ମୃତ୍ୟୁ ଠାରୁ ଆଉ ମାତ୍ର କିଛି ସେକେଣ୍ଡ ଦୂରରେ ଥିଲେ ବ୍ୟକ୍ତି, ଥରେ ଦେଖନ୍ତୁ ଏହି ଛାତି ଥରା ଭିଡିଓ

ମଣିଷ ସହିତ କେବେ ବି ଏମିତି କିଛି ଘଟଣା ଘଟିପାରେ ଯାହା ବିଷୟରେ ହୁଏତ କେବେ ବି ସେ ଚିନ୍ତା କରିନଥିବ । ବିଧିର ବିଧାନକୁ ତ କିଏ ବି ଟାଳି ପାରିବେ ନାହିଁ । ଘରୁ ବାହାରକୁ ପାଦ ଦେବା ମାତ୍ରେ ଯେମିତି ବିପଦ ଆମ ପଛେ ପଛେ ହିଁ ଚାଲିଥାଏ । କେତେ ବେଳେ କଣ ଯେ ଘଟିଯିବ ସେ ବାବଦରେ କାହାକୁ ଜଣାନଥାଏ । କିନ୍ତୁ କିଛି କିଛି ଘଟଣାରେ ଏମିତି ବି ହୁଏ ଭାଗ୍ୟ ଜଣ ଜଣଙ୍କର ଏମିତି ସାଥିଦିଏ ଯେ ନିଶ୍ଚିତ ମୃତ୍ୟୁ ମୁଖରୁ ସେମାନେ ଅଳ୍ପକେ ବର୍ତ୍ତୀଯାନ୍ତି । ଏମିତି ହିଁ ଏକ ସମାନ ଧରଣର ଘଟଣାର ଉଦାହରଣର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

 

ଭାଇରଲ ହେଉଥିବା ଭିଡିଓରେ ଦେଖିପାରିବେ ଜଣେ ଲୋକ ରାସ୍ତାରେ ଯାଉଥିଲେ । ଯାଉଥିବା ସମୟରେ ହଟାତ କଣ ହେଇଛି ନା ରାସ୍ତା ଅଚାନକ ଭୁଶୁଡି ଯାଉଛି । ଭୁଶୁଡିବା ଫଳରେ ସେଠାରେ ଏକ ବିରାଟ ଗାତ ସୃଷ୍ଟି ହୋଇଯାଇଛି । ଏମିତି କହିବାକୁ ଗଲେ ମାତ୍ର କିଛି ସେକେଣ୍ଡର ତଫାତ ହିଁ ବ୍ୟକ୍ତି ଜଣଙ୍କର ଜୀବନ ବଞ୍ଚାଇ ଦେଇଛି । ଆଉ ହୁଏତ କିଛି ମୁହୂର୍ତ୍ତ ହୋଇଥିଲେ ବ୍ୟକ୍ତି ଜଣଙ୍କ ବି ସେହି ଗର୍ତ୍ତରେ ପଡିଯାଇଥାନ୍ତେ । ନିଶ୍ଚିତ ରୂପେ କିଛି ଅଘଟଣ ଘଟିଯାଇଥାନ୍ତା । ଭଗବାନ ଯେମିତି ମୃତ୍ୟୁ ମୁଖରୁ ଟାଣି ଆଣିଲେ ବ୍ୟକ୍ତି ଜଣଙ୍କୁ । ଆପଣ ବି ଯଦି ଥରେ ସେହି ଭିଡିଓଟିକୁ ଦେଖିବେ ଆପଣଙ୍କ ଛାତି ଥରିଯିବ |। ଭିଡିଓରେ ଆପଣ ଦେଖିପାରିବେ କେମିତି ଜଣେ ବ୍ୟକ୍ତି ଖୁବ ଆରାମରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ସେ ପାଦ ଉଠେଇ ପକେଇବା ମାତ୍ରେ ତାଙ୍କ ପଛରେ ଥିବା ରାସ୍ତାଟି ଖଣ୍ଡ ଖଣ୍ଡ ହୋଇ ଧସିପଡୁଛି । ସେ ନିଜେ ବି ତାଙ୍କ ପଛରେ ଏତେ ବଡ ଗାତକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଏହି ଭିଡିଓଟିକୁ ଖବର ଆକାରରେ ଲେଖାଯିବା ମାତ୍ରେ ୧୦ ଲକ୍ଷ ରୁ ଅଧିକ ଜଣ ଦେଖିସାରିଲେଣି । ଏହାକୁ ନିଜ ଟ୍ୱିଟର ପେଜରେ @sagarcasm ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓର କ୍ୟାପ୍ସନରେ ସେ ଲେଖିଛନ୍ତିକି ଯେବେ ଯମ ରାଜା ଲଞ୍ଚବ୍ରେକରେ ଥିଲେ ହୁଏତ ଏମିତି କିଛି ଘଟିଥାନ୍ତା । ଭିଡିଓଟିକୁ ଦେଖି ଲୋକେ ହସି ହସି ଗଡ଼ି ଯାଉଛନ୍ତି । ସେ ଆଉ କିଛି ଭିଡିଓ ବି ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.