ମହାକାଳ ମନ୍ଦିରରେ ପ୍ରତିଦିନ ୧୦ ମିନିଟ ପାଇଁ ମହିଳାଙ୍କ ପ୍ରବେଶକୁ ବାରଣ କରାଯାଏ, ଏହା ପଛରେ ରହିଛି ଏହି ବିଶେଷ କାରଣ

ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ । ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଉଜ୍ଜୟିନୀରେ ଅବସ୍ଥିତ ଶ୍ରୀ ମହାକାଳେଶ୍ଵରଙ୍କ ଦର୍ଶନ କରିବା ପାଇଁ ବର୍ଷର ସବୁ ସମୟରେ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ଦୈନିକ ହଜାର ହଜାର ଲୋକେ ଆସିଥାନ୍ତି।

ସ୍କନ୍ଧ ପୁରାଣ ମତରେ ଆଜିର ଉଜ୍ଜୈନ ସହର ପୂର୍ବ କାଳରେ ଅବନ୍ତିନଗର ନାମରେ ପରିଚିତ ଥିଲା ,ସେହି ସମୟରେ ଦେବପ୍ରିୟ ନାମକ ଜଣେ ପଣ୍ଡିତ ଏହି ନଗରରେ ବାସ କରୁଥିଲେ ଏବଂ ସେ ମହାକାଳଙ୍କର ବହୁତ ବଡ ଭକ୍ତ ଥିଲେ । ଦେବପ୍ରିୟ ପଣ୍ଡିତ ବ୍ରାହ୍ମଣ ମାନଙ୍କୁ ନେଇ ମହାକାଳଙ୍କର ଏକ ଯଜ୍ଞ କରୁଥିବା ସମୟରେ ଧୁସଣ ନାମକ ଏକ ରାକ୍ଷସ ସେହି ଯଜ୍ଞକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବା ସମୟରେ ଦେବପ୍ରିୟ ପଣ୍ଡିତ ମହାକାଳଙ୍କୁ ପ୍ରାର୍ଥନା କରିଥିଲେ , ଦେବପ୍ରିୟଙ୍କ ଭକ୍ତି ଭାବରେ ସନ୍ତୁଷ୍ଟ ହୋଇ ଦେବ ଦେବ ମହାକାଳ ସେହିଠାରେ ଆବିର୍ଭାବ ହୋଇଥିଲେ ଏବଂ ଧୂସଣ ନାମକ ରାକ୍ଷସକୁ ଭସ୍ମ କରିଦେଇଥିଲେ।ସେହି ଭସ୍ମ ବିଭୂତିକୁ ବାବା ମହାକାଳ ନିଜଦେହରେ ବୋଳିହୋଇ ଥିଲେ।

ସେହିଦିନଠାରୁ ଦେବପ୍ରିୟ ପଣ୍ଡିତଙ୍କ ଅନୁରୋଧ ରକ୍ଷାକରି ଅବନ୍ତି ନଗର ବା ଆଜିର ଉଜ୍ଜୟିନୀ ଠାରେ ବାବା ମହାକାଳ ବିଜେ କରି ଭକ୍ତ ମାନଙ୍କର ରୋଗ ଦୁଃଖ ଶୋକ ଦୂର କରୁଛନ୍ତି । ଶ୍ରାବଣ ମାସରେ ବାବା ମହାକାଳଙ୍କ ଉପରେ ଜଳଲାଗି କରି ଦର୍ଶନ କଲେ ସମସ୍ତ ମନୋକାମନା ପୁରଣ ହୋଇଥାଏ | ବାବା ଙ୍କ ପାଖରେ ଶ୍ରଦ୍ଧା ଭକ୍ତି ଏବଂ ବିଶ୍ବାସର ସହକାରେ ଭକ୍ତ ମାନେ ଯାହା କାମନା କରିଥାନ୍ତି ବାବା ତାହା ପୂରଣ କରିଥାନ୍ତି ବୋଲି ଭକ୍ତ ମାନଙ୍କର ଅଗାଢ ବିଶ୍ବାଶ ରହିଛି ।

ମଧ୍ୟପ୍ରଦେଶର ଧାର୍ମିକ ରାଜଧାନୀ ଉଜ୍ଜୟିନୀରେ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିର ଅନେକ କାରଣ ପାଇଁ ଚର୍ଚ୍ଚାରେ ରହିଥାଏ। ନିକଟରେ ଏବେ ମହାକାଳ ଲୋକ କରିଡର ମଧ୍ୟ ଉଦଘାଟନ ହୋଇଛି। ଆପଣ ଶୁଣିଥିବେ ଅନେକ ମନ୍ଦିର ଏପରି ଅଛି ଯେଉଁଠି ମହିଳାଙ୍କ ପ୍ରବେଶକୁ ବାରଣ କରାଯାଇଥାଏ। ମହାକାଳ ଜ୍ୟୋତିର୍ଲିଙ୍ଗରେ ମଧ୍ୟ ଏମିତି କିଛି ନିୟମ ରହିଛି। ଏଠାରେ ମହିଳା ମାନେ ମନ୍ଦିର ତ ଯାଆନ୍ତି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ମହିଳାଙ୍କୁ କେବଳ ୧୦ ମିନିଟ ପର୍ଯ୍ୟନ୍ତ ବାବାଙ୍କୁ ଦର୍ଶନ କରିବାର ଅନୁମତି ନାହିଁ। ଏହାବାଦ ମହିଳା ମାନେ ବାବାଙ୍କ ଦର୍ଶନ କରିପାରିବେ। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ଆସନ୍ତୁୂ ଜାଣିବା ସେ ସମ୍ପର୍କରେ..

ମହାକାଳ ମନ୍ଦିର ର ପଣ୍ଡିତ ଙ୍କ କହିବା ଅନୁଯାୟୀ ଏଠାରେ ଭଗବାନ ମହାକାଳ ଶିବ ରୂପରୁ ଶଙ୍କର ରୂପରେ ପ୍ରବେଶ କରିଥାନ୍ତି। ମାନେ ନିରାକାରରୁ ସାକାର ରୂପରେ ପ୍ରବେଶ କରିଥାନ୍ତି । ଏହି ସମୟରେ ଭଗବାନଙ୍କୁ ଭସ୍ମ ଲଗାଯାଇଥାଏ। ଏହାକୁୁ ଭଗବାନଙ୍କ ଅଭ୍ୟଙ୍ଗ ସ୍ନାନ କୁହାଯାଏ। ଏହି ସ୍ନାନକୁ ଦର୍ଶନ କରିବା ପାଇଁ ମାହିଳାଙ୍କୁ ଅନୁମତି ନଥାଏ। ତାଙ୍କ କହିବା ଅନୁସାରେ ଯେମିତି ଲୋକମାନେ ବସ୍ତ୍ର ବଦଳାନ୍ତି ସେହିପରି ପ୍ରଭୁଙ୍କର ମଧ୍ୟ ବସ୍ତ୍ର ପରିବର୍ତ୍ତନ କରି ନୂତନ ବସ୍ତ୍ର ପିନ୍ଧାଯାଏ। ତେଣୁ ଏହି ସମୟରେ ମହିଳାଙ୍କୁ ବାରଣ କରାଯାଇଥାଏ ମନ୍ଦିର ଭିତରକୁ ପ୍ରବେଶ ପାଇଁ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.