ମକର ସଂକ୍ରାନ୍ତିରେ ଖେଚୁଡ଼ି ଭୋଗରେ କରନ୍ତୁ ନବଗ୍ରହଙ୍କୁ ଶାନ୍ତ, ନିଜେ ଖାଇବା ସହ ଅନ୍ୟମାନଙ୍କୁ ବାଣ୍ଟନ୍ତୁ

ଆସନ୍ତା କାଲି ମକର ସଂକ୍ରାନ୍ତି । ହିନ୍ଦୁ ମାନଙ୍କ ବଡ଼ ପର୍ବ ମଧ୍ୟରୁ ଏକ । ଏହିଦିନ ଆମ ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥାଏ ସ୍ୱାଦିଷ୍ଟ ମକର ଚାଉଳ । ଏହାସହ ରାଶି ଗୁଡ଼ରେ ତିଆରି ମିଠା ଲଡ଼ୁ । ଭଗବାନଙ୍କୁ ଭୋଗ ଲଗାଇବା ପାଇଁ ଏସବୁକୁ ପୂଜା କରାଯାଏ । ଦ୍ୱିପ୍ରହର ସମୟରେ ତିଆରି ହୁଏ ଖେଚୁଡ଼ି । ଭଗବାନଙ୍କ ପ୍ରିୟ ଖେଚୁଡ଼ି ଭୋଗକୁ ଲଗାଇବା ପାଇଁ ଅନେକ ଜଣ ଭିନ୍ନ ଭିନ୍ନ ଉପାୟରେ ଏହାକୁ ତିଆରି କରିଥାନ୍ତି ।

ମକର ସଂକ୍ରାନ୍ତି ଦିନ ଏସବୁ ସହ ଦାନ କରିବାକୁ ମଧ୍ୟ କୁହାଯାଇଛି । ଏହିଦିନ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାନ୍ତି । ଏହିିଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରନ୍ତି । ଏହାପରେ ଆରମ୍ଭ ହୁଏ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଗତି । ଏହିଦନ ମକର ଚାଉଳ ସହ ଖେଚୁଡ଼ି ଭୋଗ ସେବନ କରାଯାଏ । ଏଥିରେ କେବଳ ଧାର୍ମିକ ମାନ୍ୟତା ନୁହେଁ ବରଂ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

food
pc: hindustan

ଏହିଦିନ କଳା ବିରି ଡାଲିକୁ ଖେଚୁଡ଼ିରେ ପକାଯାଇଥାଏ । ଏହାକୁ ଖାଇବା ଦ୍ୱାରା ଉଭୟ ସୂର୍ଯ୍ୟଦେବ ଓ ଶନିଦେବଙ୍କ କୃପା ମିଳିଥାଏ । ଏହାସହ ଚାଉଳକୁ ଚନ୍ଦ୍ରମାଙ୍କ କାରକ, ଲୁଣକୁ ଶୁକ୍ରଙ୍କ କାରକ, ହଳଦୀକୁ ଗୁରୁ ବୃହସ୍ପତିଙ୍କ କାରକ ଏବଂ ସବୁଜ ପନିପରିବାକୁ ବୁଧ ଦେବଙ୍କ କାରକ ମନାଯାଏ । ଏହାସହ ଖେଚୁଡ଼ିର ତାପ ମଙ୍ଗଳଙ୍କ କାରକ ରୂପେ ମନାଯାଏ । ତେଣୁ ଏହାକୁ ଖାଇବା ଦ୍ୱାରା କୁଣ୍ଡଳୀରେ ସମସ୍ତ ଗ୍ରହଙ୍କଠୁ ଭଲ ଫଳ ମିଳିଥାଏ । ମାନ୍ୟତା ଅନୁଯାୟୀଏହିିଦିନ ଖେଚୁଡ଼ି ଖାଇବା ଓ ବାଣ୍ଟିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ ।

Leave A Reply

Your email address will not be published.