ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାନ୍ତୁ ୧୦୮ ବେଲ ପତ୍ର, ଦୂର ହେବ ଆର୍ଥିକ ସମସ୍ୟା

ଆସୁଛି ମହାଦେବଙ୍କ ଭକ୍ତଙ୍କ ସବୁଠୁ ବଡ଼ ଉତ୍ସବ ମହାଶିବରାତ୍ରି । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଏଥରକ ମହାଶିବରାତ୍ରିରେ ଯଦି କିଛି ଖାସ୍ କାମ କରିବେ ତେବେ ନିଜ ଘରର ବାସ୍ତୁ ଦୋଷକୁ ଠିକ୍ କରିପାରିବେ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରିରେ କି କାମ କଲେ ଘରର ବାସ୍ତୁ ଦୋଷ ଠିକ୍ ହୋଇଯିବ…
ମହାଶିବରାତ୍ରିରେ ବାସ୍ତୁ ଟିପ୍ସ:
- ଯଦି ଘରେ ସବୁବେଳେ କଳି ଝଗଡ଼ା ଲାଗୁଛି ତେବେ ମହାଶିବରାତ୍ରି ଦିନ ଘରେ ଶିବଙ୍କ ପରିବାରକୁ ସ୍ଥାପନ କରନ୍ତୁ । ଏଭଳି କରିବା ଦ୍ୱାରା ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
- ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ, ମହାଶିବରାତ୍ରି ଦିନ ୧୦୮ ଟି ବେଲ ପତ୍ରକୁ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ । ଶେଷ ବେଲ ପତ୍ରକୁ ଆଶୀର୍ବାଦ ରୂପେ ଘର ଆଲମାରୀରେ ରଖନ୍ତୁ । ଏଭଳି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହେବ ।
- ଘରେ ସକାରାତ୍ମକ ଉର୍ଜା ପାଇଁ ମହାଶିବରାତ୍ରି ଦିନ ନିଜ ଘରେ ଡମ୍ବରୁ ସ୍ଥାପନ କରନ୍ତୁ । ଡମ୍ବରୁ ସ୍ଥାପନ କରିବା ଦ୍ୱାରା ଘରକୁ ସକାରାତ୍ମକ ଉର୍ଜାର ଆଗମନ ହେବ । ଡମ୍ବରୁ ବଜାଇବା ଦ୍ୱାରା ଘରୁ ଖରାପ ଶକ୍ତି ଚାଲିଯାଏ ।
- ମହାଶିବରାତ୍ରି ଦିନ ସୂର୍ଯ୍ୟ ଭଗବାନଙ୍କୁ ଜଳ ଦାନ କରିବା ବେଳେ ପାଣିରେ ଲାଲ ଚନ୍ଦନ ଓ ଚାଉଳ ମିଶାଇ ଅର୍ଘ୍ୟ ଦିଅନ୍ତୁ । ଏମିତି କରିବା ଦ୍ୱାରା ସୂର୍ଯ୍ୟ ଦେବ ସବୁ କଷ୍ଟ ହରଣ କରିନେବେ ।
Also Read: ମହାଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଚଢାନ୍ତୁ ଏସବୁ ଜିନିଷ, ମିଳିବ ଅନେକ ସମସ୍ୟାରୁ ମୁକ୍ତି