହାର ଶକ୍ତି ଟିକେ ଅଧିକ ହୋଇଥିବାରୁ ପର୍ଯ୍ୟଟକମାନେ ଏହି ସମୟରେ ଏଠାକୁ ଆସିବାକୁ ପସନ୍ଦ କରନ୍ତି । ହେଲେ ପ୍ରକୃତିର ଏହି ବିସ୍ମୟ, ପାହାଡ଼ଟି ସତରେ କଣ ମ୍ୟାଗନେଟ୍‌ ପଥରରେ ଭରପୂର ହୋଇ ରହିଛି ନାଁ ଏହା ପଛରେ ଅନ୍ୟ କଣ କାରଣ ଅଛି ତାହା ଏବେବି ପ୍ରତ୍ୟକଙ୍କ ମନରେ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି । ତଥାପି କିଛି ଭୂ-ବିଜ୍ଞାନୀଙ୍କ ମତରେ ସେଠାକାର ପରିବେଶ ଏମିତି ଯେ ରାସ୍ତାଟି ଉଠାଣିଆ ଦେଖା ଯାଉଥିଲେ ମଧ୍ୟ ପ୍ରକୃତରେ ଗଡ଼ାଣିଆ । ତେଣୁ ଗାଡ଼ିଗୁଡ଼ିକ ଗଡ଼ିଯାଏ । ହେଲେ ଆମେ ଭାବୁ ଉଠାଣିରେ ଗାଡ଼ି ଗଡୁଛି କେମିତି ?

HILL-4
ଲେହ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ପଡ଼ିବ ଏହି ମ୍ୟାଗନେଟିକ୍‌ ହିଲ । ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି କିଛି ଭିନ୍ନ ପ୍ରକାର । ସେମାନେ ଏହାକୁ ଦୈବୀଶକ୍ତିର ଆଖ୍ୟା ଦେଇଛନ୍ତି । ସେମାନଙ୍କ କହିବା କଥା, ଇଏ ହେଉଛି ସିଧା ସ୍ୱର୍ଗକୁ ରାସ୍ତା । ଯାହାର ଭଲ କର୍ମ ଥାଏ ସିଏ ସ୍ୱର୍ଗକୁ ଯାଏ । ତାକୁ ଈଶ୍ୱର ଏମିତି ଆପେ ଆପେ ଟାଣି ନିଅନ୍ତି । ଆଉ ଯିଏ ନଯାଇ ପାରିଲା ସେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱର୍ଗକୁ ଯାଇ ପାରିବ ନାହିଁ ।
ସେହିପରି ଗୁଜରାଟରେ ମଧ୍ୟ ଏଭଳି ଦୁଇଟି ଚୁମ୍ବକ ପାହାଡ଼ ରହିଛି । ଭୁଜ୍‌ର କାଲୋ ଡୁଙ୍ଗର ଏବଂ ଅନ୍ୟଟି ତୁଲସୀ ଶ୍ୟାମରେ ଦେଖିବାକୁ ମିଳେ ।

4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.