ସ୍ତ୍ରୀକୁ ଆଣିବାକୁ ଯାଇ ଶଶୂର ଘର ଲୋକଙ୍କ ହାତରେ ମଲା ଜ୍ବାଇଁ

ବେଳେ ବେଳେ ଏମିତି ଘଟଣା ସାମ୍ନାକୁ ଆସେ ଯାହାକି ବିଶ୍ୱାସ କରି ହୁଏନି କିନ୍ତୁ ନିଚ୍ଛକ ସତ ତଳେ ତାଏ ଅନେକ ଅକୁହା କଥା l ଜ୍ୱାଇଁ ଶଶୁର ଘରକୁ ଯାଇ ଶଶୁର ଘର ପରିବାର ଲୋକଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି l ଅନ୍ୟ ପକ୍ଷରେ ସ୍ତ୍ରୀ ଓ ଶାଶୁ ମଧ୍ୟ ଗୁରୁତର l ସେମିତି କିଛି ସମ୍ବେଦନଶୀଳ ଘଟଣା ଉପରେ କହୁଛୁ ଯାହା ସମସ୍ତଙ୍କୁ ହତବାକ୍ କରିଦେବ l ଆସନ୍ତୁ ଘଟଣା କଣ ଜାଣିବା…
ମୃତକ ହେଉଛନ୍ତି ଦିବାକର ବସ୍ତିଆ l ଘର ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମଳିମାପଡା ଜଟି ସାହିରେ l ଆଜକୁ ଦୁଇ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ଇମ୍ଫୋଭାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡେହି ଗାଁର ପ୍ରମୋଦ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା ବସ୍ତିଆଙ୍କୁ ବିବାହ କରିଥିଲେ l ତାଙ୍କର ଗୋଟିଏ ଝିଅ ଅଛି । କିନ୍ତୁ ଉଭୟ ସ୍ୱାମୀ ସ୍ତ୍ରୀ ଭିତରେ ଘରୋଇ କଳି ଉପୁଜିବାରୁ ସ୍ତ୍ରୀ ଶାଶୁ ଘର ଡେଲାଙ୍ଗ ଛାଡି ଖୋର୍ଦ୍ଧାରେ ବାପ ଘରେ ରହୁଥିଲେ ।
ସ୍ୱାମୀ ଦିବାକର ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ନିଜ ଘରକୁ ଫେରାଇ ଆଣିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ l ତଥାପି ଶନିବାର ଦିନ ପୁଣି ଦିବାକର ଶଶୁର ଘରକୁ ଯାଇଥିଲେ l କିନ୍ତୁ ତାଙ୍କ ସ୍ତ୍ରୀ ସ୍ୱାମୀ ସହିତ ଯିବାକୁ ମନା କରିବାରୁ ଦିବାକର କୁଆଡ଼େ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ l ଏଥିରେ ସ୍ତ୍ରୀ ଓ ଶାଶୁ ଗୁରୁତର ଆହତ ହୋଇଥିଲେ । ପରେ ସ୍ତ୍ରୀଙ୍କୁ ଜୀବନରୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ଶ୍ବଶୂର ଘର ଲୋକେ ଜ୍ବାଇଁକୁ କାବୁ କରି ନେଇ ଭୀଷଣ ମାଡ଼ ଦେଇଥିଲେ । ଆଉ ଜ୍ବାଇଁ ଦିବାକରଙ୍କୁ ବାଡ଼େଇ ବାଡ଼େଇ ମାରିଦେଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି l
ତେବେ ଦିବାକରଙ୍କୁ ପୋଲିସ ଘଟଣା ସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପୋଲିସ ଶଵ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା ବେଳେ ଶଳା ଫେରାର ଅଛି l ସେପଟେ ଆହତ ସ୍ତ୍ରୀ ଓ ଶାଶୁଙ୍କ ଚିକିତ୍ସା ଚାଲିଛି ।… ଦିବାକରଙ୍କର ଗୋଟିଏ ଛୋଟ ଝିଅ ଅଛି । ସେ ବାପାକୁ ହରାଇଥିବା ବେଳେ ମାଆର ଅବସ୍ଥା ଭଲ ନାହିଁ ।
Also Read:ମୋ ସ୍ୱାମୀଙ୍କୁ ସହିଦ ଘୋଷଣା କଲେ ମୁଁ ଏବଂ ମୋ ପରିବାର ଖୁସି ହେବୁ