ଲାଗି ଯାଉଛି ମଳମାସ…ଆଦୌ କରିବେ ନାହିଁ ଏହି ସବୁ କାମ; ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ରହିବ

ମାର୍ଚ୍ଚ ୧୫ରୁ ମଳମାସ ଆରମ୍ଭ ହୋଇ ଯାଉଛି। ଯେବେଠୁ ସୂର୍ଯ୍ୟ ବୃହସ୍ପତି ରାଶି ମୀନରେ ପ୍ରବେଶ କରନ୍ତି, ସେବେଠୁ ମଳମାସ ଆରମ୍ଭ ହୋଇଥାଏ। ହିନ୍ଦୁ ଧର୍ମରେ ଏହି ମାସକୁ ଶୁଭ ବୋଲି କୁହାଯାଏ ନାହିଁ। ତେଣୁ ଏହି ମାସରେ ନୂଆ କିମ୍ବା କୌଣସି ଶୁଭ କାମ କରାଯାଇ ନ ଥାଏ। ମଳମାସରେ ହିନ୍ଦୁ ଧର୍ମର କେତେକ ସଂସ୍କାର ଯେପରି ନାମକରଣ, ଯଜ୍ଞ, ବିବାହ ସହ ଧାର୍ମିକ ସଂସ୍କାର ମଧ୍ୟ ହୋଇ ନ ଥାଏ। ଏଥର ମଳମାସ ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ଶେଷ ହେବ। ଏହି ସମୟରେ କୌଣସି ବି ଶୁଭ କାମ କରାଯାଇ ନ ଥାଏ। ବିଶ୍ୱାସ ରହିଛି, ଏହି ମାସରେ ସୂର୍ଯ୍ୟଙ୍କ ଚଳଣ ଧିମା ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ମଳମାସରେ କ’ଣ କରିବେ, କ’ଣ କରିବେ ନାହିଁ।

-ବୈବାହିକ କାର୍ଯ୍ୟ, ଗୃହ ପ୍ରବେଶ, ଭୂମି ପୂଜା, ମୁଣ୍ଡନ, ତିଳତର୍ପଣ କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ।

-ମଳମାସରେ ଶପ, ମଶିଣା, ଶେଯ ଆଦି ତ୍ୟାଗ କରି ଭୂମି ଉପରେ ଶୋଇବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ରହିଥାଏ।

-ଏହି ମାସରେ ଥାଳି ଛାଡ଼ି ପତ୍ରରେ ଭୋଜନ କରିବା ଶୁଭ ହୋଇଥାଏ।

-ଏହି ଅବଧି ମଧ୍ୟରେ ଲୋକଙ୍କୁ ଲଢ଼େଇ, ଝଗଡ଼ାଠାରୁ ଦୂରେଇ ରହିବା ଉଚିତ। ମିଥ୍ୟା କହିବା ଅନୁଚିତ୍‌।

-ମଦ, ମାଂସ ସେବନ କରିବା ଉଚିତ୍‌ ନୁହେଁ।

-ମଳମାସରେ ଭଗବାନ ବିଷ୍ଣୁଙ୍କ ପୂଜା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

-ତୁଳସୀ ପୂଜା କରିବା ଉଚିତ। ସନ୍ଧ୍ୟା ସମୟରେ ତୁଳସୀ ଗଛମୂଳେ ଘିଅ ଦୀପ ଜଳାନ୍ତୁ। ସମସ୍ୟା ଦୂରେଇ ଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.