Categories: ସ୍ପେଶାଲ

ଜାଣନ୍ତୁ ଏମିତି ଏକ ଅଦ୍ଭୁତ ଜଙ୍ଗଲ ବିଷୟରେ ଯେଉଁଠିକୁ ଗଲେ ମଣିଷ ଗାୟବ ହୋଇଯାନ୍ତି

ଆମ ପୃଥିବୀରେ ଏମିତି କେତେ ଗୁଡିଏ ଆଶ୍ଚର୍ଯ୍ୟ ଜନକ ସ୍ଥାନ ମାନ ରହିଛି ଯାହାକୁ ନ ଦେଖିଲେ ହୁଏତ ବିଶ୍ୱାସ କରିହେବ ନାହିଁ । କିଛି କିଛି ସ୍ଥାନକୁ ଗଲେ ମନକୁ ଶାନ୍ତି ମିଳୁଥିବା ବେଳେ ଆଉ କିଛି ସ୍ଥାନକୁ ଗଲେ ମନରେ ଏକ ପ୍ରକାର ଭୟ ପସି ଯାଏ । ଏମିତି ଏକ ଜଙ୍ଗଲ ରୋମାନିଆର ଟ୍ରାନ୍ସଲେବେନିଆ ଠାରେ ଅଛି । ଏହି ଜାଗାରେ ଏମିତି କିଛି ଅଦ୍ଭୁତ ଓ ଅପ୍ରାକୃତିକ ଘଟଣା ମାନ ଘଟିଥାଏ ଯାହାକୁ ଦେଖିଲେ କି ଅନୁଭବ କଲେ ନିହାତି ଭାବେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ଅଜବ ଘଟଣା ମାନ ଘଟୁଥିବାରୁ ଏହାକୁ ରୋମାନିଆର ‘ବରମୁଡା ତ୍ରାଇଙ୍ଗଲ’ ବୋଲି ମଧ୍ୟ କୁହାଯାଏ । ଏହି ଭୟଙ୍କର ଜଙ୍ଗଲଟି ୭୦୦ ଏକର ବିଶିଷ୍ଟ ବିଶାଳ ସ୍ଥାନ ଅକ୍ତିଆର କରିଛି । କୁହାଯାଉଛିକି ଏପର୍ଯ୍ୟନ୍ତ ଏଠାରେ ପ୍ରାୟ କୋଟିଏ ଲୋକ ନିଖୋଜ ହୋଇଗଲେଣି | ତେଣୁ ଏହି ଜଙ୍ଗଲ ନାଁ ଶୁଣିଲେ ଯେପରି ଲୋକଙ୍କ ଲୋମ ଟାଙ୍କୁରି ଉଠେ ।

 

ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଜଙ୍ଗଲର ଗଛ ଗୁଡିକ ସିଧା ହୋଇ ଛିଡା ହୋଇନଥାନ୍ତି । ଏମାନଙ୍କ ଆକାର ବାଙ୍କାଟଙ୍କା ହୋଇଥାଏ । ଯାହାକୁ ଦେଖିଲେ ଦିନ ଦ୍ବିପହରରେ ବି ଭୟ ଲାଗିବ । ସ୍ଥାନୀୟ ଲୋକେ ଏଠାରେ ଭୁତ ପ୍ରେତ ବାସ କରୁଥିବାର ବିଶ୍ୱାସ କରନ୍ତି । ବିଶ୍ୱାସ କରାଯାଏକି ବହୁ ବର୍ଷ ପୂର୍ବେ ଏକ ମେଣ୍ଢା ଚରାଳୀ ଜଙ୍ଗଲକୁ ନିଜ ମେଣ୍ଢା ମାନଙ୍କୁ ଚରେଇବା ପାଇଁ ନେଇଥିବା ବେଳେ ଗାୟବ ହୋଇଯାଇଥିଲେ । ସେହି ଦିନରୁ ହିଁ ଲୋକଙ୍କ ମନରେ ଏହି ସ୍ଥାନକୁ ନେଇ ଏକ ପ୍ରକାର ଭୟ ବସା ବାନ୍ଧିଥିଲା । ସେହି ମେଣ୍ଢା ଚରାଳୀ ସହ ଯାଇଥିବା ୨୦୦ ମେଣ୍ଢା ମଧ୍ୟ ଗାୟବ ହୋଇଯାଇଥିଲେ । କିନ୍ତୁ ଗାୟବ ହେବା ପଛର ରହସ୍ୟ ଏପର୍ଯ୍ୟନ୍ତ ଖୋଜି ବାହାର କରାଯାଇ ପାରିନାହିଁ । ଆଜକୁ ପ୍ରାୟ ୫୦ ବର୍ଷ ତଳେ ଏମିଲି ବରନିୟା ନାମକ ଏକ ବ୍ୟକ୍ତି ଜଙ୍ଗଲ ଆକାଶରେ ଏକ ଅଦ୍ଭୁତ ଶରୀର ଦେଖିଥିବାର ଦାବି କରିଥିଲେ ।

ଏହା ସହ ପଢନ୍ତୁ: ପୃଥିବୀର ସବୁଠୁ ବୃହତ ପ୍ରାଣୀ କେମିତି ହେଲା ନୀଳ ତିମି, ଜାଣନ୍ତୁ ଏହା ପଛର କାରଣ

ଏହାବାଦ ରୋମାନିଆର ସୈନିକ ମାନେ ମଧ୍ୟ ଜଙ୍ଗଲରେ ଏକ ଅଦ୍ଭୁତ ଜୀବ ଦେଖିଥିବାର ଯୁକ୍ତି କରିଥିଲେ । ଏଠି ବୁଲାବୁଲି କରୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଏଠାରେ କିଛି ଅଦ୍ଭୁତ ଘଟଣା ମାନ ଘଟୁଥିବାର ଅନୁଭବ କରିଛନ୍ତି । ଏମିତି ଏଠାରେ ଲୋକେ କିଛି ସମୟ ପାଇଁ ଗାୟବ ହୋଇ ପୁଣି ଫେରି ଆସନ୍ତି । ଆଖପାଖର ଲୋକେ ଏଠାରେ କିଛି ଅଦ୍ଭୁତ ଶବ୍ଦ ଶୁଣିଥିବାର ମଧ୍ୟ ଦାବି କରନ୍ତି । ତେଣୁ ସେମାନଙ୍କ ମତରେ ଏଠାରେ ନିଶ୍ଚିତ ରୂପେ ଏକ ଅଲୌକିକ ଶକ୍ତି ବାସ କରୁଛି । ଏକ ପ୍ରଚଳିତ କାହାଣୀ ଅନୁଯାୟୀ ୧୮୭୦ ମସିହାରେ ଏକ କୃଷକର ଝିଅ ଏହି ଜଙ୍ଗଲ ଭିତରକୁ ଯାଇଥିଲା । କିନ୍ତୁ ସେହି ଜଙ୍ଗଲରେ ସେ କୁଆଡେ ଗାୟବ ହୋଇଯାଇଥିଲା ଯେ ତାର ଆଉ କିଛି ଖୋଜ ଖବର ମଧ୍ୟ ମିଳି ପାରିନଥିଲା । କିନ୍ତୁ ଆଶ୍ଚର୍ୟ କଥା ଏହିକି ଯେ ହଜିବାର ଠିକ ୫ ବର୍ଷ ପରେ ଏହି ଝିଅଟି ପୁଣି ଫେରି ଆସିଥିଲା । ଅବଶ୍ୟ ସେତେବେଳକୁ ସେ ତାର ସ୍ମରଣ ଶକ୍ତି ସମ୍ପୂର୍ଣ ରୂପେ ହରାଇ ବସିଥିଲା । ଫେରିବାର କିଛି ସମୟ ପରେ ହିଁ ରହସ୍ୟଜନକ ଭାବେ ତାର ମୃତ୍ୟୁ ଘଟିଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

14 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago