SI ପରୀକ୍ଷାରେ କପି କରିବା ପାଇଁ କାନରେ ଲଗାଇଲେ ନାନୋ ଓ୍ଵାୟରଲେସ୍‌ ଇୟରଫୋନ, ଶେଷରେ ଧରାପଡ଼ିଲେ

ଉତ୍ତରପ୍ରଦେଶର ଯୁବକ ମାନେ ୟୁପି ପୋଲିସରେ ଭର୍ତ୍ତି ହେବାକୁ ଚାହିଁଥାନ୍ତି। +୨ ପରୀକ୍ଷା ପାସ୍‌ କରିବା ପରେ ପ୍ରାୟତଃ ଏହି ଲାଇନ୍‌ ରେ କ୍ୟାରିଅର କରିବା ପାଇଁ ଆଗ୍ରହୀ ଥାନ୍ତି। ତେବେ ପ୍ରତିବର୍ଷ ଏହି ପରୀକ୍ଷାରେ ଲକ୍ଷାଧିକ ପିଲା ଯୋଗ ଦିଅନ୍ତି। ପରୀକ୍ଷାରେ ପାସ୍‌ ହେବା ଥାଏ ସମସ୍ତଙ୍କ ଇଚ୍ଛା। କିଛି ପିଲା ଏଥିପାଇଁ ମନଧ୍ୟାନ ଦେଇ ପାଠ ପଢ଼ନ୍ତି। ଅନ୍ୟ ପକ୍ଷରେ କିଛି ଏମିତି ଥାନ୍ତି ଯେଉଁମାନେ କପି କରି ଖୁବ ସହଜରେ ଏଥିରେ ଭର୍ତ୍ତି ହେବାକୁ ଚାହିଁଥାନ୍ତି।

ଏଥର ଘଟଣା ବି ସେମିତି କିଛି ହୋଇଛି। ଏଥିରେ ପରୀକ୍ଷାର୍ଥୀ ଜଣକ କପି କରିବା ପାଇଁ ଆପଣାଇଛନ୍ତି ଜବରଦସ୍ତ ଜୁଗାଡ଼। କିନ୍ତୁ ଶେଷରେ ଧରା ପଡ଼ିଛନ୍ତି। ଏଥର ଜଣେ ପରୀକ୍ଷାର୍ଥ ୟୁପିର ଏସଆଇ ପରୀକ୍ଷା ଦେବା ପାଇଁ ଆସିଥିବା ବେଳେ ତାଙ୍କର ଚେକିଂ କରାଯାଇଥିଲା। ସେ ଏମିତି ଜୁଗାଡ଼ କରିଥିଲେ ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ପ୍ରଥମ ରାଉଣ୍ଡରେ ସେ ବଞ୍ଚିଗଲେ ।କିନ୍ତୁ ପରେ ମେଟାଲ ଡିଟେକ୍ଟର ପାଇଁ ସେ ଧରାପଡ଼ିଗଲା। ଚେକିଂ ସମୟରେ ଛାତ୍ରଙ୍କ କାନରୁ ନାନୋ ଓ୍ଵାୟରଲେସ୍‌ ଇୟରଫୋନ ବାହାରିଲା। ଏହାସହ ଛାତ୍ର ଜଣକ ନକଲି ଓ୍ଵିଗ ଲଗାଇ ତା ଭିତରେ କପି ପେପର ରଖିଥିଲେ । ଦେଖନ୍ତୁ ଥରେ ସେ ଭିଡ଼ିଓ..

ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପୋଷ୍ଟ ଟି ଟ୍ଵିଟର ଆକାଉଣ୍ଟରେ ସେୟାର ହୋଇଥିବା ବେଳେ ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ୬୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାକୁ ଦେଖି ଲୋକ ମଜ୍ଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। କପି କରିବାର ଏହି ଅଜବ ନିଶାକୁ ଦେଖି ଲୋକମାନେ ମଜାକ ମଧ୍ୟ ଉଡାଉଛନ୍ତି।

Leave A Reply

Your email address will not be published.