ଦେଖନ୍ତୁ Video: ବନ୍ୟାରେ କାର୍‌ ଯେପରି ଭାସି ନ ଯିବ, ବ୍ୟକ୍ତି କଲେ ଅଜବ ଯୋଗାଡ଼; ରଶିର ଝୁଲା ବନାଇ ଘରର ଛାତରୁ ଏମିତି ବାନ୍ଧି ଦେଲେ

ଦେଶର କେତେକ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଅନେକ ଅଞ୍ଚଳ ଜଳମଗ୍ନ ଯୋଗୁ ଜନଜୀବନ ଏକପ୍ରକାର ଦୁର୍ବିସହ ହୋଇପଡ଼ିଛି। ଲୋକଙ୍କୁ ନିଜ ଦୈନନ୍ଦିନ କାମରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏତିକି ନୁହେଁ, ବିଭିନ୍ନ ସ୍ଥାନରେ ଲୋକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଉଛନ୍ତି। କିଛି ଲୋକ ଘରର ଛାତ ଉପରେ ରହିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହାରି ଭିତରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ନିଜ କାର୍‌କୁ ରଶିରେ ବାନ୍ଧି ଦେଇ ଘରର ଛାତରୁ ଝୁଲାଇ ଦେଇଛନ୍ତି। ତାଙ୍କ ଗାଡ଼ି ଯେପରି ବନ୍ୟାରେ ଭାସି ନ ଯିବ, ସେହି ଭୟରେ ସେ ଏହି ଅଜବ ଯୋଗାଡ଼ କରିଛନ୍ତି। ଭିଡିଓଟି ତେଲେଙ୍ଗାନାର ରାଜନ୍ନା ସିରିସିଲ୍ଲା ଜିଲାର ବୋଲି ଜଣାପଡ଼ିଛି। ଏଠାରେ ଶାନ୍ତିନଗର ଅଞ୍ଚଳରେ ବନ୍ୟାପାଣି ଗଳି ଭିତରେ ଲହରି ମାରୁଛି। ପାଣିର ଗତି ବି ଜୋର୍‌ ରହିଥିବା ବେଳେ ଅଞ୍ଚଳବାସୀ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

ତେବେ ଭାଇରାଲ ଭିଡିଓକୁ ଦେଖି ଲୋକେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟ୍ଵିଟରରେ ଏହି ଭିଡିଓକୁ ସେୟାର କରି ଜଣେ ୟୁଜର ଲେଖିଛନ୍ତି, ‘ଏବେ ସିରିସିଲ୍ଲା ଏହି ଯୋଗାଡ଼ ପାଇଁ ପ୍ରସିଦ୍ଧ ହୋଇଯାଇଛି। ପ୍ରଥମ ଥର ଏଠାରେ କେହି ଜଣେ କାର୍‌ ମାଲିକ ନିଜ ଗାଡ଼ିକୁ ଏମିତି ରଶିରେ ବାନ୍ଧି ଦେଇଛନ୍ତି। ଆପଣ ଶେଷ ଥର ତେଲେଙ୍ଗାନାରେ ଏମିତି କେବେ ଦେଖିଥିଲେ’?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.