ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଦେଶ ପାଳୁଛି ସହିଦ ଦିବସ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା। ୧୯୪୮ ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ମହାତ୍ମା। ହେ ରାମ କହି, ମହାତ୍ମା ଗାନ୍ଧୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ତାଙ୍କର ସଂଗ୍ରାମ ପାଇଁ ତାଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଇଥାଏ।

ଗାନ୍ଧୀଜିଙ୍କୁ ମନେ ପକାଇବା ପାଇଁ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତିନି ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ବାପୁଙ୍କ ନୂଆଦିଲ୍ଲୀସ୍ଥିତ ସମାଧୀସ୍ଥଳ ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥାନ୍ତି। ଦେଶ ପାଇଁ ଜୀବନ ସମର୍ପି ଦେଇଥିବା ସହୀଦଙ୍କୁ ଦେଶର କୋଣଅନୁକୋଣରେ ଜ୍ଞାପନ କରାଯାଉଛି ଶ୍ରଦ୍ଧାଞ୍ଜଳି ।

ବାପୁଙ୍କ ୭୪ ତମ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡେ ଅହିଂସା ନୀତି…

କଳା ଲୋକଙ୍କ ଉପରେ ଗୋରାଙ୍କ ଅତ୍ୟାଚାର ମହାତ୍ମା ଗାନ୍ଧୀଙ୍କୁ ବିଚଳିତ କରିଥିଲା । ସତ୍ୟ ଓ ଅହିଂସାକୁ ସାରଥୀ କରି ଗାନ୍ଧୀ ଗୋରାଙ୍କ ବିରୋଧରେ ଆରମ୍ଭ କରିଥିଲେ ବିପ୍ଳବ । ଆଉ ଦେଶବାସୀଙ୍କୁ ଚଖାଇଥିଲେ ସ୍ବାଧୀନତାର ସ୍ବାଦ । ଆତ୍ମନିର୍ଭରଶୀଳ ହେବାରେ ଗାନ୍ଧୀଙ୍କ ବିଶ୍ବାସ ତାଙ୍କ ସାମାଜିକ ଦର୍ଶନର ମୂଳଦୁଆ ଥିଲା

କେବଳ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହୋଇ ଜଣେ ବ୍ୟକ୍ତି ବା ରାଷ୍ଟ୍ର ନିଜ ସ୍ବାଧୀନତାକୁ ସୁରକ୍ଷା ଦେଇ ଏକ ସମ୍ମାନଜନକ ଅସ୍ତିତ୍ବ ବଜାୟ ରଖିପାରିବେ ବୋଲି କହୁଥିଲେ ଗାନ୍ଧୀ । ୧୮୪୮ ମସିହା ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ବିରଳା ଭବନରେ ଗୁଳିବଦ୍ଧ ହୋଇ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

bapu

ଭାରତର ସ୍ବାଧୀନତା ପ୍ରାପ୍ତି ପରେ ମାତ୍ର ୫ ମାସ ୧୫ ଦିନ ବଞ୍ଚିରହିଥିଲେ ଗାନ୍ଧୀ । ଏହି ସମୟ ଥିଲା ତାଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ଓ ଯନ୍ତ୍ରଣା ଦିବସ । ଭାରତର ବିଭାଜନ ତାଙ୍କୁ ଯେତିକି କଷ୍ଟ ଦେଇଥିଲା ଦେଶରେ ସେହି ସମୟରେ ଗଢି ଉଠିଥିବା ବିଭିନ୍ନ ସଙ୍ଘଠନର ସାମ୍ପ୍ରଦାୟିକ ଦଙ୍ଗା ତାଙ୍କୁ ଅଧିକ ଯନ୍ତ୍ରଣା ଦେଇଥିଲା ।

୧୯୩୪ ମସିହାରେ ତାଙ୍କୁ ପ୍ରଥମ ଥର ଆକ୍ରମଣ କରାଯାଇଥିଲା । ପୁନେର ନଗର ପାଳିକା ଦ୍ବାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାକୁ ଯିବା ସମୟରେ ତାଙ୍କ ଉପରକୁ ବୋମା ଫିଙ୍ଗାଯାଇଥିଲା । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ପରେ ୧୯୪୪ ମସିହାରେ ମଧ୍ୟ ଜଣେ ଲୋକ ତାଙ୍କ ନିକଟକୁ ଛୁରୀ ନେଇ ଆସିଥିଲେ । ୧୯୪୮ ମସିହା ଜାନୁଆରୀ ୨୦ ରେ ହୋଇଥିବା ପଞ୍ଚମ ଷଡଯନ୍ତ୍ର ଥିବା ଖୁବ ଚାଞ୍ଚଲ୍ୟକର । ଏହାପରେ ମହାତ୍ମା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଥିଲା । କିନ୍ତୁ ଗାନ୍ଧୀଜି ଏହାକୁ ବିରୋଧ କରିଥିଲେ । ସୁରକ୍ଷା ଗ୍ରହଣ କରିବାକୁ ନାରାଜ ଥିଲେ ।

ଶେଷରେ ଜାନୁଆରୀ ୩୦ରେ ଆତତାୟୀ ନାଥୁରାମ୍‌ ଗଡସେ ଗାନ୍ଧୀଙ୍କ ଛାତିକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା । ସେଇଠି ଟଳି ପଡିଥିଲେ ଅହିଂସାର ଆଜୀବନ ଉପାସକ ଜାତିର ପିତା ମହାତ୍ମା ଗାନ୍ଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.