ସ୍ପେଶାଲ

ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ, ଆଉ ନିସ୍ତରୀ ଯାଆନ୍ତି ମୁହିଁ…

ଗୋପ/ରାୟଗଡ଼ା(କେନ୍ୟୁଜ): ଜାଗର ରାତିରେ ମୋର ଉଠନ୍ତା କି କୋକେଇ, ତୁମ ମହାଦୀପ ଚାହିଁ, ନପଡୁ ପଛେ କଉଡି ଖଇ ନ କାନ୍ଦୁ ମୋ ପାଇଁ କେହି, ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ, ଆଉ ନିସ୍ତରୀ ଯାଆନ୍ତି ମୁହିଁ….ଏଇ ପଦଟି କହିବାର କାରଣ ଆପଣ ହୁଏତ ଜାଣି ସାରିବେଣି । ଭକ୍ତଟିଏ ସବୁବେଳେ ପ୍ରାର୍ଥନା କରିଥାଏ କେମିତି ତାର ଶେଷ ନିଶ୍ୱାସ ସେହି ଭଗବାନଙ୍କ ପାଖରେ ହିଁ ଯାଉ । ହେଲେ ସମସ୍ତଙ୍କର କଣ ଏହି ଆଶା ପୂରଣ ହୁଏ?

ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି । ଜାଗର ରାତି ହେଲା ଶେଷ ରାତି । ଦୀପ ଜାଳିବାକୁ ଆସି ନିଜର ଜୀବନ ଦୀପ ଲିଭିଗଲା । ଏଭଳି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଳକ ତୋରକର ପଞ୍ଚାୟତର ବାବା ବାଲିକପିଳେଶ୍ୱର ମନ୍ଦିର ନିକଟରେ । ଶିବରାତ୍ରୀ ଅବସରରେ ବିଳମ୍ବିତ ରାତିରେ ଦୀପ ଜାଳୁଥିବା ବେଳେ ହଠାତ୍ ଜଣେ ଯୁବକଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଲେ। ଆଉ ଦେଖି ଦେଖି ଚାଲିଯାଇଥିଲା ତାଙ୍କ ପ୍ରାଣ ବାୟୁ ।

ସୂଚନା ମୁତାବକ, ମୃତ ଯୁବକ ଜଣକ ହେଉଛନ୍ତି ନିଆଳି ଥାନା ଅଧିନସ୍ଥ ରତନପୁର ପଞ୍ଚାୟତର ଗଜାବର ଗ୍ରାମର କାଳନ୍ଦୀ ମଲ୍ଲିକ । କାଳନ୍ଦୀ ବାପା ଗୋବିନ୍ଦ ମଲ୍ଲିକଙ୍କ ସହ ଘରୁ ମହାଆନନ୍ଦରେ ଜାଗର ଜଳିବାକୁ ଆସିଥିବାବେଳେ ବାବା ବାଲିକପିଳେଶ୍ୱର ମନ୍ଦିର ନିକଟରେ ଦୀପ ଲଗାଇ ସନ୍ଧ୍ୟା ଠାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ବସିଥିଲେ । ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେଇଠାରେ ହିଁ ସେ ଟଳିପଡିଥିଲେ ।

ପାଖରେ ବସିଥିବା ଲୋକେ ତୁରନ୍ତ ଯାଇ ମଞ୍ଚରେ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ମଞ୍ଚରେ ମାଇକ ଯୋଗେ ଜଣାଇବା ପରେ ସେଠାରେ ଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଗୋପ ବ୍ଲକ ମହଲପଡା ପଞ୍ଚାୟତର ସରପଞ୍ଚଙ୍କ ସହ କିଛି ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ପୁରୀ ବଡ ମେଡିକାଲ ପଠାଇବା ସହ ପରିବାରକୁ ସୂଚନା ଦେଇଥିଲେ ।

ପୁରୀ ମେଡିକାଲରେ ପହଁଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି । ମହାଶିବରାତ୍ରୀରେ ଦୀପ ଜାଳୁ ଜାଳୁ ଲିଭି ଗଲା କାଳନ୍ଦୀଙ୍କ ଜୀବନ ଦୀପ । ତେବେ କାଳନ୍ଦୀଙ୍କ ମୃତ୍ୟୁ ଖବର ଗାଁରେ ପହଁଚିବା ପରେ ଏକ ପ୍ରକାରର ଶୋକର ଛାୟା ଖେଳିଯାଇଛି ।

ଦେବଗୀରି ଶୈବ ପୀଠରେ ବି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି:

ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ଦେବଗୀରି ଶୈବ ପୀଠରେ ବି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଦେବଗିରି ପୀଠରେ ଶିବ ଦର୍ଶନ କରିବା ପାଇଁ ସପରିବାର ସହିତ ପାହାଡ ଉଠୁଥିବା ବେଳେ ଅଧା ବାଟରେ ଟଳି ପଡ଼ିଥିଲେ ଯୁବକ । ତୁରନ୍ତ ପରିବାର ବର୍ଗ କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ଘର କାଶୀପୁର ଥାନା ଅନ୍ତର୍ଗତ ଯୁଡ଼ାଆମ୍ବ ବୋଲି ଜଣାପଡ଼ିଛି । ସେ ଗତକାଲି ଦଶଟା ବେଳେ ପରିବାର ସହିତ ଆସିଥିଲେ ।

Sonalisa

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

6 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

17 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago