ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିଲେ ବି ବିଶ୍ବାସ କରିବା ସହଜ ହୁଏନି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଇଣ୍ଟରନେଟ ଜଗତରେ ହଇଚଇ ସୃଷ୍ଟି କରିଛି । କାହିଁକି ନା ଜଣେ ବାଇକ ଚାଳକ ନିଜ ବାଇକକୁ ମୁଣ୍ଡ ଉପରେ ଧରି ରେଳ ଫାଟକକୁ ପାର କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ରେଳ ଫାଟକ ବନ୍ଦ ହେବା ପରେ ଅନେକ ଲୋକ ଅପେକ୍ଷା କରିବା ପରିବର୍ତ୍ତେ ଫାଟକ ଡେଇଁ ଏହାକୁ ପାର କରନ୍ତି । କିନ୍ତୁ ବାଇକ୍ କିମ୍ବା କାରରେ ଥିବା ଲୋକ ଅପେକ୍ଷା କରିବା ପାଇଁ ବାଧ୍ୟ ହୁଅନ୍ତି । କାହିଁକି ନା ବାଇକ ଓ କାର କୁ ନେଇ ରେଳ ଫାଟକ ଡେଇଁବା ମୁସ୍କିଲ । କିନ୍ତୁ ଜଣେ ବ୍ୟକ୍ତି ଅପେକ୍ଷା କରିବେ କଣ ନିଜ ବାଇକକୁ ଟେକି ରେଳ ଫାଟକ ପାର୍ କରିଛନ୍ତି । ବାଇକକୁ ନିଜ କାନ୍ଧରେ ଉଠାଇ ଆଗକୁ ଆଗକୁ ବଢ଼ି ଚାଲିଥିଲେ ବ୍ୟକ୍ତି । ତେବେ ବ୍ୟକ୍ତିଜଣଙ୍କ ରେଳ ସୁରକ୍ଷା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ।
ବ୍ୟକ୍ତି ଜଣକ ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ ପାର କରିଛନ୍ତି । ବନ୍ଦ ଫାଟକ ପାର କରିବା ପାଇଁ ବ୍ୟକ୍ତି ଜଣକ ବାଇକକୁ କାନ୍ଧରେ ଉଠାଇବା ଅସ୍ବାଭାବିକ ମନେ ହେଉଥିଲେ ବି ଫଟୋ ହିଁ ସବୁ କିଛି ବୟାନ କରୁଛି । ତେବେ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟ ପାଇଁ କିଛି ଲୋକ ଆଶ୍ଚର୍ଯ୍ୟ ଏବଂ ଚିନ୍ତିତ ହୋଇଥିଲେ । ଅଧିକାଂଶ ଲୋକ ବ୍ୟକ୍ତିଙ୍କ ଦାୟିତ୍ୱହୀନ ଆଚରଣକୁ ସମାଲୋଚନା କରିଛନ୍ତି । ଏପରି କାମ କରି କିଛି ଲୋକ ନିଜ ମୂଲ୍ୟବାନ ଜୀବନ ହରାଉଛନ୍ତି । ଏଭଳି କରିବା ଆଦୌ ଉଚିତ ନୁହେଁ । ଏପରି ଭାବରେ ରେଳ ଟ୍ରାକ ପାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏଭଳି କରିବା ଦ୍ୱାରା କେବଳ ଆପଣଙ୍କ ଜୀବନ ବିପଦରେ ପଡ଼ିବ ନାହିଁ ବରଂ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରିପାରେ ।
ରେଳ ନିୟମ ଅନୁଯାୟୀ ବନ୍ଦ ଫାଟକ ପାର ହେବା ନିୟମ ବିରୁଦ୍ଧ । ଏଥିପାଇଁ ଆପଣଙ୍କୁ ଜରିମାନା କିମ୍ବା ଜେଲ୍ ହୋଇପାରେ । କିନ୍ତୁ କିଛି ବେପରୁଆ ଲୋକଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ହୁଏ । ଲୋକମାନେ ମୃତ୍ୟୁର ଶିକାର ହୁଅନ୍ତି । ତେବେ ଆପଣ ଯେମିତି ଏଭଳି ଭୁଲ ନକରନ୍ତି । ରେଳ ଫାଟକ ପଡ଼ିଥିଲେ ଅପେକ୍ଷା କରନ୍ତୁ । ଏବଂ ରେଳ ଫାଟକ ଉଠିବା ପରେ ହିଁ ରାସ୍ତା ପାର କରନ୍ତୁ ।
Also Read: ଦଉଡି ଦଉଡି ବରଯାତ୍ରୀଙ୍କ ପାଖରେ ପହଞ୍ଚିଲେ ବର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ