ପ୍ରେମିକାର ସ୍ୱାମୀଙ୍କୁ ଦେଖି ୫ ମହଲାରୁ ଡେଇଁ ପଡିଲେ ଲିଭ୍ ଇନ୍ ପାର୍ଟନର୍, ଚାଲିଗଲା ଜୀବନ

ଜୟପୁର: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ତୃତୀୟ ବ୍ୟକ୍ତିଙ୍କୁ ନେଇ ସମସ୍ୟା ଦେଖାଦେଇଥାଏ । ସେହିପରି ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜୟପୁରର ପ୍ରତାପନଗର ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କ ସହିତ ଲିଭ୍-ଇନ୍ ରିଲେସନ୍ ରେ ରହୁଥିବା ୨୯ ବର୍ଷୀୟ ଯୁବକ ରବିବାର ଦିନ ପାଞ୍ଚ ମହଲା ତଳକୁ ଡେଇଁ ପଡ଼ିଛନ୍ତି । ଏମିତି ଟ୍ରାଜେଡି ଲଭଷ୍ଟୋରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ୍ ବୁଧବାର ଦିନ କହିଛି ଯେ, ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ମହିଳା ଜଣକ ରବିବାର ଦିନ ଜୟପୁରର ସୱାଇମାନ୍ ସିଂହ ମେଡିକାଲରେ ଭର୍ତ୍ତି କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ତାଙ୍କ ବିବାହିତ ଗର୍ଲଫ୍ରେଣ୍ଡ ସହିତ ସହିତ ଲିଭ୍ ଇନ୍ ରେ ରହୁଥିଲେ। ମୋହସିନ୍ ତାଙ୍କ ଗର୍ଲଫ୍ରେଣ୍ଡକୁ ଉତ୍ତରାଖଣ୍ଡରୁ ଆଣିଥିଲେ | ଏହା ପରେ ଦୁହେଁ ପ୍ରତାପଗରର ରିୟା ଆପାର୍ଟମେଣ୍ଟରେ ଏକାଠି ରହୁଥିଲେ। ଇତି ମଧ୍ୟରେ ଉଭୟ ରହୁଥିବା ସ୍ଥାନ ବିଷୟରେ ପ୍ରେମିକାଙ୍କ ସ୍ୱାମୀ ଏହି ବିଷୟରେ ଖବର ପାଇଥିଲେ । ଏହା ପରେ ବିବାହିତା ମହିଳାଙ୍କ ସ୍ୱାମୀ ଉଭୟ ରହୁଥିବା ବାସଭବନରେ ପହଞ୍ଚିଥିଲେ। ପ୍ରେମିକାର ସ୍ୱାମୀଙ୍କୁ ଦେଖି ମୋହଶିନ ପୂରା ବିଚଳିତ ହୋଇପଡ଼ିଥିଲେ। ସେ ଏତେ ଡରି ଯାଇଥିଲେ ଯେ ୫ମ ମହଲାରେ ଥିବା ତାଙ୍କ ଘରର ବାଲକୋନିରୁ ସିଧା ତଳକୁ ଡେଇଁ ପଡ଼ିଥିଲେ।

ପ୍ରେମିକ ପଞ୍ଚମ ମହଲାରୁ ଡେଇଁବା ମାତ୍ରେ ତାଙ୍କ ସ୍ୱାମୀ ମଧ୍ୟ ସେଠାରୁ ପଳାଇ ଯାଇଥିଲେ। ଅନ୍ୟପକ୍ଷରେ ପଞ୍ଚମ ମହଲାରୁ ଖସିଯିବା ପରେ ମୋହସିନ୍‌ଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଏହା ପରେ ଗର୍ଲଫ୍ରେଣ୍ଡ କୌଣସି ପ୍ରକାରେ ପ୍ରେମିକ ମୋହସିନ୍ଙ୍କ ସହ ଡାକ୍ତରଖାନା ଯାଇଥିଲେ, କିନ୍ତୁ ପ୍ରେମିକ ସେଠାରେ ମୃତ୍ୟୁ ବରଣ କରିଥିଲେ। ମୋହସିନ୍‌ଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ମୃତଦେହର ପୋଷ୍ଟମର୍ଟମ କରି ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.