କଲେଜ୍ ଯାଉ ଯାଉ ମହେନ୍ଦ୍ରଙ୍କ ଜୀବନ ଗଲା, ଅଚାନକ ମୃତ୍ୟକୁ ନେଇ ଭାଙ୍ଗି ପଡିଛି ପରିବାର

ହେ ଭଗବାନ କଣ ଘଟିଗଲା ! ଏ କି ନିଷ୍ପତ୍ତି ତୁମର ପ୍ରଭୁ ! ଏମିତି କଣ କାହାର ଜୀବନ ଚାଲିଯାଏ । ସକାଳୁ ଉଠି କାମ ଧନ୍ଦା ସବୁ ସାରି କଲେଜ୍ ବାହାରି ପଡିଥିଲେ ମହେନ୍ଦ୍ର । ହେଲେ କିଏ ଜାଣିଥିଲା ତାଙ୍କ ଆସିବା ବାଟକୁ ଜମ ଜଗି ବସିଥିବ । ଦେଖୁ ଦେଖୁ ଆଖି ପିଛୁଳାକେ ଘଟିଗଲା ଏତେ ବଡ ଅଘଟଣ ଯାହାକୁ ଭାବିଲା ବେଳକୁ ବି ଛାତି ଥରିଉଠୁଛି । ଗଛ ଡାଳ ପାଇଁ ମହେନ୍ଦ୍ରଙ୍କ ଜୀବନ ଗଲା । ବାପା ମା’ କାହାକୁ ବା ଦୋଷ ଦେବେ । ବିଧିର ବିଧାନ ବଡ଼ ବିଚିତ୍ର । ନିମିଷକରେ ଏମିତି ଅଘଟଣ ଘଟିଯିବ ବାପା ମା’ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ।
ପୁଅ ଖାଇ ପିଇ କଲେଜ ଯାଉଥିଲା । କିନ୍ତୁ ଗଛ ଡାଳ ପଡ଼ି ପୁଅ ଏବେ ଚିରନିଦ୍ରାରେ ଶୋଇ ଯାଇଛି । ଅନ୍ୟପଟେ ଦୁଇ ଛାତ୍ର ଗୁରୁତର ଅଛନ୍ତି । ମୃତ ଛାତ୍ର ଜଣଙ୍କ ଜୟପୁର ବାରଙ୍ଗପୁର ଡଙ୍ଗରଛିଞ୍ଚି ଗାଁର ମହେନ୍ଦ୍ର ନାୟକ ବୋଲି ସୂଚନା ରହିଛି । ବୈପାରୀଗୁଡ଼ା ରାଞ୍ଚି-ବିଜୟୱାଡା ଏନଏଚ ମହୁଲି ନିକଟରେ ଘଟିଛି ଏପରି ଛାତିଥରା ଅଘଟଣ ।
ସୂଚନା ଅନୁସାରେ ଛାତ୍ରମାନେ କଲେଜ ଯାଉଥିବା ସମୟରେ ହଠାତ ବିରାଟକାୟ ବଟବୃକ୍ଷର ଡାଳ ସେମାନଙ୍କ ଉପରେ ଭାଙ୍ଗିପଡ଼ିଲା । ଛାତ୍ରମାନେ ଡାଳ ତଳେ ଚାପି ହୋଇଯାଇଥିଲେ ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ ।
ସତରେ ମଣିଷ ଜୀବନ ପାଣି ଫୋଟକା । ଆଜି ଅଛି ତ କାଲିକୁ ନାହିଁ । ବୋଧହୁଏ ସେଥିପାଇଁ କୁହାଯାଏ ମୃତ୍ୟୁ ଅନିଶ୍ଚିତ । ମୃତ୍ୟୁ ଆସିବା ପୂର୍ବରୁ ନା ଦେଖେ ସମୟ ନା ଦେଖେ ସ୍ଥାନ । ମଣିଷ ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି ମୃତ୍ୟୁ । ଯିଏ ବି ଏ ଦୁନିଆକୁ ଆସିଛି ତାର ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁର ଏମିତି କିଛି ଭୟାନକ ଓ ଦୁଃଖଦାୟୀ ଘଟଣା ଘଟିଥାଏ ଯାହା ବିଷୟରେ କଳ୍ପନା କରିବା ସମ୍ଭବ ନୁହେଁ । ଯେଉଁଥିପାଇଁ ଆଜି ସମଗ୍ର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ହଠାତ ଏମିତି ଅଘଟଣ ପୁଣି ଭାସାଇ ଦେଲା ଜଣଙ୍କ ସଂସାର । ଅନ୍ୟପଟେ ଭେଣ୍ଡିଆ ପୁଅର ଏଭଳି ଅଚାନକ ମୃତ୍ୟକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।
Also Read: ହୋଲିରେ ଅଘଟଣ, ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହୋଇ ଦୁଇ ଯୁବକ ମୃତ