କଶ୍ମୀରରେ ସଙ୍କଟ ଆସିବା ମାତ୍ରେ ବଦଳିଯାଏ କ୍ଷୀର ଭବାନୀ ମନ୍ଦିରରେ ଥିବା କୁଣ୍ଡ ପାଣିର ରଙ୍ଗ, ବିଶ୍ୱାସ ନ ହେଲେ ମଧ୍ୟ ବି ସତ
ପାଣିର କୌଣସି ରଙ୍ଗ ନଥାଏ, ତାହା ଆମ୍ଭେମାନେ ସମସ୍ତେ ଜାଣିଛେ । କିନ୍ତୁ ଏଠାରେ ଥିବା ମାତା ମନ୍ଦିରର କୁଣ୍ଡ ପାଣି ସଙ୍କଟ ଆସିବା ମାତ୍ରେ ଏହାର ରଙ୍ଗରେ କିପରି ପରିବର୍ତ୍ତନ ହୁଏ। ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚିତ। କେବଳ ସେହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ କୃପାରୁ ହୋଇଥାଏ ବୋଲି ସ୍ଥାନୀୟ ଲୋକକଥା ରହିଛି। ଭାରତରେ ଅନେକ ଦେବୀ ମାଙ୍କ ଚମତ୍କାରୀ ମନ୍ଦିର ଏବଂ କୁଣ୍ଡ ରହିଛି। ଯାହାର ଅଲଗା ଅଲଗା ମାନ୍ୟତା ରହିଛି। କଶ୍ମୀର ଗୋଦରବଲ ଜିଲ୍ଲାରେ ଏପରି ଏକ ଅଦ୍ଭୁତ ମନ୍ଦିର ରହିଛି। ଏହି ମନ୍ଦିରରେ ଥିବା କୁଣ୍ଡର ପାଣି କଶ୍ମୀର ଉପରେ ଆସିବାକୁ ଥିବା ବିପଦ ଏବଂ ସଙ୍କଟର ସଙ୍କେତ ଦେଇଥାଏ। ଆପଣମାନେ ଭାବୁଥିବେ ଏହା କିପରି ସମ୍ଭବ। ବିପଦ ଆସିଲେ ଏହା କ’ଣ ସଙ୍କେତ ଦିଏ ? ବିଦ୍ୱାନଙ୍କମାନଙ୍କ ମତ ଅନୁସାରେ ବିପଦ ଆସିବା ମାତ୍ରେ କୁଣ୍ଡର ପାଣି ରଙ୍ଗ ବଦଳାଇ ଦିଏ ଏବଂ ହେବାକୁ ଥିବା ଘଟଣା ବିଷୟରେ ସଙ୍କେତ ଦିଏ।
ଏହି ମନ୍ଦିରର ନାମ କ୍ଷୀର ଭବାନୀ ମନ୍ଦିର। ଏହା ଶ୍ରୀନଗର ତୁଲମୁଲା ସ୍ଥାନରେ ରହିଛି। କୁହାଯାଏ, କଶ୍ମୀର ଘାଟିରେ ହେବାକୁ ଥିବା ପରିବର୍ତ୍ତନ କିମ୍ବା ସଙ୍କଟ ବିଷୟରେ ମା ରାଘନ୍ୟାଙ୍କ କୁଣ୍ଡ ପାଣିର ରଙ୍ଗ ବଦଳିଯାଏ। ଏପରିକି ୩୭୦ ଅନୁଚ୍ଛେଦ ହଟିବା ଘଟଣା ବେଳେ ମଧ୍ୟ କୁଣ୍ଡ ପାଣିର ରଙ୍ଗ ବଦଳିଯାଇଥିଲା ବୋଲି ମନ୍ଦିର ଦେଖାଶୁଣା କରୁଥିବା ରାଜେନ୍ଦ୍ର ସିଂ କହିଛନ୍ତି। ୫ ଅଗଷ୍ଟରେ ମୋଦି ସରକାରଙ୍କ ଏହି ଘୋଷଣା ପୂର୍ବରୁ ଏହି କୁଣ୍ଡ ପାଣିର ରଙ୍ଗ କଳା ହୋଇଯାଇଥିଲା। ଏବେ ଏହି କୁଣ୍ଡ ପାଣିର ରଙ୍ଗ ଧୀରେ ଧୀରେ ସାମାନ୍ୟ ହେଉଛି।
ଏହାସହ ପଢ଼ନ୍ତୁ ; ବିଶ୍ୱର ସବୁଠାରୁ ବଡ ଶିବଲିଙ୍ଗ, ଦର୍ଶନ କରିବା ମାତ୍ରେ ହିଁ ଦୂରହୁଏ ଭକ୍ତଙ୍କ ଅର୍ଥାଭାବ
ସୂଚନାଯୋଗ୍ୟ, ଏହି ମନ୍ଦିରର ନିର୍ମାଣ କଶ୍ମୀର ପଣ୍ଡିତମାନେ କରିଥିଲେ। କିନ୍ତୁ କଶ୍ମୀରର ଏହି ସ୍ଥାନକୁ ବହୁତ କମ୍ ଲୋକ ଏଠାକୁ ଆସିଥାନ୍ତି। ଏଠାରେ ଅଧିକ ସେନା ଯବାନମାନେ ହିଁ ପୂଜା କରନ୍ତି। ୨୦୦୮ରେ ହୋଇଥିବା ଅମରନାଥ ଭୂମି ଆନ୍ଦୋଳନ, ୨୦୧୦ର ଅବ୍ଦୁଲା ସରକାରରେ ହିଂସା, ୨୦୧୪ର ବନ୍ୟା ଏବଂ ୨୦୧୬ର ହିଜବୁଲ ଆତଙ୍କୀ ବୁରହାନ ବାନୀ ମୃତ୍ୟୁ ସମୟରେ ଏହି କୁଣ୍ଡ ପାଣିର ରଙ୍ଗ ବଦଳିଯାଇଥିଲା।