ଆପଣ ନିଜ ଆଖିକୁ କରିପାରିବେନି ବିଶ୍ୱାସ, ଫଣା ଟେକିଥିବା ଅହିରାଜକୁ ଗାଧୋଇ ଦେଉଛନ୍ତି ବ୍ୟକ୍ତି ! ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ
ସୋସିଆଲ ମିଡ଼ିଆରେ ଏକ ଲୋମ ଟାଙ୍କୁରା ଭିଡିଓ ଖୁବ ଭାଇରଲ ହେଉଛି। ଆଉ ଆପଣ ଏହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗରମରେ ଜଣେ ବ୍ୟକ୍ତି ଅହିରାଜ ସାପକୁ ଗାଧୋଇ ଦେଉଥିବାର ଏକ ଭିଡିଓ ଖୁବ ଚର୍ଚ୍ଚାରେ ରହିଛି।
ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ଗୋଟେ ଅହିରାଜ ସାପ ଗରମରେ ପାଣି ନଳ ପାଖରେ ବସିଛି ଏବଂ ଜଣେ ବ୍ୟକ୍ତି ତାଉପରେ ପାଣି ବାଲ୍ଟିରେ ପାଣି ଢାଳୁଛି। ଆଉ ଏହି ଘଟଣାର ଭିଡ଼ିଓକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।
Summer time..
And who doesn’t like a nice head bath🙏Can be dangerous. Please don’t try. pic.twitter.com/ACJpJCPCUq
— Susanta Nanda IFS (@susantananda3) May 24, 2020
କୁହାଯାଉଛି ବ୍ୟକ୍ତି ଜଣଙ୍କ ଟ୍ରେଣ୍ଡ ସାପ ଧରାଳି। ଯେଉଁଥିପାଇଁ ବ୍ୟକ୍ତି ଜଣଙ୍କ ସାପ ମୁଣ୍ଡରେ ହାତ ରଖି ତା ଉପରେ ପାଣି ଢାଳୁଛନ୍ତି। ତେବେ ଏହି ଭିଡ଼ିଓକୁ ସେୟାର କରିଥିବା ବ୍ୟକ୍ତି ଜଣଙ୍କ ଘରେ ଏପରି ଷ୍ଟଣ୍ଟ ନ ଦେଖାଇବାକୁ ପରାମର୍ଶ କରିଛନ୍ତି। ସେ ଲେଖିଛନ୍ତି, ‘ଖତରନାକ ହୋଇପାରେ ଦୟାକରି ଚେଷ୍ଟା କରନ୍ତୁନାହିଁ’।