ଆଖି ନଷ୍ଟ ହେବା ପରେ ଅଜବ ଜୁଗାଡ଼ ଲଗାଇଲେ ବ୍ୟକ୍ତି, ଦେଖି ପାରୁନଥିବା ଆଖିରେ FlashLight ଲଗାଇ କରୁଛନ୍ତି ସବୁ କାମ, ଭିଡ଼ିଓ ହେଉଛି ଭାଇରାଲ

ଆମେରିକାର ୩୩ ବର୍ଷିୟ ବ୍ୟକ୍ତି ଏକ eye catching enovation ତିଆରି କରିଛନ୍ତି। ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କ୍ୟାନସରରେ ଗୋଟିଏ ଆଖି ନଷ୍ଟ ହେବା ପରେ ବ୍ୟକ୍ତି ଜଣକ ଏହିଭଳି ଆଇଡିଆ ବାହାର କରିଛନ୍ତି। ବ୍ୟକ୍ତିଙ୍କ ନାମ ହେଉଛି Brian Stanley। ପେଶାରେ Brian ହେଉଛନ୍ତି ଜଣେ ଇଞ୍ଜିନିୟର। ଆଖି ଖରାପ ହେବା ପରେ ସେ ନିଜର କୃତ୍ରିମ ଆଖି ତିଆରି କରିଛନ୍ତି। ଯାହାକି ଏବେ ପୁରା ଭାଇରାଲ ହୋଇଯାଇଛି।
ସେ ନିଜ ଆଖି କୁ ଫ୍ଲାଶଲାଇଟରେ ପରିବର୍ତ୍ତନ କରିଛନ୍ତି। ମାନେ Brian ଙ୍କ ଆଖି ଏବେ ପୁରା ଟର୍ଚ୍ଚ ପରି କାମ ଦେଉଛି। ଏହାକୁ ନେଇ ଇନଷ୍ଟାଗ୍ରାମରେ ଭିଡ଼ିଓ ମଧ୍ୟ ସେୟାର ହୋଇଛି। ଭିଡ଼ିଓରେ ଆଖିରୁ ହ୍ୟାଣ୍ଡଲାମ୍ପ ଭଳି ଲାଇଟ ବାହାର କରିବାର ଦେଖିବାକୁ ପାଇବେ।
View this post on Instagram
View this post on Instagram
Brianଙ୍କ କହିବା ଅନୁଯାୟୀ ଟାଇଟୋନିୟମ ସ୍କଲ ଲ୍ୟାମ୍ପ ସାହାଯ୍ୟରେ ଅନ୍ଧାରରେ ପଢ଼ିବା ଖୁବ ସହଜ ହେଉଛି। ଏମିତିରେ ବ୍ୟାଟେରି ଗରମ ହେଉ ନାହିଁ। ଏହାସହ ବ୍ୟାଟେରୀ ଲାଇଫ ୨୦ ଘଣ୍ଟା ପର୍ଯ୍ୟନ୍ତ କାମ କରୁଛି। ଏହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। ୨ଦିନରେ ଭିଡ଼ିଓକୁ ୧ ମିଲିୟନ ଭ୍ୟୁଜ ମିଳିସାରିଛି।