ଯଦି ମନ ପବିତ୍ର ତେବେ ଗାଡ଼ିଆ ମଧ୍ୟ ଗଙ୍ଗା, ଜାଣନ୍ତୁ ସନ୍ଥ ରବିଦାସ କାହିଁକି ଏଭଳି ଉକ୍ତି କହିଥିଲେ

ଧର୍ମଶାସ୍ତ୍ରରେ ଅନେକ ସନ୍ଥଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କୁହାଯାଇଥାଏ ଯେଉଁ ବ୍ୟକ୍ତି ଶାରୀରିକ ଇଛା ଶକ୍ତି ରଖନ୍ତି ନାହିଁ ଏବଂ ପରୋପକାରରେ ନିଜୟ ସମୟ ବିତାଇଥାନ୍ତି ସେ ହିଁ ପ୍ରକୃତରେ ସନ୍ଥ ହୋଇଥାନ୍ତି। ସନ୍ଥ ରବିଦାସ ମଧ୍ୟ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ସର୍ବଦା ନିଜର ସମୟ ପରୋପକାର ଏବଂ କର୍ମ କ୍ଷେତ୍ରରେ ଅତିବାହିତ କରୁଥିଲେ। କାଶୀର ଏକ ଚର୍ମକାର କୁଳରେ ସନ୍ଥ ରବିଦାସଙ୍କାର ଜନ୍ମ ହୋଇଥିଲା। ତାଙ୍କ ପିତାଙ୍କ ନାମ ସନ୍ତୋଖ ସାସ ଏବଂ ମାତାଙ୍କ ନାମ କଳସା ଦେବୀ ଥିଲା। ସେହିଭଳି ଆଜି ମଧ୍ୟ ସନ୍ଥ ରବିଦାସଙ୍କ ଅନେକ ଉକ୍ତି ସାରା ବିଶ୍ବରେ ପ୍ରଚଳିତ। ତାଙ୍କର ଏକ ଉକ୍ତି ହେଉଛି-‘‘ମନ ଗଙ୍ଗା ତ ଗାଡ଼ିଆ ଗଙ୍ଗା’’। ଏହି ଉକ୍ତି ଶୁଣିବାକୁ ବିଚିତ୍ର ଲାଗିଲେ ମଧ୍ୟ ଏହାର ଅର୍ଥ ଅନେକ ମହତ୍ୱପୂର୍ଣ୍ଣ। ଜାଣନ୍ତୁ ସନ୍ଥ ରବିଦାସ ଏପରି ଉକ୍ତି କହିବାର ବାସ୍ତବିକ ଅର୍ଥ କଣ ଥିଲା।

ravidasସନ୍ଥ ରବିଦାସ, ସନ୍ଥ କବୀରଙ୍କ ଭାଇ ଥିଲେ। ସନ୍ଥ ରବିଦାସଙ୍କ ବିଷୟରେ ଏକ କଥା ପ୍ରଚଳିତ ରହିଛି- ଥରେ ସେ ନିଜର ଜୋତା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ। ସେହି ସମୟରେ ତାଙ୍କ ପାଖକୁ ଜଣେ ବ୍ରାହ୍ମଣ ଆସି ‘‘ମୋ ଜୋତା ଛିଣ୍ଡି ଯାଇଛି, ଏହାକୁ ଠିକ କରିଦିଅନ୍ତୁ’’ କହିଥିଲେ। ଏହା ପରେ ସନ୍ଥ ତାଙ୍କର ଜୋତା ଠିକ କରିବାରେ ଲାଗି ପଡ଼ିଲେ। ଅଚାନକ ସନ୍ଥ ସେହି ବ୍ରାହ୍ମଣ ଜଣଙ୍କୁ ପଚାରି ଥିଲେ ଆପର କୁଆଡ଼େ ଯାଉଛନ୍ତି। ବ୍ରାହ୍ମଣ ଜଣକ ଉତ୍ତର ଦେଇଥିଲେ-ମୁଁ ଗଙ୍ଗା ସ୍ନାନ ପାଇଁ ଯାଉଛି। ତୁମେ ତ ଚମଡ଼ା କାମ କରିବା ଲୋକ ତୁମେ ବା କଣ ଜାଣିବ ଗଙ୍ଗା ସ୍ନାନ କଲେ କେତେ ପୂଣ୍ୟ ମିଳିଥାଏ। ସନ୍ଥ ରବିଦାସ କହିଥିଲେ ଠିକ କହିଛନ୍ତି ଆପଣ। ଆମ ଭଳି ମଳିନ ଏବଂ ନିଚ୍ଚ ଲୋକମାନେ ଗଙ୍ଗାରେ ସ୍ନାନ କଲେ ଗଙ୍ଗା ମଧ୍ୟ ଅପବିତ୍ର ହୋଇଯିବ।

santha ravidasଏହା ପରେ ବ୍ରାହ୍ମଣ ଜଣକ ସନ୍ଥଙ୍କୁ ଏକ କୋଡି ଦେଇ ନିଜର ଜୋତା ନେଇଥିଲେ। କିନ୍ତୁ ରବିଦାସ ବ୍ରାହ୍ମଣଙ୍କୁ କହିଥିଲେ ଆପଣ ଏହି ଏକ କୋଡି ଗରୀବ ରବିଦାସର ଭେଟ କହି ମା ଗଙ୍ଗାଙ୍କୁ ଅର୍ପଣ କରିଦେବେ। ଏହାପରେ ବ୍ରାହ୍ମଣ ଜଣକ ସେଠାରୁ ଚାଲିଯାଇଥିଲେ। ଗଙ୍ଗା ସ୍ନାନ ସାରି ଫେରିବା ସମୟରେ ବ୍ରାହ୍ମଣଙ୍କର ରବିଦାସଙ୍କ ଭେଟ ଅର୍ପଣ କରିବା କଥା ମନେ ପଡ଼ିଯାଇଥିଲା। ଠିକ ସେହି ସମୟରେ ସେ ଏକ କୋଡି ବାହାର କରି ଗଙ୍ଗା କୂଳରେ ଠିଆ ହୋଇଥିଲେ- ହେ ମା ଗଙ୍ଗା , ରବିଦାସଙ୍କ ଏହି ଭେଟ ଗ୍ରହଣ କରନ୍ତୁ। ସେହି ସମୟରେ ମା ଗଙ୍ଗାଙ୍କର ଏକ ହାତ ପ୍ରକଟ ହୋଇଥିଲା ଏବଂ ଶଦ୍ଦ ଆସିଥିଲା-ରବିଦାସଙ୍କ ଏହି ଭେଟ ମୋ ହାତରେ ରଖି ଦିଅନ୍ତୁ। ବ୍ରାହ୍ମଣଜଣକ ଏହି କଥା ଶୁଣିବା ପରେ ଆଶ୍ଚଯ୍ୟ ହୋଇଯାଇଥିଲେ। ସେଠାରୁ ଫେରିବା ସମୟରେ ମା ଗଙ୍ଗା ତାଙ୍କୁ କହିଥିଲେ-ହେ ବ୍ରାହ୍ମଣ, ଏହି ରତ୍ନ ଜନିତ ଖଡୁ ମୋ ତରଫରୁ ସନ୍ଥ ରବିଦାସଙ୍କୁ ପ୍ରଦାନ କରିବେ। ଏହି ରତ୍ନ ଜଡ଼ିତ ଖଡୁ ନେଇ ଯିବା ସମୟରେ ବ୍ରାହ୍ମଣ ଜଣକ ଭାବିଥିଲେ ଏହି ବିଷୟରେ ତ ରବିଦାସ କିଛି ଜାଣିନାହାଁନ୍ତି, ଯଦି ଏହାକୁ ମୁଁ ରାଣୀଙ୍କୁ ପ୍ରଦାନ କରିବି ତେବେ ରାଜା ମତେ ମାଲାମାଲ କରିଦେବେ। ଏହାପରେ ସେ ରାଜ ପରସାଦରେ ପହଞ୍ଚି ରାଣୀଙ୍କୁ ଏହି ଖଡୁ ପ୍ରଦାନ କରିଥିଲେ।

santhaଏହା ପରେ ରାଜା ବ୍ରାହ୍ମଣଙ୍କୁ ଆଉ ଗୋଟିଏ ଖଡୁ ଆରିବା ପାଇଁ କହିଥିଲେ। କିନ୍ତୁ ଏଭଳି ଖଡୁ ତିଆରି ହୋଇପାରିବ ନାହିଁ ବୋଲି ବ୍ରାହ୍ମଣ ଜଣକ ମନା କରି ଦେଇଥିଲେ। କାରଣ ଏହାର ମୂଲ୍ୟ ଅନେକ ଯାହା ଏହି ରାଜ ପ୍ରାସାଦରେ ମଧ୍ୟ ନାହିଁ। ଏହା ପରେ ରାଜା କ୍ରୋଧିତ ହୋଇ ବ୍ରାହ୍ମଣଙ୍କୁ ଅନ୍ୟ ଏକ ଖଡୁ ଆଣି ନଦେଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ। ଏହାପରେ ବ୍ରାହ୍ମଣ ଜଣକ ରାଜାଙ୍କୁ ସମସ୍ତ ସତ କଥା କହିଥିଲେ। ଯାହା ଶୁଣିବା ପରେ ରାଜା ମଧ୍ୟ ବିଶ୍ବାସ କରିନଥିଲେ।

ravidasnew_ଶେଷରେ ସେ ରାଜାଙ୍କ ସହ ସନ୍ଥ ରବିଦାସଙ୍କ ପାଖରେ ପହଞ୍ଚିଥିଲେ। ଏହା ପରେ ବ୍ରାହ୍ମଣ ଜଣକ ଦୌଡିଯାଇ ରବିଦାସଙ୍କ ଗୋଡ ଧରି ତାଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ। ଏହି ସମୟରେ ରାଜା ବ୍ରାହ୍ମଣର ଜୀବନ ପରିବର୍ତ୍ତେ ଅନ୍ୟ ଏକ ଖଡୁ ଦାବି କରିଥିଲେ। ସେହି ସମୟରେ ସନ୍ଥ ରବିଦାସ ଏକ ପାତ୍ର ଜାଳି ମା ଗଙ୍ଗାଙ୍କ ପାଖରେ ଅନ୍ୟ ଏକ ଖଡୁ ପାଇଁ ପ୍ରାର୍ଥନା କରିଥିଲେ। ତାପରେ ସେହି ପାତ୍ରରେ ଅନ୍ୟ ଏକ ଖଡୁ ପ୍ରକଟ ହୋଇଥିଲା।ଏହା ଦେଖି ରାଜା ଆଶ୍ଚଯ୍ୟ ହୋଇଯାଇଥିଲେ। ଏହି ସମୟରେ ସନ୍ଥ ରବିଦାସ କହିଥିଲେ-‘‘ମନ ଯଦି ପବିତ୍ର ଥାଏ ତେବେ ଗାଡ଼ିଆ ମଧ୍ୟ ଗଙ୍ଗା।’’ କୁହାଯାଇଛି ଯେଉଁ ଲୋକମାନେ କର୍ମରେ ସର୍ବଦା ଭଗବାନଙ୍କ ନାମ ସ୍ମରଣ କରିଥାନ୍ତି ତାଙ୍କ ଠାରୁ ବଡ଼ ଏବଂ ପବିତ୍ର ଏହି ବିଶ୍ବରେ ଆଉ କେହି ହୋଇନଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.