କେତେ ନିର୍ଦ୍ଦୟ ବାପା-ମା, ଦୁଇ ବର୍ଷ ଧରି ପୁଅକୁ ୨୦ ଟି କୁକୁର ମାନଙ୍କ ସହ ଗୋଟିଏ ଘରେ ରଖିଥିଲେ ବନ୍ଦି କରି, ଏବେ କରୁଛି ଏମିତି ବ୍ୟବହାର

ପିତାମାତା ହେବା ଏକ ଦମ୍ପତି ପାଇଁ ଜୀବନର ସବୁଠାରୁ ବଡ ଖୁସି। ଶିଶୁକୁ ମା’ ଜନ୍ମ ଦେଇଥାଏ। କିନ୍ତୁ ମା’ ନିଜ ଶିଶୁକୁ ଯେତିକି ଭଲପାଏ, ବାପା ମଧ୍ୟ ସେତିକି ଭଲପାଏ। ନିଜ ଶିଶୁକୁ ପ୍ରଥମେ ନିଜ କୋଳରେ ଧରିବା ଜଣେ ବାପା, ମାଙ୍କ ପାଇଁ ସବୁଠାରୁ ବଡ ଖୁସିର ଦିନ ଓ ବହୁତ ଖାସ ହୋଇଥାଏ। ପିତାମାତା ନିଜ ପିଲାକୁ ନିଜ ଜୀବନଠୁ ବଳି ଭଲପାନ୍ତି। କିନ୍ତୁ ଜଣେ ପିତାମାତା ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ମହାରାଷ୍ଟ୍ରର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ଶୁଣିବାକୁ ମିଳିଛି, ଯେଉଁଠାରେ ଏକ ୧୧ ବର୍ଷର ବାଳକକୁ ୨୦ ଟି କୁକୁର ସହିତ ତାଙ୍କ ପିତାମାତା ଏକ କୋଠରୀରେ ବନ୍ଦ କରି ରଖିଥିଲେ। ସେ ନିରୀହ ଶିଶୁଟିକୁ ଏନଜିଓ ସାହାଯ୍ୟରେ ପୋଲିସ ଉଦ୍ଧାର କରିଛି ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପୋଲିସର କହିବା ମୁତାବକ କେୟାର ଆଣ୍ଡ ପ୍ରୋଟେକସନ ଅଫ୍ ଚାଇଲ୍ଡ ଆକ୍ଟ -୨୦୦୦ ଅନୁଯାୟୀ ଅଭିଯୁକ୍ତ ପିତାମାତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ଏନଜିଓ ସହାୟତାରେ ବାଳକକୁ ଘରୁ ବାହାରକୁ ଆଣିଥିବାର ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଗିରଫଦାରୀ ହୋଇନାହିଁ।

ପୁଣେର କୋଢୱା ଅଞ୍ଚଳର ଏକ ଫ୍ଲାଟ ଭିତରେ ଏକ ୧୧ ବର୍ଷର ଶିଶୁକୁ ୨୦ ରୁ ୨୨ ଟି କୁକୁରଙ୍କ ସହ ରହିବାକୁ ବାଧ୍ୟ ହୋଇଛି ବୋଲି ଏକ ଏନଜିଓ ଚାଇଲ୍ଡଲାଇନର ସ୍ୱେଚ୍ଛାସେବୀ ପୋଲିସକୁ କହିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ଯେତେବେଳେ ସେ ମେ ୫ ସେହି ଫ୍ଲାଟକୁ ଯାଇଥିଲେ, ସେତେବେଳେ ସେ କୁକୁରମାନଙ୍କ ସହିତ ଝରକା ପାଖରେ ବସିଥିବାର ଦେଖିଲେ। ଏପରିକି ଘର ଭିତରୁ ଏକ ଦୁର୍ଗନ୍ଧ ଆସୁଥିବାର ଜାଣିବାକୁ ପାଇଥିଲେ |

ଯେତେବେଳେ ଅଭିଯୋଗକାରୀ ଶିଶୁର ପିତାମାତାଙ୍କ ସହ କଥା ହୋଇଥିଲେ, ସେତେବେଳେ ଜାଣିବାକୁ ପାଇଲା ଯେ ପିଲାଟି ସ୍କୁଲକୁ ଯାଏ ନାହିଁ । ଏହା ପରେ ଅଭିଯୋଗକାରୀ ଅଭିଭାବକମାନଙ୍କୁ ସ୍କୁଲରେ ଆଡମିଶନ କରିବାକୁ କହିଥିଲେ ଏବଂ ପିଲାଟିକୁ କୁକୁରମାନଙ୍କ ସହିତ ନ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଶିଶୁର ପରିବାର ସଦସ୍ୟ ସେମାନଙ୍କ କଥା ପ୍ରତି ଧ୍ୟାନ ଦେଇନଥିଲେ। ଏହା ପରେ ସେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ।

ପୋଲିସ ଅଧିକାରୀ କହିଛନ୍ତି ଯେ ଯେତେବେଳେ ମେ ୯ ରେ ଘଟଣାସ୍ଥଳରେ ପହଞ୍ଚିଥିଲା ​​ସେତେବେଳେ ଶିଶୁର ପିତାମାତା ବାହାରକୁ ଯାଇଥିଲେ। ପୋଲିସ ପିଲାଟିକୁ ଘର ଭିତରୁ ହିଁ ପାଇଥିଲା। ଅଧିକାରୀ କହିଛନ୍ତି ଯେ ଶିଶୁ କଲ୍ୟାଣ କମିଟି ସହାୟତାରେ ସେହି ଦିନ ପିଲାଟିକୁ ଉଦ୍ଧାର କରାଯାଇଥିଲା ଏବଂ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଶିଶୁଟିର କାର୍ଯ୍ୟକଳାପ କୁକୁରମାନଙ୍କ ଭଳି ଥିଲା। ତେବେ ଏହି ଘଟଣାକୁ ନେଇ ପୋଲିସ ଅନୁସନ୍ଧାନ କରୁଛି । କାହିଁକି ପିଲାଟିକୁ ଏପରି ବନ୍ଦି କରି ରଖା ଯାଇଥିଲା ତାହାର କାରଣ ଖୋଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.