ଜୀବନ ଯିବାକୁ ବିଲକୁଲ୍‌ ନାହିଁ ଭୟ, କୁମ୍ଭୀର ପିଠିରେ ବସି ନାଚୁଛନ୍ତି ଏହି ବ୍ୟକ୍ତି : ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ କିଏ କେତେ ବେଳେ ଭାଇରଲ ହୋଇଯାଉଛି, ତାହା ଜାଣିବା ମୁସ୍କିଲ। ଏବେ ପ୍ରାୟତଃ ପ୍ରତ୍ୟେକ ଲୋକ ଖତରୋଁ କେ ଖିଲାଡି ଭଳି ଷ୍ଟଣ୍ଟ କରିବାକୁ ପ୍ରସ୍ତୁତ ରହୁଛନ୍ତି। ଏପରି ସଉକ ଯୋଗୁଁ କେତେ ବେଳେ କାହା ଜୀବନ ଚାଲିଯାଉଛି, ତାହା କାହାକୁ ଜଣାନାହିଁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି। ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନୀଳ ରଙ୍ଗର ସାର୍ଟ ପିନ୍ଧି ମୁଣ୍ଡରେ ଟୋପି ଲଗାଇ ଏକ ବିଶାଳ କୁମ୍ଭୀର ନିକଟକୁ ଯାଉଛନ୍ତି। ଏହି ସମୟରେ କୁମ୍ଭୀର ପାଟି ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରୁଛି। କିନ୍ତୁ ବ୍ୟକ୍ତି ଜଣକ ଭୟ ନକରି ତାକୁ ମାଂସ ଖାଇବାକୁ ଦେଇ କୁମ୍ଭୀର ପିଠିରେ ବସି ତାର ମଜା ନେଇ ନାଚିବା ଆରମ୍ଭ କରି ଦେଉଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛି।

 

View this post on Instagram

 

A post shared by Wildlife Stories (@wildlife_stories_)

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଇନଷ୍ଟାଗ୍ରାମରେ ୱାଇଲ୍ଡ ଲାଇଫ୍ ଷ୍ଟୋରୀ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ଯାହାକୁ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟଆସୁଛି। ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.