ମହାଦେବଙ୍କର ବି ରହିଛି ନବରାତ୍ରି, କେବଳ ଏହି ସ୍ଥାନରେ ଅନୁଷ୍ଠିତ ହୁଏ ଶିବନବରାତ୍ରି

ଭଗବାନ ଶିବଙ୍କର ଉପାସକ ମାନେ ମହାଶିବରାତ୍ରି ଦିନକୁ ଅତି ଉତ୍ସାହର ସହିତ ଅପେକ୍ଷା କରିିଥାନ୍ତି। ଏହି ଦିନ ସବୁ ଶିବ ମନ୍ଦିରରେ ସକାଳୁ ରାତି ଯାଏଁ ପୂଜା ପାଠ ଓ ଅଭିଷେକ କରାଯାଏ। ଏହି ଦିନ ଦେଶର ବଡ ବଡ ଶିବ ମନ୍ଦିର ମାନଙ୍କରେ ଉତ୍ସବ ଲାଗି ରହିଥାଏ। ଏହି ଉତ୍ସବ ଦେଖିବା ପାଇଁ ଓ ଭୋଳାନାଥଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୁରାନ୍ତରୁ ଭକ୍ତମାନେ ଆସନ୍ତି। ଏହା ମନ୍ଦିର ମଧ୍ୟରୁ ଉଜ୍ଜୟିନୀ ମହାକାଳ ମନ୍ଦିର ଅନ୍ୟତମ। ଏଠାରେ ମହାଶିବରାତ୍ରିରେ ମହାକାଳ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ଉତ୍ସବ ଖୁବ ଧୁମ୍‌ଧାମରେ ପାଳନ କରାଯାଏ। ଏଠାରେ ମହାଶିବରାତ୍ରିର ପୂର୍ବରୁ ଏହି ଉତ୍ସବ ଆରମ୍ଭ ହୋଇଥାଏ।

ଉଜ୍ଜୟିନୀ ମହାକାଳେଶ୍ୱର ମନ୍ଦିରରେ ଶିବରାତ୍ରିର ୯ଦିନ ପୂର୍ବରୁ ଏହି ଉତ୍ସବ ଆରମ୍ଭ ହୋଇଥାଏ। ଏଠାରେ ୯ଦିନ ଧରି ଶିବନବରାତ୍ରି ପାଳନ କରାଯାଏ। ଚଳିତ ବର୍ଷ ମାର୍ଚ୍ଚ ୧ ରେ ମହାଶିବରାତ୍ରି ପର୍ବ ଅନୁଷ୍ଠିତ ହେବ। ଏହାର ୯ ଦିନ ପୂର୍ବରୁ ତଥା ୨୧ ଫେବ୍ରୁଆରୀରୁ ଶିବନବରାତ୍ରି ପର୍ବ ଆରମ୍ଭ ହୋଇଯାଇଛି। ଏହି ୯ ଦିନ ମା’ ଦୁର୍ଗାଙ୍କୁ ଆରାଧନା କରିବା ଅବସରରେ ନବରାତ୍ରି ପର୍ବ ପାଳନ କରାଯାଏ। ଏହି ଶିବନବରାତ୍ରି ସମଗ୍ର ଦେଶରେ କେବଳ ଉଜ୍ଜୟିନୀରେ ହିଁ ପାଳନ କରାଯାଏ।

ଏହି ୯ ଦିନ ମଧ୍ୟରେ କୌଣସି ଭକ୍ତଙ୍କୁ ଗର୍ଭଗୃହକୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ଏହି ସମୟରେ କେବଳ ମନ୍ଦିର ପୂଜାରୀ ହିଁ ଭଗବାନଙ୍କୁ ପୂଜା କରନ୍ତି। ଏ ଅବସରରେ ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗଙ୍କର ୯ଟି ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ। ଶିବନବରାତ୍ରିର ପ୍ରଥମ ଦିନରେ ମହାକାଳେଶ୍ୱରଙ୍କୁ ଶୃଙ୍ଗାର ଭାଙ୍ଗ, ଫଳ-ଫୁଲ ଓ ରେଶମୀ ବସ୍ତ୍ରରେ କରାଯାଇଥାଏ। ଏହାକୁ ବସ୍ତ୍ରଧାରଣ ଶୃଙ୍ଗାର ସ୍ୱରୂପ କୁହାଯାଏ। ଦ୍ୱିତୀୟ ଦିନ ଶେଷନାଗ ଶୃଙ୍ଗାର, ତୃତୀୟ ଦିନ ଘଟାଟୋପ ଶୃଙ୍ଗାର, ଚତୁର୍ଥ ଦିନ ଶ୍ରୀ ଛବିନା ଶୃଙ୍ଗାର, ପଞ୍ଚମ ଦିନ ହୋଲକର ଶୃଙ୍ଗାର, ଷଷ୍ଠ ଦିନ ମନମହେଶ ଶୃଙ୍ଗାର, ସପ୍ତମ ଦିନ ଶ୍ରୀ ଉମାମହେଶ ଶୃଙ୍ଗାର, ଅଷ୍ଟମ ଦିନ ଶ୍ରୀ ଶିବ ତାଣ୍ଡବ ଶୃଙ୍ଗାର କରାଯାଏ। ନବମ ଦିନ ଗର୍ଭଗୃହକୁ ଫୁଲରେ ସଜା ଯାଇଥାଏ। ଏହି ଦିନ ଶିବ ଓ ପାର୍ବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ଭଗବାନଙ୍କୁ ହଳଦୀ-ଚନ୍ଦନ ଲଗାଇ ବର ବେଶ କରାଯାଏ ଓ ମାତା ପାର୍ବତୀଙ୍କ ସହ ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପାଦିତ ହୁଏ। ଏହି ଉତ୍ସବ ୯ ଦିନରେ ଶେଷ ହୋଇନଥାଏ, ବରଂ ୧୦ମ ଦିନ ଅର୍ଥାତ ମହାଶିବରାତ୍ରିରେ ଭଗବାନଙ୍କୁ ଶେହେରା ଶୃଙ୍ଗାର ବା ମୁକୁଟ ସଜ କରାଯାଇଥାଏ। ଏହି ଦିନ ଫୁଲରେ ମୁକୁଟ ତିଆରି କରି ଭଗବାନଙ୍କୁ ପିନ୍ଧାଯାଇଥାଏ। ବର୍ଷରେ କେବଳ ଏହି ଦିନ ଭସ୍ମାଳତି ବ୍ରହ୍ମ ମୁହୂର୍ତ୍ତ ପରିବର୍ତ୍ତେ ବିଶେଷ ମୁହୂର୍ତ୍ତ ବା ଦ୍ୱିପହରରେ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.