ଆଜି ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏଭଳି ପୂଜା, ମହାଦେବ ପୂର୍ଣ୍ଣ କରିବେ ଆପଣଙ୍କ ସବୁ ମନସ୍କାମନା

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ମହାଶିବ ରାତ୍ରି ଦିନଟି ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ମହତ୍ବପୂର୍ଣ୍ଣ ଦିନ ହୋଇଥାଏ। ଏହି ଦିନ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଭଗବାନ ଶିବଙ୍କର ପୂଜା କରିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସ ୧ ତାରିଖ ମାନେ ଆଜି ହେଉଛି ଦେବାଧିଦେବଙ୍କ ମହାଶିବରାତ୍ରୀ ମାନେ ଜାଗର ପର୍ବ। ଏହିଦିନ ସବୁ ଭକ୍ତ ରାତିସାରା ଉଜାଗର ହୋଇ ଭଗବାନଙ୍କ ନିମିତ୍ତ ଜାଗର ଦୀପ ଜଳାଇଥାନ୍ତି। ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତ ମାନେ ଏହି ଓଷା କରିଥାନ୍ତି। ଭୋଳାନାଥଙ୍କୁ ନିଜ ଭକ୍ତି ଦ୍ୱାରା ପ୍ରସନ୍ନ କରିବାକୁ ଚାହିଁଥାନ୍ତି ସବୁ ଭକ୍ତ।
ଏହି ଦିନ ସବୁ ମନ୍ଦିରରେ ଭିଡ଼ ଲାଗି ରହିଥାଏ। ଭକ୍ତମାନେ ଏହି ଦିନ ଭଗବାନ ଶିବଙ୍କ ପାଖରେ ଫଳ, ଜଳ ଏବଂ କ୍ଷୀର ଲାଗି କରିଥାନ୍ତି। ଏହି ମହତ୍ବପୂର୍ଣ୍ଣ ଦିନରେ କିଛି ଲୋକ ରୁଦ୍ରାଭିଷେକର ଆୟୋଜନ କରିଥାନ୍ତି। କାରଣ ଏହି ଦିନ ରୁଦ୍ରାଭିଷେକ କରାଗଲେ ସୁଫଳ ହୋଇଥାଏ।
ଫଗୁଣ ମାସର ମହାଶିବରାତ୍ରିରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ବିବାହ ହୋଇଥିଲା। ଏହି କାରଣରୁ ଏହି ପର୍ବକୁ ମହାଶିବ ରାତ୍ରି କୁହାଯାଇଥାଏ। ଏହି ଦିନ ଭଗବାନ ଶିବଙ୍କ ପୂଜା ବିଧି ବିଧାନ ସହିତ କରାଯାଇଥାଏ ଏବଂ ଏହି ଦିନ ଶିବଙ୍କ ଉପରେ ଜଳ ଲାଗି କଲେ ଭଗବାନ ମନୁଷ୍ୟର ମନସ୍କାମନା ପୂର୍ଣ୍ଣ କରିଥାନ୍ତି।
ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ପୂଜା କରିବା ସମୟରେ ବେଲପତ୍ର, ମହୁ, ଦହି, ଶାକର, କ୍ଷୀର ଏବଂ ଗଙ୍ଗାଜଳରେ ଅଭିଷେକ କରିବା ଉଚିତ।ତେବେ ଏହିଦିନ କେତକୀ ଫୁଲ ସହ ଅରଖ ଫୁଲକୁ ମଧ୍ୟ ପ୍ରଭୁଙ୍କ ଉପରେ ଚଢ଼ାଯାଏ। କାରଣ ପ୍ରଭୁଙ୍କର ଏହା ମଧ୍ୟ ହେଉଛି ପ୍ରିୟ ଫୁଲ। ତେଣୁ ଏପରି କରିବା ଦ୍ବାରା ସବୁ ସମସ୍ୟା ଦୂର ହେବା ସହିତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ। ଏହାସହ ମନ୍ଦିରରେ ଆପଣ ଦୀପ ଜାଳି ଶିବଙ୍କୁ ମନାସି ପୂଜା କରିପାରିବେ।
କେବଳ ଲୋକଙ୍କୁ ଉଜାଗର ରଖିବା ପାଇଁ। ଭାରତରେ ପ୍ରତ୍ୟେକ ଦିନ ଏକ ପର୍ବ ପାଳନ କରାଯାଏ। ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ମାସର ସବୁଠୁ ଅନ୍ଧାର ରାତିକୁ ଶିବରାତ୍ରୀ କୁହାଯାଇଥାଏ। ଆପଣ ଜାଣିଛନ୍ତି ବର୍ଷକ ମଧ୍ୟରେ ୧୨ ରୁ ୧୩ଟି ଶିବରାତ୍ରୀ ପଡ଼ିଥାଏ। ମାଘ ମାସରେ ପଡ଼ୁଥିବା ଶିବରାତ୍ରିକୁ ମହା ଶିବରାତ୍ରୀ କୁହାଯାଇଥାଏ। ଯୋଗିକ ପରମ୍ପରାରେ କୁହାଯାଇଛି କେହିବି ଏହି ରାତିରେ ଶୋଇବେ ନାହିଁ। ଏହି ରାତିରେ ଆପଣଙ୍କ ମେରୁଦଣ୍ଡ ସିଧା ରହିବା ଦରକାର। କାରଣ ଊର୍ଜ୍ୱାର ଉପରକୁ ଉଠିବା ଆପଣଙ୍କୁ ଖୁବ୍ ଫାଇଦା ଯୋଗାଇ ପାରିବ। ଏବଂ ଊର୍ଜ୍ଵା ଆପଣଙ୍କ ଶରୀରରେ ଉପର ଭାଗକୁ ଯାଇପାରିବ। ପୁରାଣରେ ଅନେକ କାହାଣୀ ଅଛି ଯାହା ବ୍ୟାଖ୍ୟା କରେ ଏହି ଦିନର ମହତ୍ତ୍ୱ ।
ଏକ ବର୍ଷରେ ଥରେ ମହାଶିବରାତ୍ରି ଏବଂ ୧୧ଥର ଶିବରାତ୍ରି ପଡ଼ିଥାଏ, ଯାହାକୁ ମାସିକ ଶିବରାତ୍ରି ରୂପେ ପାଳନ କରାଯାଇଥାଏ। ଶାସ୍ତ୍ର ଅନୁସାରେ ଦେବୀ ସରସ୍ବତୀ, ଲକ୍ଷ୍ମୀ, ପାର୍ବତୀ, ସୀତା ଏବଂ ଦେବୀ ଗାୟତ୍ରୀ ମଧ୍ୟ ମାସିକ ଶିବରାତ୍ରୀର ବ୍ରତ କରି ଭଗବାନ ଶିବଙ୍କ କୃପାରୁ ଅନନ୍ତ ଫଳ ପ୍ରାପ୍ତ କରିଥିଲେ।