ବିଦୁର ନୀତି : କେବେ ଓ କାହିଁକି କରିବା ଦରକାର ଏହି ୪ ଲୋକଙ୍କ ପ୍ରଶଂସା

ମହାତ୍ମା ବିଦୁର ମହାଭାରତ ସମୟରେ ସବୁଠୁ ବଡ଼ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ବୁଦ୍ଧିମାନ ସହ ଦୂରଦର୍ଶୀ ମଧ୍ୟ ଥିଲେ । କୁହାଯାଏ ସମୟ ପୂର୍ବରୁ ଆସିବାକୁ ଥିବା ସଂକଟ ବିଷୟରେ ବିଦୁର ଲୋକଙ୍କୁ ଅବଗତ କରାଇ ଦେଉଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଦୁର ନୀତି ସମ୍ପର୍କରେ କହିବୁ ଯାହାକୁ ଅନୁସରଣ କଲେ ଜୀବନରେ କେବେ କିଛି ସମସ୍ୟା ଆସିବ ନାହିଁ । ଆସନ୍ତୁ ଜାଣିବା କିଛି ମହତ୍ୱପୂର୍ଣ୍ଣ ବିଦୁର ନୀତି । ବିଦୁର ତାଙ୍କ ନୀତିରେ କହିଛନ୍ତି ଯେ ମନୁଷ୍ୟ କେଉଁ ୪ ଲୋକଙ୍କୁ ପ୍ରଶଂସା କରିବା କଥା ।

ଏମାନେ ପ୍ରଶଂସାର ପାତ୍ର :

– ସ୍ତ୍ରୀ : ସ୍ତ୍ରୀଙ୍କୁ ପୂଜନୀୟା କହିବା ସହ ମହାତ୍ମା ବିଦୁର କୁହନ୍ତି ଯେ ସ୍ତ୍ରୀ ସର୍ବଦା ପ୍ରଶଂସାର ପାତ୍ର, ଯାହାଙ୍କ ଯୁବା ଅବସ୍ଥାରେ କୌଣସି କଳଙ୍କ ଲାଗି ନଥିବ ।

– ଅନ୍ନ : ମହାତ୍ମା ବିଦୁର କୁହନ୍ତି ଯେ ଏମିତି ଅନ୍ନ ଯାହାକୁ ଖାଇବା ଦ୍ୱାରା ଶୀଘ୍ର ହଜମ ହୋଇଯାଏ ଓ ଆମେ କୌଣସି ପ୍ରକାର ରୋଗ ନହୁଏ, ଏପରି ଅନ୍ନ ବା ଭୋଜନକୁ ସର୍ବଦା ପ୍ରଶଂସା କରିବା ଉଚିତ୍‌ ।

– ଯୋଦ୍ଧା : ମହାତ୍ମା ବିଦୁର କୁହନ୍ତି କୌଣସି ଯୁଦ୍ଧକୁ ଜିତିବାକୁ ହେଲେ ଜଣେ ଯୋଦ୍ଧାର ଆବଶ୍ୟକ ପଡ଼ିଥାଏ । ତେଣୁ ଆମେ ଯୁଦ୍ଧ ଜିତିବା ପରେ ଉକ୍ତ ଯୋଦ୍ଧାଙ୍କୁ ପ୍ରଶଂସା କରିବା କଥା ।

– ଜ୍ଞାନୀ : କୌଣସି ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରିବା ପରେ ସମ୍ମାନ ଯୋଗ୍ୟ ହୋଇଥାନ୍ତି । ଜଣେ ସାଧାରଣ ତପସ୍ୱୀ ବି ଜ୍ଞାନ ପ୍ରାପ୍ତ କରିବା ପରେ ସମ୍ମାନ ଯୋଗ୍ୟ ହୋଇଥାନ୍ତି । ତେଣୁ ସର୍ବଦା ଜ୍ଞାନୀ ବ୍ୟକ୍ତିଙ୍କୁ ପ୍ରଶଂସା କରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.