ବଲିଉଡ ଫିଲ୍ମରେ ନଜର ଆସିବେ ଭାଇରାଲ ଗାର୍ଲ ମନାଲିସା

ବଦଳି ଯାଇଛି ସୁନ୍ଦରୀ ମନାଲିସାଙ୍କ ଭାଗ । ସେ ରାତି ରାତି ଷ୍ଟାର ହୋଇଯାଇଛନ୍ତି । ତାଙ୍କୁ ବଲିଉଡର ଏକ ଫିଲ୍ମରେ କାମ ମିଳିଯାଇଛି । ହଁ ଆଜ୍ଞା ଏହା ସତକଥା । ମାଳି ବିକ୍ରି କରି ପରିବାର ଗୁଜୁରାଣ ଚଳାଉଥିବା ଝିଅର ଭାଗ ଚମକି ଯାଇଛି । ଏବେ ମନାଲିସାଙ୍କ ଡେବ୍ୟୁ ହୋଇବ । ପ୍ରୟାଗରାଜକୁ ବ୍ୟବସାୟ କରିବାକୁ ଆସିଥିଲେ ମନାଲିସା ।

ସେ କେବେବି ଜାଣିନଥିଲେ କି ଦିନେ ସେ ରାତରାତି ସେ ଷ୍ଟାର ହୋଇଯିବେ । ମଧ୍ୟପ୍ରଦେଶର ଏକ ଗାଁରୁ ଉତରପ୍ରଦେଶ ପ୍ରୟାଗରାଜକୁ ଆସିଥିଲେ ସେ । ମାଳି ବିକି ଦୁଇ ପଇସା ରୋଜଗାର ପାଇଁ ଏଠାକୁ ଆସିଥିବାବେଳେ ଏବେ ସାଉଁଟିଲେଣି ଅନେକଙ୍କ ଭଲପାଇବା, ଢ଼େରସାରା ଲୋକପ୍ରିୟତା ଓ ଚର୍ଚ୍ଚା । ଶ୍ୟାମଳ ବର୍ଣ୍ଣର ଯୁବତୀଙ୍କ ହସ ସହ ତାଙ୍କ ସୁନ୍ଦର ଚେହେରା ସମସ୍ତଙ୍କୁ ତାଙ୍କ ଆଡକୁ ଟାଣି ଆଣିଥିଲା ସବୁବେଳେ ଭିଡ ଲାଗି ରହିଥିଲା ।

କୁମ୍ଭମେଳାରେ ଆସୁଥିବା ଦେଶବିଦେଶର ତୀର୍ଥଯାତ୍ରୀଙ୍କ ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥିଲେ ଏହି ସୁନ୍ଦର ଯୁବତୀ । ଆଗାମୀ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ରେ ମୋନାଲିସାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି ନିର୍ଦ୍ଦେଶକ ସଜୋନ ମିଶ୍ରା । ଏଥିପାଇଁ ନିର୍ଦ୍ଦେଶକ ଇନ୍ଦୋର ସ୍ଥିତ ମାହେଶ୍ବରୀ ଗାଁରେ ପହଞ୍ଚି ଥିଲେ । ମୋନାଲିସାଙ୍କ ବାପା, ମାଆଙ୍କ ସହ ଫିଲ୍ମ ବିଷୟରେ କଥା ହୋଇଛନ୍ତି । ଆଉ ସିନେମା ପାଇଁ ସାଇନ୍ ମଧ୍ୟ କରିଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସିନେମା ପାଇଁ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ଫିସ୍ ମିଳିବ । କେବଳ ସେତିକି ନୁହେଁ ମୋନାଲିସାଙ୍କୁ ୧ ଲକ୍ଷ ଟଙ୍କାର ସାଇନିଂ ଆମାଉଣ୍ଟ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶକ ସଜୋନ । ନିଜ ଆକର୍ଷଣୀୟ ଚେହେରା, କଥା କୁହା ନୀଳ ଆଖି ଆଉ ସୁନ୍ଦର ହସ ପାଇଁ ମହାକୁମ୍ଭ ମେଳାରେ ବେଶ ଚର୍ଚ୍ଚା ସାଉଁଟିଥିଲେ ମୋନାଲିସା

ତେବେ ଦର୍ଶକ କେଉଁ ରୂପରେ ମନାଲିସାଙ୍କୁ ଦେଖିବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ଆର୍ମି ଅଫିସରଙ୍କ ଝିଅ ରୂପରେ ଅଭିନୟ କରିବେ ବୋଲି କଳ୍ପନାଜଳ୍ପନା ଚାଲିଛି । ଅକ୍ଟୋବରରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଯୋଜନା ଅଛି। ଏହାର ବଜେଟ୍ ୨୦ କୋଟି ଟଙ୍କା ବୋଲି ଚର୍ଚ୍ଚା ହେଉଛି ।

Also read:ମହାକୁମ୍ଭ ମେଳା ପାଇଁ ଜନସମୁଦ୍ର ପ୍ରୟାଗରାଜ, ଦେଶ ବିଦେଶରୁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ