ମାଛି ମାରିବା ଚକ୍କରରେ ନିଜ ଘରକୁ ଜାଳିଦେଲେ ବୃଦ୍ଧ

ବେଳେବେଳେ ଏମିତି କିଛି ମାମଲା ସାମ୍ନାକୁ ଆସେ ଯାହା ଉପରେ ବିଶ୍ୱାସ କରିବା ବହୁତ କଷ୍ଟକର । ଫ୍ରାନ୍ସରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ମାଛି ମାରିବାକୁ ଯାଇ ତାଙ୍କ ଘର ପୋଡି ଦେଇଛନ୍ତି । ଏହି ବ୍ୟକ୍ତି ଜଣକ ମାଛିର ଗୁଣୁଗୁଣୁ ଶବ୍ଦରେ ବିରକ୍ତ ହୋଇ ତାକୁ ମାରିବା ପାଇଁ ଏକ ଇଲେକ୍ଟ୍ରୋନିକ୍ ର‍୍ୟାକେଟର ବ୍ୟବହାର କରୁଥିଲେ ।


ସୂଚନା ଅନୁଯାୟୀ, ଫ୍ରାନ୍ସର ଦୋର୍ଦୋନ ସହରରେ ରହୁଥିବା 80 ବର୍ଷୀୟ ଜଣେ ବୃଦ୍ଧ ରାତ୍ରୀ ଭୋଜନ କରୁଥିବା ସମୟରେ ଏକ ମାଛି ଆସି ତାଙ୍କ ଚାରିପଟେ ବୁଲିଥିଲା ଏବଂ ଏହି ମାଛିର ଶବ୍ଦ ବୃଦ୍ଧଙ୍କୁ ବିରକ୍ତ କରୁଥିଲା । ଏହାପରେ ସେ ପୋକ ମାଛି ମାରୁଥିବା ଇଲେକ୍ଟ୍ରୋନିକ୍ ର‍୍ୟାକେଟ ଉଠାଇ ମାଛିକୁ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେହି ସମୟରେ ତାଙ୍କ ଘରେ ଗ୍ୟାସ୍ ଲିକ୍ ହେଉଥିଲା ଏବଂ ଇଲେକ୍ଟ୍ରୋନିକ୍ ର‍୍ୟାକେଟ ବାୟୁରେ ମିଶିବାରୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ତାଙ୍କ ରୋଷେଇ ଘର ଏବଂ ଘରର ଛାତରେ ଅନେକ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସୌଭାଗ୍ୟବଶତଃ ସେ ଏହି ବିସ୍ଫୋରଣରୁ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ହାତ ସାମାନ୍ୟ ଜଳି ଯାଇଥିଲା। ସେ ବର୍ତ୍ତମାନ ଏକ କ୍ୟାମ୍ପରେ ରହୁଛନ୍ତି ଏବଂ ତାଙ୍କ ପରିବାର ଘରର ମରାମତି କରୁଛନ୍ତି ।

 

Leave A Reply

Your email address will not be published.