ଦେଖନ୍ତୁ ଏହି ଲୋମ ଟାଙ୍କୁରା ଦୃଶ୍ୟ , ୧ ସେକେଣ୍ଡ୍ ବିଳମ୍ବ ହୋଇଥିଲେ ଟ୍ରକ ତଳେ ଚାପିହୋଇଥାନ୍ତେ ଯୁବକ

ସଡ଼କ ଦୁର୍ଘଟଣାର ଅନେକ ଭୟାନକ ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଭିଡିଓ ଦେଖାଇବାକୁ ଯାଉଛୁ । ଯାହାକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଯିବ । ଏହି ଭିଡିଓରେ ଆପଣ ଦେଖିବେ ଯେ ସେଥିରେ ଜଣେ ବାଇକ୍ ଚାଳକ ୧ ସେକେଣ୍ଡ ମଧ୍ୟରେ ଟ୍ରକ୍ ତଳେ ଚାପି ହେଉ ହେଉ ବଞ୍ଚିଯାଇଛନ୍ତି । ସେହି ବାଇକ ଚାଳକଙ୍କ ଭାଗ୍ୟ ବହୁତ ଟାଣ ଥିଲା, ସେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମାଲେସିଆର ବୋଲି କୁହାଯାଉଛି । ଏହି ଲୋମ ଟାଙ୍କୁରା ଭିଡିଓରେ, ଆପଣ ଦେଖିପାରିବେ ଯେ ବର୍ଷା ହେଉଥିବା ବେଳେ ଦ୍ରୁତି ଗତିରେ ଯାଉଥିବା ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଫଳରେ ବାଇକ୍ ଚାଳକ ରାସ୍ତା ଉପରେ ପଡ଼ିଯାଇଥିଲେ । ଏହି ସମୟରେ ପଛରୁ ଏକ ଟ୍ରକ ଦ୍ରୁତ ଗତିରେ ଯୁବକଙ୍କ ଆଡ଼କୁ ମାଡ଼ିଆସିଥିଲା । କିନ୍ତୁ ସେହି ସମୟରେ ଚମକ୍ରାର ହୋଇଥିଲା ଓ ବାଇକ୍ ଚାଳକ ଟ୍ରକ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସୌଭାଗ୍ୟବଶତଃ ବାଇକ ଚାଳକ ଜଣକ ଘଟଣାସ୍ଥଳରୁ ଉଠି ପଡ଼ି ଦୌଡ଼ି ପଳାଇଥିଲେ। ଫଳରେ ସେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଏହି ଭିଡିଓଟିକୁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ରେକର୍ଡ ହୋଇଥିଲା ଯିଏ ଏହି ସମୟରେ କାରରେ ଯାଉଥିଲେ ଏବଂ ଏହି ଦୁର୍ଘଟଣାକୁ ନିଜ ଆଖିରେ ଦେଖିଥିଲେ | ବର୍ଷା ହେତୁ ଏହି ବିପଜ୍ଜନକ ସଡକ ଦୁର୍ଘଟଣା ଘଟିଥିଲା। ଏହା ଦେଖାଯାଉଛି ଯେ ଗାଡିର ଗତି ଦ୍ରୁତ ଥିବା ହେତୁ ବାଇକ୍ ଆରୋହୀ ଭାରସାମ୍ୟ ହରାଇଛନ୍ତି ।ଏହା ପରେ ତାଙ୍କ ବାଇକ୍ ରାସ୍ତାରେ ପଡିଗଲା ଯେଉଁଥିପାଇଁ ସେ ବହୁତ ଯନ୍ତ୍ରଣାଦାୟକ ଭାବରେ ତଳେ ପଡ଼ିଗଲେ। ଭିଡିଓ ଦେଖନ୍ତୁ-

 

View this post on Instagram

 

A post shared by Zee News (@zeenews)

You might also like