ମହଙ୍ଗା ପଡ଼ିଲା ବାରମ୍ବାର କନ୍‌ଫର୍ମ ବଟନ୍‌ କ୍ଲିକ୍‌ କରିବା, ଗୋଟିଏ ଜାଗାରେ ବୁକ୍‌ ହୋଇଗଲା ୨୮ଟି କାର

ଟେସ୍‌ଲା କାରକୁ ସମସ୍ତେ ପସନ୍ଦ କରିଥାନ୍ତି। ଏଣୁ କାର କିଣିବାକୁ ଯେତେ ଅପେକ୍ଷା କରିବାକୁ ପଡ଼ିଲେ ବି କରିଥାନ୍ତି। ତେବେ ମେ ୨୮ରେ ଜର୍ମାନୀର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଟେସ୍‌ଲା କାର ଅର୍ଡର କରି ହଟହଟା ହୋଇଛନ୍ତି।

ରିପୋର୍ଟ ମୁତାବକ ଜର୍ମାନୀର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଟେସ୍‌ଲା କମ୍ପାନୀର ନୂଆ କାର କିଣୁଥିଲେ। ସମସ୍ତ ଆବଶ୍ୟକୀୟ ସୂଚନା ଭରି କାଗଜପତ୍ର ଅପ୍‌ଲୋଡ୍‌ କରିବା ପରେ ଗ୍ରାହକ କନ୍‌ଫର୍ମ ବଟନ୍‌କୁ କ୍ଲିକ୍‌ କରିଥିଲେ। କିନ୍ତୁ ତାଙ୍କୁ କାର ସମ୍ବନ୍ଧୀୟ କୌଣସି ସୂଚନା ମିଳିନଥିଲା।

tesla

 

ଏଣୁ ସେ କନ୍‌ଫର୍ମ ବଟନ୍‌କୁ ବାରମ୍ବାର ଚିପିଥିଲେ। ବ୍ୟକ୍ତି ଜଣକ ୨୮ ଥର ବଟନ୍‌ କ୍ଲିକ୍‌ କରିଥିବାରୁ ତାଙ୍କ ଅଜ୍ଞାତରେ ୨୮ଟି କାର ବୁକିଂ ହୋଇଯାଇଥିଲା ଓ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା। ଏନେଇ ଉକ୍ତ ବ୍ୟକ୍ତିଙ୍କ ପୁଅ ସୂଚନା ଦେଇ କହିଛନ୍ତି ଯେ ଟେକ୍ନିକାଲ ସମସ୍ୟା କେମିତି ମହଙ୍ଗା ପଡ଼ିପାରେ। ଟେକ୍ନିକାଲ ପ୍ରୋବ୍ଲେମ୍‌ ଯୋଗୁ ଉକ୍ତ ବ୍ୟକ୍ତି ଗୋଟିଏ ସ୍ଥାନରେ ୨୮ଟି କାର କିଣି ଦେଇଥିଲେ। ଫଳରେ ତାଙ୍କ ଆକାଉଣ୍ଟରୁ ୧୨ କୋଟି ବା ୧.୪ ମିଲିୟନ୍‌ ୟୁରୋ କଟିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.