ଦୁର୍ଯ୍ୟୋଧନ ଜନ୍ମ ନେବା ମାତ୍ରେ ହିଁ ଘଟିଥିଲା ଏହି ସବୁ ଅଘଟଣ, ସେତେବେଳେ ବିଦୁର କହିଥିଲେ ଏମିତି କଥା

ମହାଭାରତର ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହି ଯୁଦ୍ଧ ବହୁତ ଭୟଙ୍କର ଥିଲା । ଏହି ଯୁଦ୍ଧରେ କୌରଵ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଥିଲେ । ତେବେ ମହାଭାରତ ଯୁଦ୍ଧ ପଛରେ ସବୁଠାରୁ ବଡ କାରଣ ଥିଲା ଦୁର୍ଯ୍ୟୋଧନ । ମହାଭାରତର ଯୁଦ୍ଧ ଦୁର୍ଯ୍ୟୋଧନଙ୍କ ଅଭିଳାଷ ଏବଂ ଜିଦ୍‌ର ଫଳାଫଳ ଥିଲା।

ଦୁର୍ଯ୍ୟୋଧନଙ୍କ ଜନ୍ମ

ଦୁର୍ଯ୍ୟୋଧନ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ଗାନ୍ଧାରୀ ଚାହୁଁଥିଲେ ଯେ ତାଙ୍କ ପୁଅ ହସ୍ତିନାପୁରର ରାଜା ହୁଅନ୍ତୁ, କିନ୍ତୁ ପାଣ୍ଡୁଙ୍କ ପତ୍ନୀ କୁନ୍ତୀ ପ୍ରଥମେ ସନ୍ତାନ ପ୍ରାପ୍ତ କରିଥିଲେ । ଗାନ୍ଧାରୀ ଏହାଦ୍ୱାରା ବହୁତ ଅସନ୍ତୁଷ୍ଟ ହୋଇ ଅନେକ ଚାକରାଣୀମାନଙ୍କ ଦ୍ୱାରା ନିଜ ଗର୍ଭକୁ ଆଘାତ ଦେଇଥିଲେ ଯାହାଦ୍ୱାରା ତାଙ୍କର ଗର୍ଭପାତ ହୋଇଥିଲା । ସେତେବେଳେ ମହର୍ଷି ବ୍ୟାସ ଗାନ୍ଧାରୀଙ୍କୁ ବୁଝାଇଥିଲେ ଏବଂ ଗର୍ଭରୁ ବାହାରିଥିବା ଗୋଟିଏ ଅଂଶକୁ ଶହେ ଏକ ଭାଗରେ ବିଭକ୍ତ କରି ଘିଅ ଡବାରେ ରଖିଲେ । ଏହାପରେ ଗାନ୍ଧାରୀଙ୍କାର ଶହେ କୌରଵ ପୁତ୍ର ଜନ୍ମ ନେଇଥିଲେ । ତେବେ ପ୍ରଥମେ ପାତ୍ରରୁ ବାହାରି ଥିବା ଶିଶୁର ନାମ ଥିଲା ଦୁର୍ଯ୍ୟୋଧନ ।

Why Duryodhan got heaven aftar Mahabharat

ଦୁର୍ଯ୍ୟୋଧନ ଜନ୍ମ ହେବା ମାତ୍ରେ ଅନେକ ଅଶୁଭ ଘଟଣା ଏକାସାଙ୍ଗରେ ଘଟିବାକୁ ଲାଗିଲା । ଦୁର୍ଯ୍ୟୋଧନ ଜନ୍ମ ହେବା ମାତ୍ରେ କୋକିଶିଆଳମାନେ ଜୋରରେ କାନ୍ଦିବାକୁ ଲାଗିଲେ। ପେଚାମାନେ ଶବ୍ଦ କରିବା ଆରମ୍ଭ କଲେ। ହଠାତ୍ ଆକାଶରେ ଘନ ମେଘ ଦେଖାଗଲା । ଦୁର୍ଯ୍ୟୋଧନ ଜନ୍ମ ହେବା ମାତ୍ରେ କଥା କହିବା ଆରମ୍ଭ କଲେ । ଏହି ଘଟଣା ଦେଖି ବିଦୁର ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କୁ ତୁରନ୍ତ ଏହି ପୁଅକୁ ତ୍ୟାଗ କରିବାକୁ କହିଥିଲେ। ବିଦୁର କହିଥିଲେ ଯେ ଏହି ପିଲା ହସ୍ତିନାପୁର ବିନାଶର କାରଣ ସାଜିବ । କିନ୍ତୁ ପୁତ୍ର ମୋହରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ଏପରି କରିବାକୁ ମନା କରିଦେଇଥିଲେ। ପରେ ବିଦୁରଙ୍କ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହେଲା ।

कृष्ण के 10 नीतियों में है चुनाव ...

ଦୁର୍ଯ୍ୟୋଧନଙ୍କୁ କଳିଯୁଗର ଅବତାର ବୋଲି ବିବେଚନା କରାଯାଏ । କାରଣ ଦୁର୍ଯ୍ୟୋଧନଙ୍କ ଠାରେ ସେହି ସମସ୍ତ ଗୁଣ ଉପସ୍ଥିତ ଥିଲା ଯାହା କଳିଯୁଗରେ ସ୍ୱାର୍ଥପରତା ପାଇଁ ଗ୍ରହଣ କରାଯାଉଛି । ସେଥିପାଇଁ ଦୁର୍ଯ୍ୟୋଧନଙ୍କୁ କଳିଯୁଗର ଅବତାର ବୋଲି କୁହାଯାଏ । ଦୁର୍ଯ୍ୟୋଧନଙ୍କ ବିଷୟରେ ଗୋଟିଏ କଥା କୁହାଯାଏ ଯେ ସେ ବହୁତ କୂଟନୈତିକ ରାଜନେତା ଥିଲେ ଏବଂ ନେତୃତ୍ୱ ନେବାରେ ବହୁତ ଦକ୍ଷତା ରଖୁଥିଲେ । ସେ ଗଦା ଯୁଦ୍ଧରେ ମଧ୍ୟ ପାରଙ୍ଗମ ଥିଲେ। ଦୁର୍ଯ୍ୟୋଧନଙ୍କା ଠାରେ ବିଜୁଳି ପରି ଚମତ୍କାରିତା ଥିଲା । ସେ ଖୁବ ଶୀଘ୍ର ଲୋକଙ୍କୁ ନିଜର କରିଦେଉଥିଲେ । ତାଙ୍କର ଏହି ଗୁଣ ଯୋଗୁଁ ମହାଭାରତ ଯୁଦ୍ଧରେ ଅନେକ ରାଜା ତାଙ୍କୁ ସମର୍ଥନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.