କ୍ବାରେଣ୍ଟାଇନ୍ ସେଣ୍ଟରରୁ ବାହାରିବା ଖୁସିରେ ରାସ୍ତା ଉପରେ ନାଚିଲେ ଯୁବକ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ଯ ନିଜର ହସ ରୋକିପାରିବେ ନାହିଁ। ଏହି ଭିଡିଓରେ ଜଣେ ବ୍ଯକ୍ତି ରାସ୍ତା ମଝିରେ ଏପରି ଡ୍ଯାନ୍ସ କରୁଛନ୍ତି, ଯାହା ସମସ୍ତଙ୍କୁ ମନକୁ ଛୁଇଁପାରିଛି। ବ୍ଯକ୍ତି ଜଣକ ପ୍ରଶଂସାର ଯୋଗ୍ଯ ହୋଇଛନ୍ତି। ଲୋକମାନଙ୍କ ଖୁସି ଅପେକ୍ଷା ସେହି ବ୍ଯକ୍ତି ଜଣକ ବେଶୀ ଖୁସି ହୋଇଛନ୍ତି। ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଜଣେ ବ୍ଯକ୍ତି ଟ୍ରାଫିକ୍ ସିଗନାଲ ମ୍ଯାନଙ୍କ ଗେଟଅପ୍ ରେ କିପରି ରାସ୍ତା ମଝିରେ ଡ୍ଯାନ୍ସ କରୁଛନ୍ତି।

ସୂଚନା ମୁତାବକ ବ୍ଯକ୍ତି ଜଣକ ରାସ୍ତା ମଝିରେ ଡ୍ଯାନ୍ସ କରିବା ପଛରେ ଏକ ଖାସ୍ କାରଣ ରହିଛି। ଶୁଣିବାକୁ ମିଳିଛି ଉକ୍ତ ବ୍ଯକ୍ତି ଜଣକଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ଦେଖାଯାଇଥିଲା। ଏହି ଭାଇରସକୁ ରୋକିବା ପାଇଁ ଅର୍ଥାତ ନିଜେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ମଧ୍ଯ ବ୍ଯକ୍ତି ଜଣକ ୧୪ ଦିନ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ଏହାପରେ ସେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ବାହାରିବା ପରେ ଡ୍ଯାନ୍ସ କରି ନିଜର ଖୁସି ଜାହିର୍ କରିଛନ୍ତି।

ଏହି ଭିଡିଓକୁ Buitengebieden ସୋସିଆଲ ମିଡିଆ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରିବା ସହ ସେ ଲେଖିଛନ୍ତି, ‘କ୍ବାରେଣ୍ଟାଇନରୁ ବାହାରକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଦିନ।’ Buitengebieden ଙ୍କ ଏହି ଭିଡିଓକୁ ବର୍ତ୍ତମାନ ୫୦ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୮୦୦ରୁ ଅଧିକ ଲୋକ ଲାଇକ୍ ଏବଂ କମେଣ୍ଟ ମଧ୍ଯ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.