ନିଜ ବିବାହ ପାଇଁ ପରିବାର ସହିତ ଯିବାକୁ ପୁରା ବିମାନ ବୁକ୍ କଲେ ଯବୁକ, ଭାଇରାଲ ହେଉଛି ଭିଡିଓ
ବିବାହ କଥା ଉଠିଲେ ଖର୍ଚ୍ଚ କଥା ମଧ୍ଯ ଭାବିବାକୁ ପଡେ। ଖାସ୍ କରି ଭାରତୀୟ ବିବାହ ଅତ୍ୟଧିକ ବ୍ୟୟବହୁଳ ହୋଇଥାଏ। କେବଳ ଯେ ବିବାହ ମଣ୍ଡପ କିମ୍ବା ପୋଷାକ ପତ୍ର ବିଷୟରେ ନୁହେଁ ବରଂବେଳେବେଳେ ଦୁର ସ୍ଥାନକୁ ଯିବାକୁବି ପଡିଥାଏ । ଯେପରିକି ବିବାହ ସ୍ଥଳରେ ପହଞ୍ଚିବା ପାଇଁ ବର ପକ୍ଷ କିମ୍ବା କନ୍ଯା ପକ୍ଷର ଲୋକଙ୍କୁ ନେଇ ବାହାର ସ୍ଥାନକୁ ଯାତ୍ରା କରିବାକୁ ପଡିଥାଏ । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି।
ଖାସ୍ କରି ଆପଣ ତ ଦେଖିଥିବେ ବିବାହରେ ବରଯାତ୍ରୀ ଦଳ ଯାତ୍ରା କରିବା ପାଇଁ ବସ୍ କିମ୍ବା ଟ୍ରେନ୍ ବୁକ୍ କରିଥାନ୍ତି ବରପକ୍ଷ। ସମଗ୍ର ଦେଶରେ ଏହା ଏକ ସାଧାରଣ ଦୃଶ୍ୟ ହୋଇଥିବାବେଳେ, ଆପଣ କେବେ ଦେଖିଛନ୍ତି କି କେହି ଜଣେ ନିଜ ପରିବାର ପାଇଁ ସମ୍ପୂର୍ଣ୍ଣ ବିମାନ ବୁକ୍ କରିବା? ହେଲେ ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି।
View this post on Instagram
ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @theshubhwedding ଦ୍ୱାରା ଏକ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଏକ ବିମାନରେ ପୁରା ପରିବାର ଦେଖିବାକୁ ମିଳୁଛନ୍ତି। ବିବାହ ସ୍ଥାନକୁ ଯିବାବେଳେ ସମ୍ପର୍କୀୟମାନେ ଖୁସିରେ କ୍ୟାମେରାକୁ ଦେଖି ହାତ ହଲାଇବା ସହିତ ଖୁସି ଜାହିର କରୁଛନ୍ତି । ବର ସାଜିଥିବା ଯୁବକ ଯାହାଙ୍କ ନା ଭୁୱାନ୍ ମଧ୍ୟ ଏହି କ୍ଲିପ୍ରେ ତାଙ୍କ ହାତରେ ଲାଗିଥିବା ମେହେନ୍ଦୀକୁ ଦେଖାଇବା ସହିତ କ୍ୟାମେରା ପାଇଁ ମଜାଳିଆ ଚେହେରା ବନାଉଛନ୍ତି । ଉପଭୋକ୍ତା ସେୟାର କରିଥିବା ଅନ୍ୟ ଭିଡିଓ ଅନୁଯାୟୀ ନେପାଳର କାଠମାଣ୍ଡୁରେ ଏହି ବିବାହ ହୋଇଥିଲା। କନ୍ଯା ସାଜଥିବା ସଗୁନ୍ ଙ୍କୁ ଆଣିବାକୁ ସାରା ପରିବାର ଏହି ବିମାନ ଯାତ୍ରା କରିଥିଲେ
View this post on Instagram
ଏହି ଭିଡିଓ ଏକ ସପ୍ତାହ ପୂର୍ବରୁ ସେୟାର କରାଯାଇଥିଲା। ତେବେ ସେୟାର ହେବା ପରଠାରୁ, ଭିଡିଓଟି ୧୭ ଲକ୍ଷ ଭ୍ୟୁ ପାଇଛି, ୩୮,୦୦୦ ଥରରୁ ଅଧିକ ଲାଇକ୍ ଆସିବା ସହିତ ଅନେକ କମେଣ୍ଟ ସଂଗ୍ରହ କରିଛି । ଇନଷ୍ଟାଗ୍ରାମରେ ପ୍ରାୟତଃ କମେଣ୍ଟରେ, “ସମସ୍ତଙ୍କ ଟିକେଟ ବୁକ୍ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ପ୍ରଶ୍ନ ପଚରାଯାଇଛି । ଆଉ କିଛି ହାର୍ଟ ଏବଂ ଫାୟାର ଇମୋଜି ବ୍ୟବହାର କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।