ଜେଲରେ ରହିବ ବାଘ ! ହତ୍ୟା ଅଭିଯୋଗରେ ମିଳିଛି ଦଣ୍ଡ

ଜଙ୍ଗଲରେ କିମ୍ବା କୌଣସି ଚିଡିଆଖାନାରେ ବାଘ ଦେଖିବା ଅତି ସାଧାରଣ କଥା । କିନ୍ତୁ ଯଦି କୌଣସି ବାଘ ଉପରେ ହତ୍ୟାର ଆରୋପ ଲଗାଯାଇ ଜେଲ ଦଣ୍ଡ ଦିଆଯାଏ ତେବେ କଥା ଅସାଧାରଣ ହୋଇଯାଏ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । କିନ୍ତୁ ପ୍ରକୃତରେ ଏହିପରି ଏକ ଘଟଣା ସତରେ ଘଟିଛି । ଆଉ ଏହି ଘଟଣା ଘଟିଛି ମଧ୍ୟପ୍ରଦେଶରେ । ବାଘଟି ଉପରେ ତିନି ତିନି ଜଣ ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଶୁଣାଣି କରାଯିବା ସହ ତାକୁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ଦଣ୍ଡ ଦିଆଯାଇଛି ।୨୦୧୮ରେ ହିଂସ୍ରତ୍ମକ ବାଘଟି ଆକ୍ରମଣ କରିବା ଉଦେଶ୍ୟରେ ଚାଲି ଚାଲି ମଧ୍ୟପ୍ରଦେଶରୁ ୫୦୦  କିମି ଦୂର ମହାରାଷ୍ଟ୍ରର ପଶ୍ଚିମ ଅଂଚଳରେ ଯାଇ ପହଞ୍ଚିଥିଲା । ଜନଗହଳି ପୂର୍ଣ୍ଣ ସ୍ଥାନରେ ଜବରଦସ୍ତ ପଶି ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରନ୍ତି । ବାଘକୁ

tiger

ଦେଖି ଲୋକେ ଭୟବିତ୍ତ ହେବାରୁ ଓ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାଘଟିକୁ ଏପରି ଦଣ୍ଡ ଦିଆଯାଇଥିବା ନେଇ ମଧ୍ୟପ୍ରଦେଶ ବନବିଭାଗ ମୁଖ୍ୟ ଏସକେ ମଣ୍ଡଳ ସୂଚନା ଦେଇଛନ୍ତି । ବାଘ ଟିର ଆଚରଣରେ ସୁଧାର ଆସିବା ନେଇ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ତାର ଆଚରଣରେ କୌଣସି ପ୍ରକାର ପରିବର୍ତ୍ତନ ଆସିନଥିଲା । ଖାଲି ମଣିଷ ନୁହନ୍ତି, ଜଙ୍ଗଲର ଅନ୍ୟ ବାଘଙ୍କ ଜୀବନ ପ୍ରତି ବିପଦ ବି ବଢି ବଢି ଚାଲିଲା । ଏହି କାରଣରୁ ଭୟବିତ୍ତ ହୋଇ କତ୍ତୃପକ୍ଷ ବାଘ ଟିକୁ ୨୦୧୮ରେ ଏକ ଜେଲରେ ବନ୍ଦୀ କରି ଟାଇଗର ରିଜର୍ଭ ଓ ରାଷ୍ଟ୍ରୀୟ ଉଦ୍ୟାନର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ବନ୍ଦୀ କରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ଏହି ସମୟରେ ବାଘଟି ବେକରେ ଏକ ଟ୍ରାକିଙ୍ଗ ବେଲ୍ଟ ବନ୍ଧାଯାଇ ଇଞ୍ଜେକ୍ସନ ଦିଆଯାଇ ବେହୋସ କରି ଦିଆଯାଇଥିଲା । ପରେ ଏହାକୁ ବନ୍ଦୀ କରି ଉପରୋକ୍ତ ସ୍ଥାନରେ ରଖାଯାଇଥିଲା । ଜଣେ ବନ୍ୟ ଅଧିକାରୀଙ୍କ ଅନୁଯାୟୀ, ବାଘଟିକୁ ଏକଲା ବନ୍ଦୀ କରି ରଖାଯିବା ନିଷ୍ପତ୍ତି ଅନେକ ପୂର୍ବରୁ ନିଆଯାଇଥିଲେ ମଧ୍ୟ କରୋନା ଲକ ଡାଉନ କାରଣରୁ ଏହାକୁ କିଛି ଦିନ ପାଇଁ ଟାଳି ଦିଆଯାଇଥିଲା ।  ଆଉ ଏକ ଦୃଷ୍ଟିରୁ ଦେଖିଲେ, ବଢୁଥିବା ଲୋକ ସଂଖ୍ୟା ସହ ଦେଶରେ ଜଙ୍ଗଲ ଆୟତନ ବି ଦିନ କୁ ଦିନ ହ୍ରାସ ପାଇବାରେ ଲାଗିଛି । ୨୦୧୪ ରୁ ୨୦୧୯ ଭିତରେ ପାଖାପାଖି ୨୨୫ ଜଣ ବାଘ ଶିକାରରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.