କୁକୁରକୁ ଧରି ବରଯାତ୍ରୀରେ ଧମାଲ୍ କଲେ ବ୍ଯକ୍ତି, ଭାଇରାଲ୍ ହେଉଛି ଭିଡିଓ

ସୋସିଆଲ ମିଡିଆରେ ବାହାଘର ସମୟରେ ବରଯାତ୍ରୀମାନେ ନୃତ୍ୟର ଭିଡିଓ ଅନେକ ସମୟରେ ଭାଇରାଲ୍ ହୋଇଥାଏ। ତେବେ ଏମିତି ଏକ ବରଯାତ୍ରୀଙ୍କ ନାଚ ସମୟର ଭିଡିଓ ଭାଇରାଲ୍ ହେଉଛି ଯାହା ଏବେ ସମସ୍ତଙ୍କ ମୋବାଇଲରେ ଘୂରି ବୁଲୁଛି।

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତ୍ଯେକ ଦିନ କିଛି ନା କିଛି ନୂଆ ନୂଆ ଭିଡିଓ ଭାଇରାଲ ହୋଇଥାଏ। ଏଭଳି ଆପଣମାନେ ତ ଅନେକ ଭିଡିଓ ଦେଖିଥିବେ। ତେବେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ।

ସୋସିଆଲ ମିଡିଆରେ ବାହାଘର ସମୟରେ ବରଯାତ୍ରୀମାନେ ନୃତ୍ୟର ଭିଡିଓ ଅନେକ ସମୟରେ ଭାଇରାଲ୍ ହୋଇଥାଏ। ତେବେ ଏମିତି ଏକ ବରଯାତ୍ରୀଙ୍କ ନାଚ ଭିଡିଓ ଭାଇରାଲ୍ ହେଉଛି ଯାହା ଏବେ ସମସ୍ତଙ୍କ ମୋବାଇଲରେ ଘୂରି ବୁଲୁଛି। ବ୍ଯକ୍ତି ଜଣକ ନାଚୁଥିବାର ଏକ ଭିଡିଓ ଏବେ ବେଶ୍ ପସନ୍ଦ ଆସିଛି ଦର୍ଶକଙ୍କୁ । ତେବେ  ପ୍ରତି ବାହାଘରରେ ତ ବରଯାତ୍ରୀମାନେ ନୃତ୍ୟ କରନ୍ତି ଏଥିରେ ନୂଆକଥା କ’ଣ ରହିଲା?

 

View this post on Instagram

 

A post shared by Sunil__yogi (@sunil.in1)

ତେବେ ନୂଆ କଥାଟି ହେଉଛି କି, ଏହି ବାହାଘରକୁ ଆସିଥିବା ଏହି ବ୍ୟକ୍ତି ଜଣକ ନିଜ ପୋଷାକୁକୁରକୁ ଧରି ଆସିଥିଲେ। ଆଉ ବରଯାତ୍ରୀଙ୍କ ପାଇଁ ବାଜୁଥିବା ଡିଜେର ତାଳେ ତାଳେ ସମସ୍ତେ ନୃତ୍ୟ କରି ଝୁମୁଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ସାଥୀରେ ଧରି ଆସିଥିବା କୁକୁରକୁ ଯେମିତି କହୁଛନ୍ତି, ମୁଁ ବି ନାଚୁଛି ତୁ ବି ସେମିତି ଦିଲ୍ ଖୋଲି ନାଚ, ଜୀବନକୁ ପୁରା ମନଭରି ଉପଭୋଗ କର। କିଲ ଜାଣିଛି ଆଗକୁ କ’ଣ ହେବ । ତାହା କେହି କହି ପାରିବେ ନାହିଁ।’ତେବେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପୋଷା କୁକୁର ସହିତ ଯେମିତି ଡିଜେର ଧୁନରେ ନାଚୁଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ଯ ବରଯାତ୍ରୀମାନେ ଉଭୟଙ୍କ ଉପରୁ ନଜର ହଟାଇ ପାରି ନଥିଲେ।

ଆଉ ଦୁହିଁଙ୍କ ସ୍ନେହର ଏହି ସୁନ୍ଦର ମୁହୂର୍ତ୍ତକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଯାହା ସୂଚନା ମିଳିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୁନିଲ.ଇନ ୧ ନାମକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଛି। ଭିଡିଓକୁ ମାର୍ଚ୍ଚ ୫ ତାରିଖରେ ସେୟାର କରାଯାଇଥିବା ବେଳେ ଏଯାଏ ଏହାକୁ ପାଖାପାଖି ଏକ ଲକ୍ଷ ୨୯ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।