ହିମାଚଳରେ ଥିବା ମହାଭାରତ କାଳର ଏହି ମନ୍ଦିର ୬ ମାସ ପାଣିରେ ବୁଡି ରହିଥାଏ, ଜାଣନ୍ତୁ ଏହାର ଇତିହାସ କ’ଣ ?

ହିମାଚଳ ପ୍ରଦେଶରେ ଅନେକ ଅଦ୍ଭୁତ ତୀର୍ଥସ୍ଥଳୀ ରହିଛି ଅଛି ଯାହା ପୁଣି ରହସ୍ୟମୟ । ଏମିତି ଏକ ତୀର୍ଥସ୍ଥାନ କାଙ୍ଗଡାର ମଣ୍ଡ ଅଞ୍ଚଳ ଦେଇ ଯାଇଥିବା ପୋଙ୍ଗ ହ୍ରଦ ମଝିରେ ରହିଛି । ଯାହା ପାଣ୍ଡବଙ୍କ ଅଜ୍ଞାତବାସ ସମୟରେ ନିର୍ମିତ ହୋଇଥିଲା । ପୋଙ୍ଗ ହ୍ରଦର ଜଳସ୍ତର ବଢିବା କାରଣରୁ ଏହି ସ୍ଥାନ ୬ ମାସ ଯାଏଁ ଜଳ ଭିତରେ ବୁଡି ରହେ । ଏହି ତୀର୍ଥସ୍ଥଳୀ ୬ ମାସ ପାଣି ଭିତରେ ଓ ୬ ମାସ ପାଣି ବାହାରେ ରହିଥାଏ । ଏଠାରେ ଏକ ସିଢି ଭଳି ଗୋଲାକାର ମିନାର ରହିଛି | ଏହାସହ ମନ୍ଦିର, ପ୍ରବେଶଦ୍ୱାର, ପ୍ରସ୍ଥାନ ଦ୍ୱାର ଓ ପାଖରେ ଏକ ଗଭୀର କୂଅ ମଧ୍ୟ ରହିଛି ।

କିନ୍ତୁ ବହୁତ କମ ଲୋକ ଏହାର ଇତିହାସ ସମ୍ପର୍କରେ ଜାଣିଛନ୍ତି । ଏକ କିମ୍ବଦନ୍ତୀ ଅନୁଯାୟୀ, ପାଣ୍ଡବ ଅଜ୍ଞାତବାସ ସମୟରେ ସ୍ୱର୍ଗକୁ ଯିବା ପାଇଁ ଏହି ତୀର୍ଥସ୍ଥଳ ନିର୍ମାଣ କରିଥିଲେ। ଏହାକୁ ଗୋଟିଏ ରାତିରେ ନିର୍ମାଣ କରିବାର ଥିଲା । ସେଥିପାଇଁ ପାଣ୍ଡବ ୬ ମାସକୁ ଗୋଟିଏ ରାତିରେ ପରିଣତ କରି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ପାଣ୍ଡଵ ମାନେ ଏହା ଭିତରେ ଉପାସନା ପାଇଁ ଶିବ ମନ୍ଦିର ନିର୍ମାଣ କରିଥିଲେ । ପାନୀୟ ଜଳ ଓ ସ୍ନାନ ପାଇଁ ଏଠାରେ ଏକ କୂଅ ନିର୍ମାଣ କରିଥିଲେ | ଏହି ସ୍ଥାନରେ ଦୌପ୍ରଦୀଙ୍କ ହାତବୁଣା ଏକ ଶାଲ ମଧ୍ୟ ଥିଲା । ପ୍ରାଚୀନ କାଳରେ ନିର୍ମିତ ଏହି ତୀର୍ଥସ୍ଥଳୀ ୬ ମାସ ପାଣି ଭିତରେ ରହିବା ପରେ ମଧ୍ୟ ଏହାର କିଛି କ୍ଷତି ହୋଇନଥାଏ ।

mm
photo credit: News 18

ଏହି ତୀର୍ଥସ୍ଥଳୀକୁ ପ୍ରତି ବର୍ଷ ଅନେକ ପର୍ଯ୍ୟଟକ ଆସିଥାନ୍ତି । ତଥାପି ସ୍ଥାନୀୟ ପ୍ରଶାସନ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଏପରିକି ସରକାର ପ୍ରତି ବର୍ଷ ବଜେଟରେ ତୀର୍ଥସ୍ଥଳୀ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କଥା କୁହନ୍ତି । କିନ୍ତୁ ଏହାର କୌଣସି ସୁରକ୍ଷା ବ୍ୟବସ୍ଥା ଏବେ ଯାଏଁ ହୋଇନାହିଁ। ଯଦି ଏହି ସୁନ୍ଦର ଧାର୍ମିକ ସ୍ଥଳକୁ ସୁରକ୍ଷିତ କରାଯାଏ ତାହେଲେ ପାଣି ଭିତରେ ଓ ବାହାରେ ଦୃଶ୍ୟମାନ ହେଉଥିବା ଦୁନିଆର ଏହି ଏକମାତ୍ର ମନ୍ଦିର ବିଶ୍ୱ ମାନଚିତ୍ରରେ ଆକର୍ଷଣର ଏକ କେନ୍ଦ୍ର ପାଲଟିବ । ସରକାରଙ୍କର ଏପରି ଅବହେଳା ଯୋଗୁ ଏହି ମନ୍ଦିରରେ ଅସ୍ତିତ୍ୱ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.